logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାଲକାନଗିରି ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ର ଦାବୀ ପତ୍ର ପ୍ରଦାନ।

ମାଲକାନଗିରି ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ର ଦାବୀ ପତ୍ର ପ୍ରଦାନ।
ମାଲକାନଗିରି ତା ୨୧/୪ ରିଖ
ଓଡ଼ିଶା ରାଜା ଅବସରପ୍ରାପ୍ତ କର୍ମଚାରୀ
ମବାସଂଘର ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ର ସଭାପତି ବାଲାରାଜୁ ପାଢ଼ି ଙ୍କ ତତ୍ବାବଧାନରେ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ସଂଘର ସଦସ୍ୟମାନେ ୧୦ ଦଫା ଦାବୀପତ୍ର ଭାରତର ପ୍ରଧାନମନ୍ତ୍ରୀ ଓ ୯ ଦଫା ଦାବୀପତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କୁ ମାଲକାନଗିରି ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ମାଧ୍ଯମ ରେ ପ୍ରଦାନ କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଦାବୀପତ୍ର ରେ ୧- ଅର୍ଥ ଆଇନ୍ ୨୦୨୫ ଭେଲିଡେସନ୍ ଏକ୍ଟ ଅବିଳମ୍ବେ ପ୍ରତ୍ୟାହାର। ୨- ଏନ୍ ପି ଏସ୍ ଓ ୟୁ ପି ଏସ୍ ବଦଳରେ ପୁରୁଣା ସ୍ଥିରିକୃତ ପେନସନ ଲାଗୁ କରିବ। ୩- ୨୦୨୫ ଡିସେମ୍ବର ୩୧ ତାରିଖ ପୂର୍ବରୁ ଅବସର ନେଇଥିବା ସମସ୍ତ ପେନସନରଙ୍କୁ ୮ମ ବେତନ ଆୟୋଗଙ୍କ ସୁପାରିଶ ଲାଗୁ କରିବା। ୪- କେନ୍ଦ୍ର କର୍ମଚାରୀଙ୍କ ସହିତ ସମାନ ହାରରେ ରାଜ୍ୟ ପେନସନର ମାନଙ୍କୁ ସମସ୍ତ ବାକିଆ ମହଙ୍ଗା ଭତ୍ତା ପ୍ରଦାନ ଓ କୋଭିଡ୍ ସମୟର ବାକି ଥିବା ୧୮ ମାସର ମହଙ୍ଗା ଭତ୍ତା ସୁଧ ସହ ପ୍ରଦାନ। ୫- କମ୍ୟୁଟେସନ୍ ଦେୟର ଅବଧି ୧୦ ବର୍ଷ ୮ ମାସ କୁ ହ୍ରାସ। ୬- ପୂର୍ବ ପରି ରେଳ ଯାତ୍ରା ରେ ରିହାତି ଓ ସମସ୍ତ ରାଜ୍ଯ ର ବସ ଯାତ୍ରା ରେ ରିହାତି ପ୍ରଦାନ। ୭- କେନ୍ଦ୍ର ଅନୁରୂପ ରାଜ୍ଯ ପେନସନର ମାନଙ୍କୁ ସ୍ବାସ୍ଥ୍ଯ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା। ୮- ରାଷ୍ଟ୍ରାୟତ ସଂସ୍ଥାମାନଙ୍କ ଘରୋଇ କରଣ ବନ୍ଦ କରିବା। ୯- ଶ୍ରମିକ ଓ କର୍ମଚାରୀ ବିରୋଧୀ ୪ ଗୋଟି ଶ୍ରମ କୋଡ୍ କୁ ପ୍ରତ୍ୟାହାର। ୧୦- ପେନସନର ଉପରୁ ଆୟକର ଉଚ୍ଛେଦ କରିବା। ଉଲ୍ଲେଖ ଥିବାବେଳେ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରିବା ଦାବୀପତ୍ର ରେ ୧- କେନ୍ଦ୍ର ଅନୁରୂପ ଚିକିତ୍ସା ଭତ୍ତା କ୍ୟାସଲେସ ସ୍ବାସ୍ଥ୍ଯ ବୀମା ଯୋଜନା ୬୦ ବର୍ଷ ରୁ ଉର୍ଦ୍ଧ୍ବ ଲାଗୁ କରିବା। ୨- ପି ଜି ପି ଏ ବିଭାଗର ପୁନଃ ସ୍ଥାପନ। ୩- ୬୫ ବର୍ଷରୁ ଅତିରିକ୍ତ ପେନସନ ଲାଗୁ। ୪- ପେନସନ ନିର୍ଦ୍ଧାରଣ ରେ ଥିବା ଭଲକୁ 'ପେ ମାଟ୍ରିକ୍ସ' ଆଧାରରେ ସଂଶୋଧନ। ୫- କମ୍ୟୁଟେସନ୍ ଦେୟର ଅବଧି ୧୫ ବର୍ଷ ପରିବର୍ତ୍ତେ ୧୦ ବର୍ଷ ୮ ମାସକୁ ହ୍ରାସ। ୬- ଏନ୍ ପି ଏସ୍ ଏବଂ ୟୁ ପି ଏସ୍ ବଦଳରେ
ଓ ପି ଏସ୍ ଚାଲୁ କରିବା। ୭- ସର୍ବନିମ୍ନ ପେନସନ କେନ୍ଦ୍ର ଅନୁରୂପ ଟ ୯୦୦୦/- ଲାଗୁ କରିବା। କ୍ବାଲିଫାଇଙ୍ଗ ସର୍ଭିସ ୨୦ ବର୍ଷକୁ ହ୍ରାସ। ୮- କରୋନା ସମୟର ବହେୟା ମହଙ୍ଗା ଭତ୍ତା ପ୍ରଦାନ। ୯- ରାଜ୍ୟ ପେନସନ ମହାସଂଘ ପାଇଁ ସରକାରୀ ବାସଗୃହ ଯୋଗାଇ ଦେବା ସମ୍ପର୍କରେ ଉଲ୍ଲେଖ ଅଛି।
ଉକ୍ତ ଶୋଭାଯାତ୍ରାରେ ଉପସଭାପତି ସୁରେନ୍ଦ୍ର କୁମାର ମଲ୍ଲିକ, ସଂପାଦକ ଅଶୋକ ସାମଲ, ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ଶିବ ପ୍ରସାଦ ପାତ୍ର, କାଳୁଚରଣ ମହାରଣା, ଲିଙ୍ଗରାଜ ସେନାପତି, କେ. ଶିବ ଶଙ୍କର ପାତ୍ର, ଜଗନ୍ନାଥ ତିଆଡ଼ି, ଲଡୁ କିଶୋର ପଣ୍ଡା,
ନବ କିଶୋର ସାହୁ, ବାବାଜୀ ସ୍ବାଇଁ, ଗଣେଶ ଚନ୍ଦ୍ର ଜେନା, ଜୟଦେବ ରାଉଳ, ଚିରଞ୍ଜିବୀ ମହାପାତ୍ର, ମାଧବାନନ୍ଦ ବିଶ୍ବାଳ, ବିରଞ୍ଚିନାରାୟଣ ଦାଶ, ଏସ୍ ବୀରା ସ୍ବାମୀ ପ୍ରମୁଖ ଅନ୍ୟୁନ ୫୦ ଜଣ ସଦସ୍ୟ ଯୋଗ ଦେଇଥିଲେ।

23
1127 views

Comment