logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସେମିଳିଗୁଡା ମହାବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ। ସେମିଳିଗୁଡା,କୋରାପୁଟ, ତା୨୧/୪/୨୬(ମଙ୍ଗଳବାର)

ସେମିଳିଗୁଡା ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ସ୍ନାତକ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ଭବ୍ୟ ବିଦାୟ

ସ୍ନେହ, ଶୁଭେଚ୍ଛା ଓ ଅନୁଭୂତିର ପରିବେଶ ମଧ୍ୟରେ ସେମିଳିଗୁଡା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ସ୍ନାତକ ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଭବ୍ୟ ବିଦାୟ ସମାରୋହ (ଫେୟାରୱେଲ ପାର୍ଟି) ଅନୁଷ୍ଠିତ ହୋଇଯାଇଛି ।

ଏହି ସମାରୋହରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ଝାନ୍ସି ସିଂହ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ । ସେ ତାଙ୍କ ଭାଷଣରେ କହିଥିଲେ ଯେ, “ଜୀବନରେ ସଫଳତା ପାଇବା ପାଇଁ କେବଳ ଡିଗ୍ରୀ ଯଥେଷ୍ଟ ନୁହେଁ, ଏକ ସୁସଂସ୍କୃତ ଓ ସଚ୍ଚୋଟ ମଣିଷ ହେବା ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ ।” ସେ ଛାତ୍ରଛାତ୍ରୀମାନଙ୍କୁ ସମାଜ ବିରୋଧୀ କାର୍ଯ୍ୟକଳାପରୁ ଦୂରେଇ ରହିବାକୁ ଏବଂ ଉଭୟ ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନରେ ନୈତିକତାର ପଥରେ ଚାଲିବାକୁ ପରାମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମକୁ ରାଜନୀତି ବିଜ୍ଞାନ ବିଭାଗର ପଅଧ୍ୟାପକ ନିରଞ୍ଜନ ପୋଢ଼ ସଫଳତାର ସହ ପରିଚାଳନା କରିଥିