logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସରକାରୀ ମହିଳା ମହାବିଦ୍ୟାଳୟ ରେ ଅନ୍ତର୍ଜାତୀୟ ଧରିତ୍ରୀ ଦିବସ ପାଳିତ।

ସରକାରୀ ମହିଳା ମହାବିଦ୍ୟାଳୟ ରେ ଅନ୍ତର୍ଜାତୀୟ ଧରିତ୍ରୀ ଦିବସ ପାଳିତ।

କେନ୍ଦୁଝର-୨୨/୪(ଖଣ୍ଡାଧାର ନିଉଜ)
କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଧରିତ୍ରୀ ଦିବସ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଲଳିତ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଭୁତତ୍ୱ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ବିଭାଗର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରୀ ଯୋଗଦେଇଥିଲେ। ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡକ୍ଟର ଚିତ୍ତରଞ୍ଜନ ସାହୁ, ଶିକ୍ଷା ଅଧିକାରୀ ଡକ୍ଟର ବିଷ୍ଣୁ ଚରଣ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡକ୍ଟର ଲଳିତ ରଞ୍ଜନ ସାହୁ ଯୋଗଦେଇ ମାନବକୃତ ଅସନ୍ତୁଳିତ ପରିବେଶ ଓ ବିଶ୍ୱ ତାପନ ବିଷୟରେ ଆଲୋଚନା କରିବା ସହ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ପରିବେଶର ସୁରକ୍ଷା ପାଇଁ ସମସ୍ତଙ୍କୁ ଗଛ ଲଗାଇବା ଓ ତାହାକୁ ବଞ୍ଚାଇ ବଡ଼ କରିବା ଏକ ମାତ୍ର ଉପାୟ ବୋଲି ସେ ଉପଦେଶ ଦେଇଥିଲେ। ଗଛ ରହିଲେ ଜୀବଜଗତ ରହିବ ବର୍ଦ୍ଧିତ ଜନସଂଖ୍ୟା ଓ ଶିଳ୍ପ ଅଭିବୃଦ୍ଧି ସହ ଯାନବାହାନ ବୃଦ୍ଧି ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ ବୋଲି ସେ କହିଥିଲେ। ପରେ ଭୁତତ୍ୱ ବିଜ୍ଞାନ ବିଭାଗ ଅଧ୍ୟାପିକା ସୌମିତା ଦୀକ୍ଷିତ ଅନ୍ତର୍ଜାତୀୟ ଧରିତ୍ରୀ ଦିବସ ଉପଲକ୍ଷେ ସମସ୍ତ ଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କୁ ପରିବେଶ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ଓ ଆମ ପୃଥିବୀ ଆମ ଶକ୍ତି , ଆମେ ମିଳିମିଶି ପରିବେଶ ପ୍ରଦୂଷଣକୁ ରୋକିବା ସମ୍ପର୍କିତ ଶପଥ ପାଠ କରାଇଥିଲେ। ପରିବେଶରେ କର୍ବନ ଏମିଶନ କୁ କମାଇବା, ସୌରଶକ୍ତିର ବ୍ୟବହାର କରିବା, ପାରମ୍ପରିକ ଶକ୍ତି ବ୍ୟବହାରକୁ କମାଇବା ଆଦି ଉପରେ ବିସ୍ତୃତ ଆଲୋଚନା କରା ଯାଇଥିଲା। ଶେଷରେ ଶ୍ରୀ ରଜତ କୁମାର ପାଢ଼ୀଙ୍କ ଧନ୍ୟବାଦ ଅର୍ପଣ ସହ ଏହି କାର୍ଯ୍ୟକ୍ରମକୁ ଶେଷ କରା ଯାଇଥିଲା।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

13
959 views

Comment