ଭୂଇଁପୁରରେ ଅଖଣ୍ଡ ଚବିଶ ପ୍ରହର ମହାମନ୍ତ୍ର ନାମଯଜ୍ଞ ଅନୁଷ୍ଠିତ।
ଭୂଇଁପୁରରେ ଅଖଣ୍ଡ ଚବିଶ ପ୍ରହର ମହାମନ୍ତ୍ର ନାମଯଜ୍ଞ ଅନୁଷ୍ଠିତ।
ଚମ୍ପୁଆ -୨୧/୦୪(ଖଣ୍ଡାଧାର ନିଉଜ )ଚମ୍ପୁଆ ବ୍ଲକ ଭୂଇଁପୁର ପଞ୍ଚାୟତ ଅନ୍ତର୍ଗତ ଭୂଇଁପୁର ଗ୍ରାମରେ ଗ୍ରାମବାସୀଙ୍କ ସହଯୋଗରେ ଅଖଣ୍ଡ ହରିନାମ ମହାମନ୍ତ୍ର ଚବିଶ ପ୍ରହର ନାମଯଜ୍ଞ ଗତ ୧୭ତାରିଖ ଠାରୁ ୨୦ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମ ଦିନ ଗ୍ରାମର ଭକ୍ତ ଶ୍ରଦ୍ଧାଳୁ ମାନେ ମେର୍ମେନ୍ଦା ନାଳ ଘାଟରୁ ଶୁଦ୍ଧ ଜଳ କଳସ ଆଣି ଘଟ ସ୍ଥାପନ କରିବା ପରେ ଅଧିବାସ, ନାମଯଜ୍ଞ ଆରମ୍ଭ କରାଯାଇଥିଲା l ପୂଜକ ଅନାଦି ପଣ୍ଡା ଓ ଜଗଦୀଶ ପଣ୍ଡା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିବା ବେଳେ ପ୍ରଥମେ ଭୂଇଁପୁର ଗ୍ରାମର ସଂକୀର୍ତନ ମଣ୍ଡଳୀ ଦ୍ଵାରା ନାମ ନେଇଥିଲେ l ଏହା ସହିତ ପଡୋଶୀ ଜିଲ୍ଲା ମୟୁରଭଞ୍ଜ ବାରିପଦା ଅଂଚଳରୁ ଖାନୁଆ (ଖ). ନେଦାବାଡି, କମାରଡିହା ଓ କେନ୍ଦୁଝର ଜିଲ୍ଲାରୁ ମହୁଲଡିହା. ଭୂଇଁପୁର ସଂକୀର୍ତନ ଦଳ ହରିନାମ ମହାମନ୍ତ୍ର ନେଇଥିଲେ l ହରିନାମ ଅଖଣ୍ଡ ମହାମନ୍ତ୍ର ଶୁଣିବାକୁ ଦେଖିବାକୁ ଗ୍ରାମ ତଥା ଅଞ୍ଚଳରୁ ପ୍ରତିଦିନ ସହସ୍ରାଧିକ ଭକ୍ତ ଶ୍ରଦ୍ଧାଳୁ ଜନତା, ପୁରୁଷ, ମହିଳାମାନଙ୍କ ସମାଗମ ହୋଇଥିଲା। ଶ୍ରଦ୍ଧାଳୁ ଭକ୍ତଙ୍କ ନିମନ୍ତେ ପ୍ରତିଦିନ ଅନ୍ନ ପ୍ରସାଦର ଓ ପାନୀୟ ଜଳର ବ୍ୟବସ୍ଥା କମିଟି ପକ୍ଷରୁ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଅତିଥିଭାବେ ପାଟଣା ବିଧାୟକଙ୍କ ଚମ୍ପୁଆ ବ୍ଲକ ପ୍ରତିନିଧି ଭାବଗ୍ରାହୀ ମହାନ୍ତ ଏହି ହରିନାମ ଯଜ୍ଞକୁ ପହଂଚି ଦର୍ଶନ କରିବା ସହିତ ଦର୍ଶକ ତଥା ସଂକୀର୍ତନ ଦଳକୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମକୁ କମିଟି 'ର ସଦସ୍ୟ ଇଶ୍ୱର ବାରିକ, ନାରାୟଣ ବାରିକ, ସୁଦାମ ସେଠୀ, ସନ୍ତୋଷ ବାରିକ, ଦିନମଣୀ ବାରିକ ଅବନୀ ବାରିକ, ପୂର୍ଣ୍ଣଚନ୍ଦ୍ର ମହାନ୍ତ, ରାଘବ, ବିଭୁତି, ଟୁଟୁ, କିଷ୍ଣୁ, ଯୁଗଳ, ଦିପୁ, ନିର୍ମଳ, ଭକ୍ତବନ୍ଧୁ ପ୍ରମୁଖଙ୍କ ଦ୍ଵାରା ପରିଚାଳିତ ହୋଇଥିଲା l
ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।