logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ନିତ୍ୟାନନ୍ଦପୁରରେ ମହିଳା ବାଦି ପାଲା ଅନୁଷ୍ଠିତ।

ନିତ୍ୟାନନ୍ଦପୁରରେ ମହିଳା ବାଦି ପାଲା ଅନୁଷ୍ଠିତ।

ହରିଚନ୍ଦନପୁର, ୨୨/୦୪ (ଶୂନ୍ୟରଞ୍ଜନ ଘଣା): ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ନିତ୍ୟାନନ୍ଦପୁର ଗ୍ରାମରେ ମା ମଙ୍ଗଳା ପାଲା କମିଟିର ପ୍ରୟାସରେ ୩୨ତମ ବାର୍ଷିକ ତିନିଦିନିଆ ବାଦି ପାଲା ଉତ୍ସବ ଅନୁଷ୍ଠିତ ହୋଇଛି।

ଅଧିବାସ ଦିବସରେ ଗ୍ରାମ ପାଖର କାନିଝର ନଦୀରୁ ପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା। ପରେ ସତ୍ୟନାରାୟଣଙ୍କ ଶିରିଣି ପୂଜା ନିୟମାନୁସାରେ ପୂଜକ ନରେନ୍ଦ୍ର ନନ୍ଦଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା। ଗ୍ରାମର ଲଛମନ ବାରିକ ସଂକଳ୍ପରେ ବସିଥିବା ବେଳେ ଦୟାନିଧି ଘଣା ସହଯୋଗ କରିଥିଲେ।

ଏହି ଅବସରରେ କଟକ ଆଠଗଡ଼ର ପ୍ରସିଦ୍ଧ ଗାୟିକା ବାଣୀ ବୈଜନ୍ତୀ ଅସୀମାରାଣୀ ବରାଳ ଓ ବରି-ଯାଜପୁରର ଗାୟିକା ମଞ୍ଜୁଳା ସୁଲଚନା ଦାସ ପାଲା ପରିବେଷଣ କରି ଦର୍ଶକମାନଙ୍କୁ ମନୋରଞ୍ଜିତ କରିଥିଲେ।

ସତ୍ୟନାରାୟଣ ପାଲା ଦେଖିବା ପାଇଁ ଧାନବେଣୀ, ବକ୍ସିବାରିଗାଁ, ଓସ୍ତପଙ୍ଗା, ବଲାଣିପଶି, କାଳିମାଟି, ଜୁଙ୍ଗା, କାବେରୀପସୀ, ଭଗମୁଣ୍ଡା, ଜଂଘିରା, ନଇଗୋଡା, ଦୁଆରସୁଣୀ ପ୍ରମୁଖ ଗ୍ରାମରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

କାର୍ଯ୍ୟକ୍ରମ ପରିଚାଳନାରେ କମିଟି ସଦସ୍ୟ ମଧୁସୂଦନ ଘଣା, ଆଲୋକ ଘଣା, ଅଯଧ୍ୟା ଘଣା, ଦାମୋଦର ଘଣା, ଧରଣୀ ଅରୁକ, ସୁରେଶ ବାରିକ, ଧୀର ଘଣା, ବବୁଲୁ ଘଣା, ବାବୁଲା ବାରିକ, ପଞ୍ଚୁ ଘଣା, ବଙ୍ଗାଳି ଘଣା, କ୍ଷେତ୍ରବାସୀ ବାରିକ, ବିପିନ ଅରୁକ, ସନ୍ତୋଷ ଘଣା, ନୀଳମଣି ବେହେରା, ମହି ଘଣା, ମହି ମହାକୁଡ଼, ମାୟା ଘଣା, ପ୍ରଦୀପ ଘଣା, ପଦ୍ମଲାଭ ଘଣା, ଦାଶରଥି ଅରୁକ, ଯଦୁ ଘଣା, ଗଣ୍ଡ ମହାକୁଡ଼, ବିଜୟାନନ୍ଦ ବାରିକ, ଦୁଷ୍ମନ୍ତ ଘଣା, ତପନ ଘଣା, ଦିବ୍ୟରଞ୍ଜନ ଘଣା, ଗେଡ଼ ଘଣା ଆଦି ସକ୍ରିୟ ସହଯୋଗ କରିଥିଲେ।

ଖଣ୍ଡାଧାର ନିଉଜ- ଶୂନ୍ଯ ରଞ୍ଜନ ଘଣା ଙ୍କ ରିପୋର୍ଟ।

1
864 views

Comment