logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମୋଟୁ ଚେକପୋଷ୍ଟରେ ବନବିଭାଗର ବଡ ସଫଳତା: ୭୬୧ଟି କଇଁଚ ଜବତ

ମାଲକାନଗିରି ଜିଲ୍ଲାର କାଲିମେଳା ଅଞ୍ଚଳ ଅନ୍ତର୍ଗତ ମୋଟୁ ଚେକପୋଷ୍ଟରେ ବନବିଭାଗ ଏକ ବଡ ସଫଳତା ହାସଲ କରିଛି। ଗୁପ୍ତ ସୂଚନା ଆଧାରରେ ଚାଲିଥିବା ବିଶେଷ ଅଭିଯାନରେ ୭୬୧ଟି କଇଁଚ ଜବତ କରାଯାଇଛି। ଏହାର ମୋଟ ଓଜନ ପ୍ରାୟ ୨୩୦୫ କେଜି ଓ ଆନୁମାନିକ ବଜାର ମୂଲ୍ୟ ୭ ଲକ୍ଷ ଟଙ୍କା ହେବାକୁ ଅନୁମାନ।
ବନବିଭାଗ ଦଳ ଆନ୍ଧ୍ରପ୍ରଦେଶରୁ ଓଡିଶାକୁ ଆସୁଥିବା ଏକ ସନ୍ଦେହଜନକ ବୋଲେରୋ ଗାଡ଼ିକୁ ଅଟକାଇ ତଲାଶି କରିଥିଲେ। ତଲାଶି ସମୟରେ ଗାଡ଼ି ଭିତରୁ ବହୁ ପରିମାଣର କଇଁଚ ମିଳିଥିଲା। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଡ୍ରାଇଭର ଓ ଗାଡ଼ିକୁ ଜବତ କରାଯାଇଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି କଇଁଚଗୁଡିକ ଏମପିଭି-୮୩ ଗ୍ରାମର ଶକ୍ତିପଦ ଗାଇନଙ୍କ ପାଖକୁ ପଠାଯାଉଥିଲା। ତେବେ ସେ ବର୍ତ୍ତମାନ ଫେରାର ରହିଛନ୍ତି। ଘଟଣାର ଗଭୀର ତଦନ୍ତ ଜାରି ରହିଛି।

62
1569 views

Comment