logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଭାଲିଆଡାଳରେ କୃଷି ବିଭାଗ ପକ୍ଷରୁ କ୍ଷେତ୍ର ଦିବସ।

ଭାଲିଆଡାଳରେ କୃଷି ବିଭାଗ ପକ୍ଷରୁ କ୍ଷେତ୍ର ଦିବସ।

ପାଟଣା-୨୩/୦୪, ପାଟଣା ବ୍ଲକ ଅନ୍ତର୍ଗତ ମିରିଗିଖୋଜି ପଞ୍ଚାୟତ ଭାଲିଆଡାଳ ଗ୍ରାମରେ ଆଜି ପାଟଣା ବ୍ଲକ କୃଷି ବିଭାଗ ପକ୍ଷରୁ ଧାନଚାଷ ପରବର୍ତ୍ତି ପଡ଼ିଆ ଜମିର ପରିଚାଳନା ଯୋଜନାରେ ଭାଲିଆଡାଳ ଗ୍ରାମରେ ବୁଟ ଚାଷ କରି ବେଶ ଲାଭବାନ ହୋଇଥିବା ଏଠାରେ ମତ ପ୍ରକାଶ ପାଇଥିଲା।ବିଶେଷ କରି ଖରାଦିନିଆ ବିଭିନ୍ନ ଚାଷ ଉପରେ ଏଠାରେ ବ୍ଲକ କୃଷି ଅଧିକାରୀ ବର୍ଷା ବୈଶାଳୀ ଚାଷୀମାନଙ୍କୁ ସୂଚନା ଦେଇଥିଲେ।ବ୍ଲକ ସହକାରୀ କୃଷି ଅଧିକାରୀ ଇନ୍ଦ୍ରଜିତ ପୁହାଣ ପ୍ରମୁଖ କାର୍ଯ୍ୟକ୍ରମ ରେ ସାମିଲ ଥିଲେ।ଗତକାଲି ଏହି ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗରି ପଞ୍ଚାୟତ ଡ଼ଳଙ୍ଗ ଗ୍ରାମରେ କ୍ଷେତ୍ର ଦିବସରେ ମସୁର ଚାଷ ର ସମୀକ୍ଷା କରାଯିବା ସହ ଗ୍ରାମର ୪୫ ଚାଷୀଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରା ଯାଇଥିଲା। କୃଷି ଅଧୀଦର୍ଶକ ଦୁର୍ଗା ଚରଣ ତ୍ରିପାଠୀ ଓ ଦୀପ୍ତିରେଖା ମହାନ୍ତ କାର୍ଯ୍ୟକ୍ରମ ରେ ସାମିଲ ଥିଲେ।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

8
847 views

Comment