logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅକ୍ଷୟ ତୃତୀୟା ଅବସରରେ ବିଧାୟକ ଶ୍ରୀଯୁକ୍ତ ମଙ୍ଗୁ ଖିଲ ଅକ୍ଷି ମୁଠି ଅନୁକୂଳ କରି କ୍ଷେତ ରେ ଧାନ ବୁଣିଛନ୍ତି ।

ଚିତ୍ରକୋଣ୍ଡା -: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଦାତୁନଗୁଡ଼ା ଠାରେ ଅକ୍ଷୟ ତୃତୀୟା ଅବସରରେ ବିଧାୟକ ଶ୍ରୀଯୁକ୍ତ ମଙ୍ଗୁ ଖିଲ ଅକ୍ଷି ମୁଠି ଅନୁକୂଳ କରି କ୍ଷେତ ରେ ଧାନ ବୁଣିଛନ୍ତି । କ୍ଷେତରେ ପୂଜାର୍ଚ୍ଚନା କରି ହଳ ବୁଲାଇ ଧାନ ବୁଣିଛନ୍ତି । ଚାଷୀ ଭାଇ ମାନଙ୍କୁ ନୂତନ ଚାଷ ଆରମ୍ଭ କରି ଚାଷ କାମକୁ ଭଲ ରୂପେ କରିବା ଏବଂ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ନେବା ପାଇଁ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ପୂର୍ବତନ ବିଧାୟକ ସନରାଜ ଗଣ୍ଡ, ରାଜ୍ୟ ସଂଯୋଜକ ଲଲାଟେନ୍ଦୁ ପଟ୍ଟନାୟକ, ଏଆଇସିସି ରାଷ୍ଟ୍ରୀୟ ସଂଯୋଜକ ଅମିୟ ପଟ୍ଟନାୟକ, କୃଷକ ସେଲ ଉପ ସଭାପତି ବୃନ୍ଦାବନ ଖଟେଇ, ମାନ୍ୟବର ଚିତ୍ରକୋଣ୍ଡା ବିଧାୟକ ଶ୍ରୀଯୁକ୍ତ ମଙ୍ଗୁ ଖିଲ, ଚିତ୍ରକୋଣ୍ଡା ବ୍ଲକ ସଭାପତି ଶ୍ରୀ ବିଦେଶୀ ଗୌଡ଼, ମାଥିଲି ବ୍ଲକ ସଭାପତି ମଙ୍ଗଳା ଗୌଡ, ଜିଲ୍ଲା ପରିଷଦ ସଦସ୍ୟା ବିନତି ଖିଲ, ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ପ୍ରଭୃତି ଉକ୍ତ କାର୍ଯ୍ୟ କ୍ରମରେ ଯୋଗ ଦେଇଥିଲେ ।

0
0 views

Comment