logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜିଲ୍ଲାସ୍ତରୀୟ ଅଷ୍ଟମ ପୋଷଣ ପକ୍ଷ ପାଳିତ

ଦେବଗଡ଼, ତା. ୨୨.୦୪.୨୦୨୬ ରିଖ :-
ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ପକ୍ଷରୁ ଆଜି ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଅଷ୍ଟମ ପୋଷଣ ପକ୍ଷ ପାଳିତ ହୋଇଯାଇଛି।
ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରତୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ, ଡିପିଏମ୍ (ଓଏଲଏମ୍) ଶିଶିର କୁମାର ଷଡ଼ଙ୍ଗୀ, ଡେପୁଟି କଲେକ୍ଟର ମୁକେଶ କୁମାର ଭୋଇ ଓ ବାରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ବାବୁ ସିଂ ଉପସ୍ଥିତ ଥିଲେ।
ଅତିଥିମାନେ ପୋଷଣ ପକ୍ଷ ପାଳନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ ଏବଂ ଜନ୍ମରୁ ୬ ବର୍ଷ ବୟସ୍‌ ମଧ୍ୟରେ ଶିଶୁଙ୍କ ସମ୍ପୂର୍ଣ୍ଣ ବିକାଶ ପାଇଁ ପୋଷଣର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିଥିଲେ। ଶିଶୁମାନଙ୍କୁ ପୁଷ୍ଟିକର ଓ ସନ୍ତୁଳିତ ଖାଦ୍ୟ ଯୋଗାଇବା ସହ ତାଙ୍କ ସୁସ୍ଥ ଜୀବନ ଗଠନ ନିମନ୍ତେ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା।
ଏହି ଅବସରରେ ହିତାଧିକାରୀମାନଙ୍କ ପଞ୍ଜିକରଣ, ପୋଷଣ ଟ୍ରାକରରେ ସାମିଲ କରିବା, ମା ଓ ଶିଶୁ ପୋଷଣ, ମସ୍ତିଷ୍କ ବିକାଶ ପାଇଁ ପ୍ରାରମ୍ଭିକ ପ୍ରୋତ୍ସାହନ, ଖେଳ ଆଧାରିତ ଶିକ୍ଷା, ଶିଶୁଙ୍କ ସ୍କ୍ରିନ୍ ଟାଇମ୍ କମେଇବାରେ ମାତାପିତା ଓ ସମୁଦାୟର ଭୂମିକା, ଅଙ୍ଗନୱାଡ଼ି କେନ୍ଦ୍ର ସଶକ୍ତିକରଣ ଇତ୍ୟାଦି ବିଷୟରେ ଜଣାଇ ଦିଆଯାଇଥିଲା।
ତଦୁପରି, ବିଭିନ୍ନ ପୁଷ୍ଟିକର ଖାଦ୍ୟର ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ପ୍ରୋଗ୍ରାମ ଅଧିକାରୀ ପଙ୍କଜିନୀ ସାହୁ, ସିଡିପିଓ ବାରକୋଟ ଲିଲି ପ୍ରଧାନ, ସିଡିପିଓ ରିଆମାଳ ତାରାକାନ୍ତି ମହାନନ୍ଦିଆ, ସିଡିପିଓ ତିଲେଇବଣି ବନ୍ଦିତା ରାଉତରାୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ସହ ସୁପରଭାଇଜର ଓ ସମାଜ ମଙ୍ଗଳ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ। ପୋଷଣ ଜିଲ୍ଲା ସଂଯୋଜକ ମନୋଜ ଆଚାର୍ଯ୍ୟ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

4
58 views

Comment