logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାନ୍ୟବର ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିକାଶ ସମନ୍ୱୟ ଏବଂ ମନିଟରିଂ କମିଟି “ ଦିଶା”ର ତୃତୀୟ ବୈଠକ ଅନୁଷ୍ଠିତ ହୋଇଛି ।

ବରଗଡ, ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ମାନ୍ୟବର ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିକାଶ ସମନ୍ୱୟ ଏବଂ ମନିଟରିଂ କମିଟି “ ଦିଶା”ର ତୃତୀୟ ବୈଠକ ଅନୁଷ୍ଠିତ ହୋଇଛି ।
ବୈଠକରେ ପ୍ରଥମ ସଂପାନରେ ମାନ୍ୟବର ବରଗଡ ସାଂସଦ ଶ୍ରୀ ପୁରୋହିତ ପ୍ରଥମ ବୈଠକରେ ଆଲୋଚ୍ୟ ବିଷୟ ଅନୁଯାଇ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ସମୀକ୍ଷା କରି ଅସମ୍ପୂର୍ଣ୍ଣ କାର୍ଯ୍ୟ ଗୁଡିକୁ ଯଥାଶୀଘ୍ର ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ତା ବିଷୟରେ ପଚାରି ବୁଝି ପର୍ଯ୍ୟାପ୍ତ ପରିମାଣରେ ନଳକୂପ ଖନନ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବା ସହ ଜିଲ୍ଲାର ସମସ୍ତ ଗ୍ରାମରେ ପାନୀୟ ଜଳ ଯୋଗାଣକୁ ତ୍ୱରାନ୍ୱିତ କରିବାପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହାପରେ ରାସନ କାର୍ଡ ବଣ୍ଟନ ନିମନ୍ତେ ପଞ୍ଜିକରଣ ବ୍ୟବସ୍ତା ଓ ଉଜ୍ଜ୍ଵଳା ଗ୍ୟାସ ବିତରଣର ସ୍ଥିତି ସମୀକ୍ଷା କରି କୃଷି ଏବଂ କୃଷକ ସାଶକ୍ତିକରଣ ନିମିତ୍ତ ଉପଲବ୍ଧ ବିଭିନ୍ନ ଯୋଜନା ତଥା ପ୍ରଧାନ ମନ୍ତ୍ରୀ ଉଜ୍ବଲା ଯୋଜନା, ପ୍ରଧାନ ମନ୍ତ୍ରୀ କୃଷି ସିଚାୟୀ ଯୋଜନା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ପରମ୍ପରଗତ କୃଷି ବିକାଶ ଯୋଜନା, ସଏଲ ହେଲଥ କାର୍ଡ ବିତରଣ, ଉଦ୍ୟାନ, କୃଷି ଏଵଂ ମତ୍ସ୍ୟ ବିଭାଗର ସମସ୍ତ ଯୋଜନାର ପ୍ରଗତି, ଜଳସେଚନ ବ୍ୟବସ୍ତାର ସୁଦୃଢ଼ି କରଣ ଓ ଶୀତଳ ଭଣ୍ଡାର ନିର୍ମାଣ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା କାର୍ଡ ବିତରଣ ସ୍ଥିତି, ମହିଳା ଓ ଶିଶୁ ବିକାଶ ବିଭାଗର ବେଟି ବଚାଓ ବେଟି ପଢାଓ, ସମ୍ୱନ୍ୱିତ ଶିଶୁ ବିକାଶ ଯୋଜନା, ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା, ଛତୁଆ ବଣ୍ଟନ ବ୍ୟବସ୍ତା, ୱାଟରସେଡ଼ ବିଭାଗର କାର୍ଯ୍ୟ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ନିର୍ମାଣ କାର୍ଯ୍ୟ, ଟାଟା ପୱାରର ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ତଥା ନିରବଛିନ୍ନ ବିଜୁଳି ଯୋଗାଣ ବ୍ୟବସ୍ତା ଓ ବିଦ୍ୟୁତ କାଟ ବନ୍ଦ, ଜଙ୍ଗଲ ବିଭାଗର ବୃକ୍ଷ ରୋପଣ ଓ ନିଆଁ ଲିଭା କାର୍ଯ୍ୟକ୍ରମ, ଗ୍ରାମୀଣ ବିକାଶ ବିଭାଗର କାର୍ଯ୍ୟ ତଥା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ରାସ୍ତା ନିର୍ମାଣ କାର୍ଯ୍ୟ, ମାଇନିଙ୍ଗ ବିଭାଗଦ୍ୱାରା