logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଶ୍ୱେତସୁବର୍ଣ୍ଣ କ୍ଷେତ୍ରରେ ଚନ୍ଦନ ଯାତ୍ରାର ଦ୍ଵିତୀୟ ଦିବସ,ଚାପ ଖେଳିଲେ ମହାପ୍ରଭୁ;ଦାମନଯୋଡ଼ି,କୋରାପୁଟ

ଦାମନଯୋଡ଼ି,୨୧/୦୪: ମଙ୍ଗଳବାର ଶ୍ରୀ ଜୀଉଙ୍କ ଚନ୍ଦନ ଯାତ୍ରାର ଦ୍ଵିତୀୟ ଦିବସ ଅବସରରେ ଶ୍ୱେତସୁବର୍ଣ୍ଣ କ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ଵତନ୍ତ୍ର ପୂଜାନୀତି ଓ ଠାକୁରଙ୍କ ଚାପ ଖେଳ ନରେନ୍ଦ୍ର ପୁଷ୍କରିଣୀରେ ଅନୁଷ୍ଠିତ ହୋଇଥିଲା।ଚତୁର୍ଦ୍ଧା ମୂର୍ତ୍ତିଙ୍କ ସନ୍ଧ୍ୟା ଆଳତି ପରେ ଘଣ୍ଟଘଣ୍ଟା, ଆଲଟ,ଚାମର,ସଂକୀର୍ତ୍ତନ,ହରିବୋଲ ହୁଳହୁଳି ମଧ୍ୟରେ ଶ୍ରୀ ରାଧାକୃଷ୍ଣଙ୍କୁ ମୁଖ୍ୟ ମନ୍ଦିରରୁ ନରେନ୍ଦ୍ର ପୁଷ୍କରିଣୀକୁ ଅଣାଯାଇ ଥିଲା।ସେଠାରେ ପୂଜାର୍ଚ୍ଚନା ସହିତ ଏକ ସୁସଜ୍ଜିତ ଡଙ୍ଗାରେ ଶ୍ରୀଜୀଉଙ୍କୁ ପୁଷ୍କରିଣୀ ପରିକ୍ରମା କରାଯାଇଥିଲା।ପୂଜକ ଅଜୟ କୁମାର ପଣ୍ଡା,ବିପିନ ବିହାରୀ ପଣ୍ଡା ଓ ଅମୀୟ କୁମାର ସାମନ୍ତରାୟ ପୂଜାକର୍ମ କରିଥିଲେ।ନାଲକୋ ମୁଖ୍ୟ ମହାପ୍ରବନ୍ଧକ ତଥା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଉପସଭାପତି ବିଛନ୍ଦ ଚରଣ ଦାଶ ପତ୍ନୀ ତନୁଶ୍ରୀ ଦାଶଙ୍କ ସହିତ ଏଥିରେ ମୁଖ୍ୟ ପୁରୋଧା ରୂପେ ଯୋଗଦେଇ ଶ୍ରୀ ଜୀଉଁ ଙ୍କୁ ଚାପ ଖେଳାଇ ଥିଲେ।ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ସମିତିର ସମ୍ପାଦକ କୈଳାସ ସେନାପତିଙ୍କ ସହିତ ସଦସ୍ୟ ରଞ୍ଜନ କୁମାର ବେହେରା,ଶିଶିର ପରିଡ଼ା, ମୂରଲୀଧର ଦାସ,ଗୁଡ଼ଲା ଅବିନାଶ,ଆର ଏନ ମୁଦୁଲି,ଖଦାଳ ନାୟକ,ନରସିଂହ ବ୍ରହ୍ମା,ସଞ୍ଜୟ ବିଶ୍ବାଳ,ସୁନୀଲ କୁମାର ଚୌଧୁରୀ,କୃଷ୍ଣଚନ୍ଦ୍ର ପାଢ଼ୀ ଓ ବିଜୟ କୁମାର ଆଚାର୍ଯ୍ୟଙ୍କ ସହିତ ସ୍ୱେଚ୍ଛାସେବୀ ଉପସ୍ଥିତ ରହି ପରିଚାଳନା କରିଥିଲେ।ତଳ ଗୌଡ଼ଗୁଡ଼ାର ସଂକୀର୍ତ୍ତନ ମଣ୍ଡଳୀଙ୍କ ସହିତ ଶ୍ରୀଜଗନ୍ନାଥ ମନ୍ଦିରର ସଂକୀର୍ତ୍ତନ ଦଳ ସେବା ଯୋଗାଇଥିଲେ।

47
1450 views

Comment