ତୁମ ମଲାଟ ର ପ୍ରତିଛବି
ତୁମ ମଲାଟ ର ପ୍ରତିଛବି
ଶ୍ରୀ ଭକ୍ତବନ୍ଧୁ ମହାନ୍ତ
ତୁମ ମଲାଟ ର ପ୍ରତିଛବି ଟିଏ
ନାହିଁ ତାର ପଟ୍ଟାନ୍ତର
ଗଦ ଗଦ ହୁଏ ମୋ ଛବି
ନ ପଢି ବୁଝି ହୁଏ
ଭିତର ବିଷୟ ର |
ବିକାଶ ବ୍ୟକ୍ତିତ୍ବ
ଜୀବନ ରେଖା ରେ
ପଡେ ନାହିଁ କବାଟ
ଫିଟାଇ ଚାଲିଛି ଦିବା ନିଶି
କବିତ୍ୱ ର ଗାରିମା ବାଟ
ଛନ୍ଦି ହୋଇ ଦିବ୍ୟତାର
ଅପୂର୍ଵ ସମାବେଶ
ରଚି ଚାଲିଛି |
ଏ କି ବେଶ
ଜାଣେ ନାହିଁ
କଣ ହେବ
ଭବିଷ୍ୟତ ର
ଅଲିଭାଗାର |
ପଡେ ନାହିଁ
କେବେ ଝୁଣ୍ଟି
ହରଣ ଗୁଣନ
ରେ ଫେଣ୍ଟା ଫେଣ୍ଟି
ନିଜର ବ୍ୟକ୍ତିତ୍ୱ ର
ତଥାପି ପରିଚୟ
ବାଣ୍ଟି ବାରେ ପ୍ରୟାସ
ବୃଥା ଆସ୍ଫାଳନ ମୋର
କଣ୍ଟକିତ ରାସ୍ତା ରେ
ଚାଲିଵା କଷ୍ଟ ସାଧ୍ୟ
ଏ ମରୁ ଭାବନା
ରାଜ୍ୟ ରେ
ମୁସ୍କିଲ ପଥ
ତଥାପି ବଞ୍ଚି
ବଞ୍ଚାଇବି
ଏ ମୋହନ
ସୁନ୍ଦର ସ୍ମୃତି
ସଂସଦ ର |
ପରାକାଷ୍ଠା
ଜାଜୁଲ୍ୟ ରେ
ନିଜକୁ ହଜେଇ
ପରିପୂର୍ଣ ସମାଜ
ଗଢି ତୋଳିବି
ଭାସ୍କର ଶୋଭା
ବିମଣ୍ଡିତ କରି
ଏକ ସୁନ୍ଦର
ମଲାଟ ରେ
ବର୍ଣ୍ଣିଦେବି
ମୁଁ ତାହାର |
ପାଞ୍ଚୟତ ଉଚ୍ଚ ବିଦ୍ୟାଳୟ, କାଶିପାଳ,
କେନ୍ଦୁଝର ପିନ -୭୫୮୦୪୪
ଦୂରଭାଷ -୯୯୩୭୩୪୩୨୪୪
ଉପସ୍ଥାପନା ବାବୁଲାଲ ପଲେଇ ଆଇମା ମିଡିଆ