logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଓଏସଏମଇର ୬୫ତମ ବାର୍ଷିକ ଉତ୍ସବ ଓରିଫେଷ୍ଟ -୨୦୨୬ ଅନୁଷ୍ଠିତ।

ଓଏସଏମଇର ୬୫ତମ ବାର୍ଷିକ ଉତ୍ସବ ଓରିଫେଷ୍ଟ -୨୦୨୬ ଅନୁଷ୍ଠିତ।

କେନ୍ଦୁଝର -୨୧/୦୪(ଖଣ୍ଡାଧାର ନିଉଜ) ସମଗ୍ର ଓଡିଶାର ଗର୍ବ ଓ ଗୌରବର ପ୍ରତୀକ ତଥା ଷାଠିଏ ବର୍ଷରୁ ପୁରୁଣା ବୈଷୟିକ ଅନୁଷ୍ଠାନ ଭାବରେ ଜଣାଶୁଣା ଓଡିଶା ଖଣି ଯାନ୍ତ୍ରିକ ବିଦ୍ୟାଳୟ( ଓଏସଏମଇ) ୬୫ତମ ବାର୍ଷିକ ଉତ୍ସବ ‘ଓରିଫେଷ୍ଟ -୨୦୨୬’ ସୋମବାର ସନ୍ଧ୍ୟାରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ କେନ୍ଦୁଝର ପବ୍ଲିକ ପ୍ରସିକ୍ୟୁଟର ପ୍ରଦୀପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ର ନିର୍ମାଣରେ ଟେକ୍ନୋକ୍ରାଟ୍‌ମାନଙ୍କର ଭୂମିକା ସଂପର୍କରେ ବିସ୍ତୁତ ସୂଚନା ଦେଇଥିଲେ । ଏହି ପୁରାତନ ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ଦେଶ ଗଠନରେ ବ୍ରତୀ ହେବେ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ମା’ ତାରିଣୀଙ୍କ ଫଟୋରେ ଅତିଥିମାନେ ଦୀପ ପ୍ରଜ୍ଵଳନ ସହ ମାଲ୍ୟାର୍ପଣ କରିବା ସହ ଆବାହନୀ ସଂଗୀତ ଗାନ କରାଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ଇଂ ମନ୍ମଥ ମାଝୀ ବାର୍ଷିକ ବିବରଣୀ ପାଠ କରି ଏହି ଅନୁଷ୍ଠାନରେ ଲାଗି ରହିଥିବା ସୁବିଧା ଅସୁବିଧା ବିଶେଷ କରି ଅଧ୍ୟାପକ ସମସ୍ୟା ସଂପର୍କରେ ଉପସ୍ଥିତ ଅତିଥିମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଓଏମସି ଗନ୍ଧମାର୍ଦ୍ଦନର ଆଞ୍ଚଳିକ ପରିଚାଳକ ଇଂ ପଙ୍କଜ ମହାନ୍ତ,କେନ୍ଦୁଝର ଡିଆଇସିର ସାଧାରଣ ପରିଚାଳକ ଅଜୟ କୁମାର ମହାନ୍ତ,ଏମଜି ମହାନ୍ତି ମାଇନ୍ସର ସାଧାରଣ ପରିଚାଳକ ମହେନ୍ଦ୍ର ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଛାତ୍ର ପ୍ରତିନିଧି ଦୀନେଶ ବାରିକ ନିଜର ବକ୍ତବ୍ୟ ପ୍ରଦାନ କରିଥିବାବେଳେ ଛାତ୍ର ସଂସଦର ଉପଦେଷ୍ଟା ଇଂ ରାଜୀବ ଲୋଚନ ବଳ ଧନ୍ୟବାଦ ଅର୍ପଣ କରିଥିଲେ । ବାର୍ଷିକ ଉତ୍ସବର ପ୍ରଥମ ପର୍ଯ୍ୟାୟରେ ଆଲୁମନି ମିଟ ହୋଇଥିଲା। ଏଥିରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେଇ
ଉପଦେଶ ଦେଇଥିଲେ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

7
737 views

Comment