ଡେରଙ୍ଗରେ ଚନ୍ଦନ ଯାତ୍ରା ମହୋତ୍ସବ: ରାଧା-କୃଷ୍ଣଙ୍କ ଚାପ ଖେଳ ଆରମ୍ଭ
ଡେରଙ୍ଗରେ ଚନ୍ଦନ ଯାତ୍ରା ମହୋତ୍ସବ: ରାଧା-କୃଷ୍ଣଙ୍କ ଚାପ ଖେଳ ଆରମ୍ଭ
କଣିହାଁ, ୨୦/୦୫:
ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅଧୀନ ଡେରଙ୍ଗ ଗ୍ରାମରେ ପାରମ୍ପରିକ ଚନ୍ଦନ ଯାତ୍ରା ମହୋତ୍ସବ ଅବସରରେ ରାଧା-କୃଷ୍ଣ ଯୁଗଳ ପ୍ରତିମାଙ୍କ ଚାପ ଖେଳ ସୋମବାର ଠାରୁ ଆରମ୍ଭ ହୋଇଛି।
ଗ୍ରାମ ଶିବ ମନ୍ଦିର ନିକଟସ୍ଥ ବଡ଼ ପୋଖରୀରେ ଏହି ପାରମ୍ପରିକ ଚାପ ଖେଳ ଆୟୋଜିତ ହେଉଛି। ପୂଜାର୍ଚ୍ଚନା ପଣ୍ଡିତ ଗୁଲେଖ ଦାଶ ଓ ବୁଦ୍ଧଦେବ ଦାଶଙ୍କ ଦ୍ୱାରା ସମ୍ପନ୍ନ ହେବା ପରେ ଶତାଧିକ ଭକ୍ତ ଓ ଗ୍ରାମବାସୀ ଏହି ଉତ୍ସବରେ ସାମିଲ ହୋଇଥିଲେ। ଓଡ଼ିଶୀ ନାମସଂକୀର୍ତନ, ଘଣ୍ଟ-ଶଙ୍ଖ ଓ ଦୁଲ୍ଦୁଲି ବାଦ୍ୟରେ ନଗର ସଂକୀର୍ତନ କରାଯାଇଥିଲା।
ମଙ୍ଗଳବାର ଦ୍ୱିତୀୟ ଦିନରେ ରାଧା-କୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଚାପ ଖେଳାଯାଇଥିଲା। ଏହି ପାରମ୍ପରିକ ଚାପ ଖେଳ ପାଞ୍ଚ ଦିନ ଧରି ଚାଲିବ। ଗ୍ରାମରେ ଭକ୍ତିମୟ ପରିବେଶ ମଧ୍ୟରେ ପ୍ରତ୍ୟେକ ଘର ସାମ୍ନାରେ ଠାକୁରଙ୍କୁ ବନ୍ଦାପନା କରାଯାଉଛି।
ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ଆସନ୍ତା ସପ୍ତମୀ ତିଥି (୨୩ ତାରିଖ) ପର୍ଯ୍ୟନ୍ତ ଚାଲିବ। ପରବର୍ତ୍ତୀ ଚନ୍ଦନ ଯାତ୍ରା ମହୋତ୍ସବ ୨୩ ତାରିଖ ଗୁରୁବାରରୁ ଆରମ୍ଭ ହୋଇ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ।
ଏହି ସମୟରେ ସୁସଜିତ ବିମାନରେ ବସି ରାଧା-କୃଷ୍ଣ ଠାକୁର ବଡ଼ ପୋଖରୀରେ ସାତ ବେର ଚାପ ଖେଳିବା ପରେ ନଗର ପରିକ୍ରମା କରିବେ।
ଏହି କାର୍ଯ୍ୟକ୍ରମରେ ଗ୍ରାମ ସଭାପତି ପ୍ରଶ୍ନ ନାୟକ, ସମ୍ପାଦକ ସୁଜିତ ସାହୁ, କୁଷାଧ୍ୟକ୍ଷ ଦୀପକ ବେହେରା, ବିଛନ୍ଦ ଚରଣ ସାହୁ, କାନ୍ଦର୍ପ ବେହେରା, କାଳନ୍ଦୀ ଦାଶ, ମହାର୍ଗ ବେହେରା, ମୂଳିଆ ସାହୁ, ନିରଞ୍ଜନ ସାହୁ, ପ୍ରଦୀପ ବେହେରା, ଡିଲେଶ୍ୱର ସାହୁ, ସନ୍ତୋଷ ସାହୁ, ସୁଧାକାର ବେହେରା, ବିଦ୍ୟାଧର ସାହୁ, ଗଣେଶ୍ୱର ବେହେରା ପ୍ରମୁଖଙ୍କ ସହ ଶତାଧିକ ଗ୍ରାମବାସୀ ନଗର ସଂକୀର୍ତନ ଓ ଚାପ ଖେଳରେ ଯୋଗଦେଇଥିଲେ।