logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଖୋର୍ଦ୍ଧା ତନ୍ମ ମୁଣ୍ଡିଆ ଠାରେ ମହାବୀର ବଜରଙ୍ଗବାଲୀ ଙ୍କ ଛତିଶତମ ବିଶ୍ବଶାନ୍ତି ମହାଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହେଉଛି,

ଖୋର୍ଦ୍ଧା ଜିଲ୍ଲା ର ଘଞ୍ଚ ଜଙ୍ଗଲ ବେଷ୍ଟିତ ଜରୀପୁଟ ଅଞ୍ଚଳ ର ତନ୍ତ୍ର ମୁଣ୍ଡିଆ ପୁରାତନ ସମୟରୁ ତାନ୍ତ୍ରିକ ମାନଙ୍କର ଏକ ସାଧନା ପୀଠ ଭାବରେ ପରିଚିତ।
ଏଠାରେ ଏକ ମୁଣ୍ଡିଆ ସର୍ବୋଚ୍ଚ କ୍ଷେତ୍ରରେ ସାଧକମାନେ ମହାବୀର ଙ୍କ ଏକ ବିଗ୍ରହ ପ୍ରତିଷ୍ଠା କରି ସାଧନା କରୁଥିଲେ. ଏହି ସ୍ଥାନ କୁ ଯିବା ପାଇଁ ପଥର ପାହାଚ ଓ ବନ୍ଧୁର ପଥ ଅତିକ୍ରମ କରିବାକୁ ପଡୁଥିଲା। ଏହି ତନ୍ତ୍ର ମୁଣ୍ଡିଆ କାଳକ୍ରମେ ଅପଭ୍ରଂଶ ହୋଇ ତନୁ ମୁଣ୍ଡିଆ ନାମରେ ପରିଚିତ ହୋଇଛି। ଏଠାରେ ପ୍ରତିବର୍ଷ ବିଷୁଵ ସଂକ୍ରାନ୍ତି ରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରସାଦ ସେବନ କରୁଥିବା ବେଳେ, ପ୍ରତିବର୍ଷ ପଞ୍ଚ ଦିନ ବ୍ୟାପି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବା ସହିତ ରାମ ଚରିତ ମାନସ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ ଯାହା ଛତିଶ ବର୍ଷ ର ଉପନୀତ ହୋଇଛି.। ଚଳିତ ବର୍ଷ ମଧ୍ୟ ଏହି ବିଶ୍ୱଶାନ୍ତି ମହାଯଜ୍ଞ କାର୍ଯ୍ୟକ୍ରମ ସହିତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ରେ ଓଡିଶାର ବିଶିଷ୍ଟ ତଥା ତତ୍ଵଦର୍ଶୀ କଥାକାର ସନ୍ଥ ବିଜୟ ରାଘବେନ୍ଦ୍ର ଦାସଜୀ ମହାରାଜ ପ୍ରବଚନ କରୁଥିବା ବେଳେ ବହୁ ସାଧୁସନ୍ଥମାନେ ପାରାୟଣ କରୁଛନ୍ତି। ବିଶେଷ କରି ଜରୀପୁଟ ଗ୍ରାମବାସୀ ଓ ପ୍ରମୁଖ କର୍ମକର୍ତ୍ତା ଦୟାନିଧ୍ ରାଉତରାୟ ରାୟଙ୍କ ଉଦ୍ୟମ ରେ ମୁଣ୍ଡିଆ ଉପରକୁ ରାସ୍ତା, ପାନୁଶାଳା, ସନ୍ଥଶାଳା, ପୁଷ୍ପ ଉଦ୍ୟାନ, ପରି ଅନେକ ବିକାଶ ମୂଳକ କାର୍ଯ୍ୟ ତ୍ବରାନ୍ବୀତ ହୋଇପାରିଛି, ଯେଉଁଠି ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ପାଇଁ ପଙ୍କ୍ତି ଭୋଜନ ର ବ୍ୟବସ୍ଥା ମଧ୍ୟ ହେଉଛି। ସେବର ତନୁ ମୁଣ୍ଡିଆ ଓ ଏବର ତନୁ ମୁଣ୍ଡିଆ ଆକାଶ ପାତାଳ ପରିବର୍ତନ ହୋଇଛି।

0
15 views

Comment