logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଗୋରାଖୁଣ୍ଟା ପଞ୍ଚାୟତରେ ଶ୍ରମିକ କଲ୍ୟାଣ ଶିବିର* *ଜିଲ୍ଲା ପ୍ରଶାସନର ସକ୍ରିୟତାରୁ ଉପକୃତ ହେଲେ ୯୧ ହିତାଧିକାରୀ*

*ଗୋରାଖୁଣ୍ଟା ପଞ୍ଚାୟତରେ ଶ୍ରମିକ କଲ୍ୟାଣ ଶିବିର*

*ଜିଲ୍ଲା ପ୍ରଶାସନର ସକ୍ରିୟତାରୁ ଉପକୃତ ହେଲେ ୯୧ ହିତାଧିକାରୀ*

*ମାଲକାନଗିରି,୨୩/୪/୨୬:*

ଜିଲ୍ଲାର ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଜାଲରେ ବାନ୍ଧିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ଅତ୍ୟନ୍ତ ସକ୍ରିୟ ରହିଛି। ଏହି କ୍ରମରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୋରାଖୁଣ୍ଟା ଗ୍ରାମ ପଞ୍ଚାୟତଠାରେ ଏକ ବିଶାଳ ସଚେତନତା ଓ ପଞ୍ଜିକରଣ ଶିବିର ସଫଳତାର ସହ ସମ୍ପନ୍ନ ହୋଇଯାଇଛି।
ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଏବଂ ଓଡ଼ିଶା ଅସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ଜିଲ୍ଲା ପ୍ରଶାସନର ଦୂରଦୃଷ୍ଟି ପ୍ରତିଫଳିତ ହୋଇଛି। ଏହି ଶିବିରରେ ୯୧ ଜଣ ଶ୍ରମିକ ଯୋଗ ଦେଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ସ୍ତରରେ ବ୍ୟାପକ ପ୍ରଚାର ପ୍ରସାର କରାଯାଇଥିବାରୁ ଏତେ ସଂଖ୍ୟକ ଶ୍ରମିକ ଏହି ସୁଯୋଗର ଲାଭ ଉଠାଇ ପାରିଛନ୍ତି।
ଶିବିରରେ ୫୧ ଜଣ ନୂତନ ଶ୍ରମିକଙ୍କ ପଞ୍ଜିକରଣ କରାଯିବା ସହ ୨୯ ଜଣଙ୍କର ନବୀକରଣ ଏବଂ ୨୧ ଜଣଙ୍କର ପୁନଃ ପଞ୍ଜିକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଜିଲ୍ଲା ପ୍ରଶାସନର ଏହି ଅଭିଯାନ ମାଧ୍ୟମରେ ସରକାରୀ ଯୋଜନାଗୁଡ଼ିକୁ ଶ୍ରମିକଙ୍କ ଦୁଆରମୁହଁରେ ପହଞ୍ଚାଇବା ପାଇଁ ଶ୍ରମ ବିଭାଗ ଓ ପଞ୍ଚାୟତ ସ୍ତରୀୟ ଅଧିକାରୀମାନଙ୍କୁ ସକ୍ରିୟ କରାଯାଇଛି। ସହକାରୀ ଶ୍ରମ ଅଧିକାରୀ ତନ୍ମୟ ମଣ୍ଡଳ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ସିଏସସି କର୍ମଚାରୀମାନେ ଉପସ୍ଥିତ ରହି ତତ୍ପରତା ପ୍ରଦର୍ଶନ କରିଥିଲେ। ଦୁର୍ଗମ ଅଞ୍ଚଳରେ ଏଭଳି ଶିବିର ଆୟୋଜନ କରି ଶ୍ରମିକମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଜିଲ୍ଲା ପ୍ରଶାସନର ଏହି ନିରନ୍ତର ପ୍ରୟାସକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି।

9
637 views

Comment