logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମନେ ପଡ଼େ ଗୁରୁକୁଳ ରଚନା - ବୀରେନ୍ଦ୍ର କୁମାର ପାତ୍ର

ମନେ ପଡେ ଗୁରୁକୂଳ
-ଶ୍ରୀ ବୀରେନ୍ଦ୍ର କୁମାର ପାତ୍ର

ଚନ୍ଦନ ଫୁଲରେ ପୂଜିଲେ ତୁମକୁ
ତୁମେତ ଯାଉଛ ୠଷି,
ପ୍ରଧାନଶିକ୍ଷକ ଭାଗିରଥି କୁହ
କେଉଁ ଫୁଲେ ତୁମେ ଖୁସି,
ଲେମ୍ବୁ ଚକ୍ର ଆଉ ନନ୍ଦ ଡମ୍ବରୁ
ଶଶୀକୁ ଧରଣୀ ମେଳ,
ଚପରାଶି ପୁଣି ରବିକୁ ପାଣ୍ଡବ
ବେଣୁ ସଂଙ୍ଗେ ବିରବଲ,
ଭୈରବ ଥିଲେ ମଧ୍ୟ ଇଂରାଜୀରେ
କାହ୍ନୁ, ବସନ୍ତ, କୈଳାସ,
କେଉଁ ଗୁଣ ସବୁ ଭୁଲିବୁ ତୁମର
ଗୁରୁ ତୁମେ ଆମେ ବତ୍ସ,
ପଣ୍ଡିତ ପଣର ପଟାନ୍ତର କାହିଁ
ଶବ୍ଦ ଧାତୁ ରୂପ ଘୋସ,
ସଂସ୍କୃତ ଗ୍ରାମାର ପାଠଦେଇ ଆସ
ଶୁକ୍ର ମଙ୍ଗଳରେ ରମେଶ,
ଅକାଟ୍ୟ ବଚନ ତୁମ ବାକ୍ୟମାନ
ଚକ୍ର ସାରଙ୍କ ଗଣିତ,
ଶନିବାର ଦିନ କର ସାବଧାନ
ଲେମ୍ବୁ ସଂଙ୍ଗେ ନନ୍ଦ ମିଳିତ,
କେତେକେତେ ବାଣୀ ମନେପଡ଼େ ପୁଣି
ଲେଖୁଥିଲେ ନ ସରିବ,
ଆହେ ଗୁରୁକୁଳ ଯୋଡୁଅଛୁପାଣୀ
ମୁଣ୍ଡ ତୁମପାଦେ ଲୋଟିବ,
କାଳିଆ ପାଖରେ ଲଗାଉଛୁ ଭାବ
ସର୍ବକୁଶୋଳରେ ଥିବ,
ବୟାନବେସନର ଶିଷ୍ୟ ଶିଷ୍ୟାଙ୍କର
ମସ୍ତକରେ ହସ୍ତ ରଖିବ,
ବୀରେନ୍ଦ୍ର କିଙ୍କର ଯୋଡୁଅଛି କର
ଭୂଲ ଥିଲେ କ୍ଷମା ଦେବ!!! 🙏

*ବୀରେନ୍ଦ୍ର କୁମାର ପାତ୍ର, ଶିକ୍ଷକ, ହୃଦୁରାମପୁର, ବାଙ୍କିଆ, କେନ୍ଦୁଝର -୭୫୮୦୪୪, ମୋବାଇଲ -9668426898
ଉପସ୍ଥାପନା ବାବୁଲାଲ ପଲେଇ ଆଇମା ମିଡିଆ

3
115 views

Comment