logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପୁର୍ଣିମା ରାୟଙ୍କ ନେତୃତ୍ୱରେ କେନ୍ଦୁଝର ମହିଳା କ୍ରିକେଟ ଦଳ ଘୋଷଣା।

ପୁର୍ଣିମା ରାୟଙ୍କ ନେତୃତ୍ୱରେ କେନ୍ଦୁଝର ମହିଳା କ୍ରିକେଟ ଦଳ ଘୋଷଣା।

କେନ୍ଦୁଝର - ୨୨/୦୪ (ଖଣ୍ଡାଧାର ନିଉଜ) ଓଡିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ କଟକ ବାରବାଟୀ ଷ୍ଟାଡିୟମ ଠାରେ ଟି -୨୦ ଫର୍ମାଟ ଚାଲିଥିବା ଆନ୍ତଃ ଜିଲ୍ଲା ମହିଳା କ୍ରିକେଟ ଟୁର୍ନାମେଣ୍ଟ ପାଇଁ ପୁର୍ଣିମା ରାୟଙ୍କ ନେତୃତ୍ୱରେ ଏକ ୧୫ ଜଣିଆ କେନ୍ଦୁଝର ଜିଲ୍ଲା ଦଳ ମଙ୍ଗଳବାର ସନ୍ଧ୍ୟାରେ ଘୋଷଣା କରାଯାଇଛି l ଜିଲ୍ଲା ଦଳ ପାଇଁ ମନୋନୀତ ହୋଇଥିବା ଖେଳାଳି ମାନେ ହେଲେ ପୁର୍ଣିମା ରାଏ (ଅଧିନାୟକ ), ତନବୀ ରଞ୍ଜନ (ଉପ ଅଧିନାୟକ ), ରାନୀ କେ ପ୍ରସାଦ, ସ୍ଵାତିଲଗ୍ନ ପ୍ରଧାନ, ଯଶସ୍ୱିନୀ ନାଏକ, ଦୀପା ଗାଗରାଇ , ସୀତା ସିଙ୍କୁ, ନାମୀ ମିଶ୍ର, ପୂଜା ଗାଗରାଇ, ସାଇ ପ୍ରତୀକ୍ଷା ଜେନା, ସାଇ ଲକ୍ଷ୍ମୀ ଜେନା, ତମନ୍ନା ସିଂହ, ଲିପସା ଜେନା, ସୋନାଲି ଦାସ, ମନୀଷା ନାଏକ l ଷ୍ଟାଣ୍ଡବାଇ ଖେଳାଳି ଭାବେ ଅନିଶା ସାହା, ସୁଶ୍ରୀ ମହାନ୍ତ, ଆର୍ଯ୍ୟସୂତ ଜେନା, ଭାଗ୍ୟଶ୍ରୀ ବଳ, ଶ୍ରେୟା ସାହୁ ରହିଛନ୍ତି l ଦଳ ସହ ମ୍ୟାନେଜର ଭାବେ ସସ୍ମିତା ମୁଣ୍ଡା ଏବଂ କୋଚ ଭାବେ ଅମରେନ୍ଦ୍ର ମହାନ୍ତି କେନ୍ଦୁଝର ଦଳ ସହ ଆଜି ସଖାଳେ ଟ୍ରେନ ଯୋଗେ କଟକ ଅଭିମୁଖେ ଯାତ୍ରା କରିଛନ୍ତି l ଲିଗ କମ ନକ ଆଉଟ ପଦ୍ଧତିରେ ଅନୁଷ୍ଠିତ ହେବାକୁଥିବା ଏହି ପ୍ରତିଯୋଗିତାରେ କେନ୍ଦୁଝର ତାର ପ୍ରଥମ ଖେଳରେ ନିମପୁର ପଡିଆରେ ଗତବର୍ଷର ଚମ୍ପିୟାନ ବଲାଙ୍ଗୀର ଜିଲ୍ଲାକୁ ଭେଟିବ ବୋଲି ଜିଲ୍ଲା କ୍ରୀଡା ସଂସ୍ଥା ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ପଟ୍ଟନାୟକ ଠାରୁ ପ୍ରକାଶ l

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

6
935 views

Comment