କେନ୍ଦୁଝର ସିଟିଜେନ ଫୋରମ୍ ତରଫରୁ ଧରଣୀଧର ବିଶ୍ୱ ବିଦ୍ୟାଳୟର ନୂତନ କୁଳପତି ଙ୍କ ସହିତ ଆଲୋଚନା।
କେନ୍ଦୁଝର ସିଟିଜେନ ଫୋରମ୍ ତରଫରୁ ଧରଣୀଧର ବିଶ୍ୱ ବିଦ୍ୟାଳୟର ନୂତନ କୁଳପତି ଙ୍କ ସହିତ ଆଲୋଚନା।
******
କେନ୍ଦୁଝର:୨୧/୦୪ (ଖଣ୍ଡାଧାର ନିଉଜ ବ୍ୟୁରୋ) ଆଜି କେନ୍ଦୁଝର ସିଟିଜେନ ଫୋରମ୍ ତରଫରୁ ଧରଣୀଧର ବିଶ୍ୱ ବିଦ୍ୟାଳୟ ର ନବନିଯୁକ୍ତ କୂଳପତି ଡଃ ସଞ୍ଜୟ କୁମାର ପାତ୍ର ଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ସଭାପତି ଡ଼ଃ ଅରୁଣ କୁମାର ସାହୁଙ୍କ ନେତୃତ୍ବ ରେ ବରିଷ୍ଠ ସଦସ୍ୟ ଚକ୍ରଧର ସାହୁ, ରାମନାରାୟଣ ଦ୍ୱିବେଦୀ, ନିରଞ୍ଜନ ବାରିକ, ଭରତ ଚନ୍ଦ୍ର ପାତ୍ର, ଗୟାଧର ଦାଶ, ରାଜେନ୍ଦ୍ର କୁମାର ସାହୁ ଏହି ସୈାଜନ୍ୟମୂଳକ ସାକ୍ଷାତ ବେଳେ ଉପସ୍ଥିତ ରହିଥିଲେ।
ଏହି ଅବସରରେ ଔନପଚାରିକ ଆଲୋଚନା ବେଳେ କୂଳପତି ଡଃ ପାତ୍ର ବିଶ୍ୱ ବିଦ୍ୟାଳୟ ର ଭିତ୍ତିଭୂମି ର ବିକାଶ ପାଇଁ ୫୦୦ଏକର ନୂତନ ଜମି ଅଧିଗ୍ରହଣ ଓ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରି ରଖିବା ସଙ୍ଗେ ସଙ୍ଗେ ସମୟ ନିର୍ଦ୍ଧାରିତ ଯୋଜନା କାର୍ଯ୍ୟକାରି କରିବା ପାଇଁ ବରିଷ୍ଠ ଅଭିଜ୍ଞ ନାଗରିକ ମାନଙ୍କ ଦ୍ୱାରା ଗଠିତ ସିଟିଜେନ ଫୋରମ୍ ର ସହଯୋଗ କାମନା କରିଥିଲେ। ସେ ମତ ଦେଇଥିଲେ ଯେ ସରକାର ଙ୍କ ନୂତନ ଶିକ୍ଷା ନୀତି ଅନୁଯାୟୀ ଉଚ୍ଚ ଶିକ୍ଷା ରେ ବିବିଧ ଶୃଙ୍ଖଳା ର କୋର୍ସ ପ୍ରଚଳନ କରାଯାଇ ନୂତନ ପାଠ୍ୟଖସଡା ମାଧ୍ୟମ ରେ ଶିକ୍ଷା ପ୍ରଦାନ କରାଗଲେ ବିଶ୍ୱ ବିଦ୍ୟାଳୟ ସର୍ବ ଭାରତୀୟ ସ୍ତରର ଉତ୍କର୍ଷତା ହାସଲ କରିପାରିବ। ବିଶ୍ୱ ବିଦ୍ୟାଳୟ ଶୃଙ୍ଖଳିତ ସୁପରିଚାଳନା ଦିଗରେ ସକ୍ରିୟ ସହଯୋଗ ଓ ଗଠନମୂଳକ ପରାମର୍ଶ ସିଟିଜେନ ଫୋରମ୍ ପ୍ରଦାନ କରିବ ବୋଲି ପ୍ରତିଶୃତି ଦିଆଯାଇଥିଲା।