logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଦେବଗଡ଼ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୩୮ ଯୋଡ଼ିଙ୍କ ସାମୁହିକ ବିବାହ ସମ୍ପନ୍ନ

ଦେବଗଡ଼, ତା. ୨୧.୦୪.୨୦୨୬ ରିଖ :-
ଦେବଗଡ଼ ଜିଲ୍ଲା ପ୍ରଶାସନ ଓ ମହିଳା ଓ ଶିଶୁ ବିକାଶ ବିଭାଗର ସଂଯୁକ୍ତ ପ୍ରୟାସରେ ଇଣ୍ଡୋର ଷ୍ଟାଡିୟମ୍ ପରିସରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ସାମୁହିକ ବିବାହ ଉତ୍ସବ ଆୟୋଜିତ ହୋଇଥିଲା।
ଏହି ଅବସରରେ ଜିଲ୍ଲାର ବାରକୋଟ, ତିଲେଇବଣି ଓ ରିଆମାଳ ବ୍ଲକରୁ ମୋଟ ୩୮ ଯୋଡ଼ି (୭୬ ଜଣ ବର-କନ୍ୟା) ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବାରକୋଟ ବ୍ଲକରୁ ୧୧ ଯୋଡ଼ି, ତିଲେଇବଣି ବ୍ଲକରୁ ୧୯ ଯୋଡ଼ି ଓ ରିଆମାଳ ବ୍ଲକରୁ ୮ ଯୋଡ଼ିଙ୍କ ବିବାହ ସମ୍ପନ୍ନ ହୋଇଥିଲା।
ଓଡ଼ିଆ ରୀତିନୀତି ଅନୁଯାୟୀ ୩୪ ଯୋଡ଼ିଙ୍କ ବିବାହ ହିନ୍ଦୁ ପଦ୍ଧତିରେ ଚନ୍ଦନନଗର, ସମ୍ବଲପୁରର ଶ୍ରୀ ବ୍ରହ୍ମ ମଣ୍ଡପର ପଣ୍ଡିତମାନଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିଲା। ଏହାସହିତ ୪ ଯୋଡ଼ି ଖ୍ରୀଷ୍ଟିୟାନ୍ ଦମ୍ପତିଙ୍କ ବିବାହ ଚର୍ଚ୍ଚର ଫାଦରଙ୍କ ଦ୍ୱାରା ଖ୍ରୀଷ୍ଟିୟାନ୍ ପଦ୍ଧତିରେ ସମାପନ ହୋଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଯୋଗଦେଇଥିବା ବେଳେ ଜିଲ୍ଲାପାଳ ଶ୍ରୀ କବିନ୍ଦ୍ର କୁମାର ସାହୁ ସଭାପତିତ୍ୱ କରିଥିଲେ। ଆରକ୍ଷୀ ଅଧିକ୍ଷକ ଶ୍ରୀ ଅନିଲ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରେବେକା ବିଲୁଙ୍ଗ, ଜିଲ୍ଲା ପରିଷଦ ସିଇଓ ଶ୍ରୀ ରାଜେନ୍ଦ୍ର କୁମାର ମିଞ୍ଜ ସହିତ ଅନ୍ୟାନ୍ୟ ଅତିଥିମାନେ ଯୋଗଦେଇଥିଲେ।
ଅତିଥିମାନେ ନବଦମ୍ପତିମାନଙ୍କୁ ବିବାହ ପଞ୍ଜିକରଣ ପତ୍ର ସହିତ ପ୍ରତି ଯୋଡ଼ିକୁ ୪୫,୦୦୦ ଟଙ୍କା ଆର୍ଥିକ ସହାୟତା ଚେକ୍ ମାଧ୍ୟମରେ ପ୍ରଦାନ କରିଥିଲେ।
ଏହି ପବିତ୍ର ଅବସରରେ ବନ୍ଧୁ-ପରିଜନ, ଅତିଥି ଓ ସାଧାରଣ ଲୋକଙ୍କ ପାଇଁ ଭୋଜି ଆୟୋଜନ କରାଯାଇଥିଲା। ଜିଲ୍ଲାର ବିଭିନ୍ନ ଅଧିକାରୀ, କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରୋମିଓ ମହାପାତ୍ର ସଫଳ ଭାବେ ସଂଯୋଜନା କରିଥିଲେ।

3
13 views

Comment