ବାଲି ଓ ପଥର କୁଆଁରୀ ନିଲାମ କାର୍ଯ୍ୟ, ଫାଇନ ଆଦାୟ, ଚୋରା ଚାଲାଣରେ ବ୍ୟବହୃତ ଗାଡି ଜବତ, ପଂଚାୟତିରାଜ ବିଭାଗର କାର୍ଯ୍ୟ ତଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଵିଭିଜିରାମଜୀ ଯୋଜନା, ଅନ୍ତଦ୍ୟୟ ଗୃହ ଯୋଜନା, ଶିକ୍ଷା ବିଭାଗ ତଥା ପିଏମଶ୍ରୀ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ, ସର୍ବଶିକ୍ଷା ଅଭିଯାନର ବିଭିନ୍ନ କାର୍ଯ୍ୟକ୍ରମ, ପିଏମ ପୋଷଣ ଓ ସିଏମ ପୋଷଣ ଯୋଜନା ଅଧୀନରେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ବ୍ୟବସ୍ତା, ବନ୍ଦ କରାଯାଇଥିବା ପ୍ରାଥମିକ ବିଦ୍ୟାଳୟର ପୁନଃ କାର୍ଯ୍ୟକ୍ଷମ ବ୍ୟବସ୍ତା, ସ୍ଵଛ ଭାରତ ମିଶନରେ ବିଦ୍ୟାଳୟରେ ପାଇଖାନା ଓ ପାନୀୟ ଜଳର ବ୍ୟବସ୍ତା, ସ୍କୁଲ ୟୁନିଫର୍ମ ବଣ୍ଟନ ପ୍ରକ୍ରିୟା, ନକଲି ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା, ପୌରାଞ୍ଚଳରେ ଅର୍ବାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିର୍ମାଣ କାର୍ଯ୍ୟ, ରାଷ୍ଟୀୟ ଗୋକୁଳ ମିଶନର କାର୍ଯ୍ୟନ୍ୱୟନ ଏଵଂ ସାମାଜିକ କଲ୍ୟାଣ ଓ ଭିତ୍ତିଭୂମିର ଉନ୍ନତି ନିମନ୍ତେ ଥିଵା ଭିଭିନ୍ନ ଫ୍ଲାଗସିପ ପ୍ରୋଗ୍ରାମ, ଶକ୍ତି ଓ ପ୍ରଯୁକ୍ତିବିଦ୍ୟାର ଉନ୍ନତି ନିମନ୍ତେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ବର୍ତ୍ତମାନର ସ୍ଥିତି ଏବଂ ପ୍ରଗତି ବିଷୟରେ ବିସ୍ତୃତ ଆଲୋଚନା କରି ଶିକ୍ଷା, କୃଷି, ପୁର୍ତ୍ତ, ରାଜସ୍ୱ, ପାନୀୟ ଜଳ ଯୋଗାଣ, ଏବଂ ଜଳ ସେଚନ ଭଳି ସମସ୍ତ ବିଭାଗର ଅଟକି ରହିଥିବା ଉନ୍ନୟନମୂଳକ କାର୍ଯ୍ୟ ଗୁଡିକୁ ଯଥାଶିଘ୍ର ସମାପ୍ତ କରିବା ପାଇଁ ନିର୍ଦେଶ ଦେଇ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତ ବିଭାଗ ତଥା ବିଭାଗୀୟ ଅଧିକାରୀ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ସହ ସମସ୍ତ ନିର୍ମାଣ ସ୍ଥଳରେ ପ୍ରକଳ୍ପ ଆଧାରିତ ତଥ୍ୟ ତଥା ଅଟକଳ ମୂଲ୍ୟ, ବିଭାଗର ନାମ ଆଦି ପ୍ରଦର୍ଶନ କରିବାକୁ ନିର୍ଦେଶ ଦେଇଥିଲେ । ବୈଠକରେ ଜିଲ୍ଲାର ସମସ୍ତ ବ୍ଲକ ଚେୟାରମେନ ଏଵଂ ପୌରାଧ୍ୟକ୍ଷ ପୌରାଧ୍ୟକ୍ଷାଙ୍କ ସମେତ ମାନ୍ୟବର ଭଟଲି ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ ଏବଂ ବିଜେପୁର ବିଧାୟକ ପ୍ରତିନିଧି ଶ୍ରୀ ସୁରେଶ୍ୱର ସତପଥିଙ୍କ ସମେତ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା ଉପସ୍ଥିତ ରହି ସମସ୍ତ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ସମୀକ୍ଷା କରିବା ସହ ଦୃଢ ପରିଶ୍ରମ କରି ଲୋକଙ୍କୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ପହଁଚାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

17
1125 views

Comment