ବରଗଡ଼ ରେଲୱେ ଷ୍ଟେସନ ରୁ ମହିଳା ଙ୍କୁ ରକ୍ତାକ୍ତ ଅବସ୍ଥା ରେଉଦ୍ଧାର କଲେ ସମାଜସେବୀ ସଂଘମିତ୍ରା
ବରଗଡ଼ ରେଲୱେ ଷ୍ଟେସନ ରେ ଏକ ବିବାହିତ ଯୁବତୀ ଙ୍କୁ କେହି ଜଣେ ଦୃର୍ବୁତ୍ତ ମୁଣ୍ଡ ଫଟାଇ ଆକ୍ରମଣ କରିଥିବା ବେଳେ ଯୁବତୀ ଜଣକ ରକ୍ତାକ୍ତ ହୋଇ ଯାଇଥିଲେ ।ପୂର୍ବରୁ ରହିଥିବା ପ୍ରେମ ସମ୍ପର୍କ କୁ ନେଇ ବଚସା ହୋଇ ଏଭଳି ଘଟଣା ଘଟିଥିବା ବେଳେ ତାଙ୍କ ପ୍ରେମିକ ଆକ୍ରମଣ କରି ରେଲୱେ ଷ୍ଟେସନ ରୁ ଫେରାର ହୋଇ ଯାଇଥିଲା । ତେବେ ଏହି ଘଟଣା ପରେ ଯୁବତୀ କୁ ଉଦ୍ଧାର ଓ ଥଇଥାନ ପାଇଁ ରେଲୱେ ପୋଲିସ ବରଗଡ଼ ର ସାମାଜିକ କର୍ମୀ ସଂଘମିତ୍ରା ପଟେଲ ଙ୍କୁ ଫୋନ୍ କରି ଡକାଇ ଥିବା ବେଳେ ପ୍ରଚଣ୍ଡ ଖରା ସତ୍ବେ ସଂଘମିତ୍ରା ରେଲୱେ ଷ୍ଟେସନ ପହଞ୍ଚି ସେହି ଯୁବତୀ ଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇ ଯୁବତୀ ଙ୍କ ନିଜ ଘର ସମ୍ବଲପୂର୍ କଟାପାଲି କୁ ବସ ଯୋଗେ ପଠାଇଥିଲେ ।ତେବେ କେସ ଟି ସମ୍ବଲପୁର ପୋଲିସ ଅଧୀନ ରେ ରହିଥିବାରୁ ବରଗଡ଼ ପୋଲିସ ସାମାଜିକ କର୍ମୀ ସଂଘମିତ୍ରା ପଟେଲ ଙ୍କୁ କେସ ଟି ହସ୍ତାନ୍ତର କରିଥିବା ବେଳେ ଏ ନେଇ ବରଗଡ଼ ରେଲୱେ ପୋଲିସ ପକ୍ଷରୁ କୌଣସି ମାମଲା ରୁଜୁ ହୋଇ ନ ଥିବା ଜଣା ପଡ଼ିଛି ।ବୁର୍ଲା ପୋଲିସ ଷ୍ଟେସନ ରେ ମାମଲା ରୁଜୁ ହଇଛି