logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମୋବାଇଲ ଟାୱାର ବ୍ୟାଟେରୀ ଚୋରି: ୩ ଅଭିଯୁକ୍ତ ଗିରଫ, ୩୮ ବ୍ୟାଟେରୀ ଜବତ

ମାଲକାନଗିରି, (୨୩ ଏପ୍ରିଲ): ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ପୋଟରୁ ଗ୍ରାମରେ ଭାରତୀୟ ସଂଚାର ନିଗମ (ବିଏସଏନଏଲ) ମୋବାଇଲ ଟାୱାରରୁ ବ୍ୟାଟେରୀ ଚୋରି ଘଟଣାରେ ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ଏହି ଘଟଣାରେ ଜଡିତ ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୩୮ଟି ବ୍ୟାଟେରୀ ଜବତ କରାଯାଇଛି।
ସୂଚନା ଅନୁସାରେ, ଗତକାଲି ଦିନ ପ୍ରାୟ ୧ଟା ସମୟରେ ମାଲକାନଗିରି ଆଦର୍ଶ ଥାନାର ଏଏସଆଇ ଦିବ୍ୟ ଚନ୍ଦ୍ର କୁଲଦୀପ ତାଙ୍କ ଟିମ ସହ ଏମଭି-୭ ଗ୍ରାମ ନିକଟରେ ପେଟ୍ରୋଲିଂ କରୁଥିଲେ। ସେତେବେଳେ ମାଲକାନଗିରି ଅଭିମୁଖେ ଆସୁଥିବା ଏକ ଟାଟା ଏସିଇ ଗାଡ଼ି (ନମ୍ବର TS 15 VB 04222) କୁ ସନ୍ଦେହଭାଜନ ଭାବେ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଗାଡ଼ିରୁ ମୋବାଇଲ ଟାୱାରର ବହୁ ସଂଖ୍ୟକ ବ୍ୟାଟେରୀ ମିଳିଥିଲା।
ପୋଲିସ ସମସ୍ତଙ୍କୁ ଥାନାକୁ ଆଣି ପଚାରାଉଚାରା କରିବା ପରେ ସେମାନେ ପୋଟରୁ ଗ୍ରାମରୁ ୩୮ଟି ବ୍ୟାଟେରୀ ଚୋରି କରିଥିବା ସ୍ୱୀକାର କରିଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ଜ୍ୟୋତି କେ, ଝାନସୀ କେ ଓ ଡ୍ରାଇଭର ଏମ ଶିବ କୃଷ୍ଣ, ଯେଉଁମାନେ ତେଲେଙ୍ଗାନାର ଭଦ୍ରାଚଳମ ଅଞ୍ଚଳର ଚେରଲା ଗ୍ରାମର ନିବାସୀ।
ଏହି ସମ୍ପର୍କରେ ମାଲକାନଗିରି ଥାନାରେ କେସ ନମ୍ବର ୨୨୨/୨୬ ରୁଜୁ ହୋଇଥିବାବେଳେ ଗତ ସନ୍ଧ୍ୟାରେ ଅଭିଯୁକ୍ତମାନଙ୍କୁ କୋର୍ଟକୁ ଚାଲାଣ କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ବିଭୁତି ଭୂଷଣ ସୂତାର ଜଣାଇଛନ୍ତି।

19
854 views

Comment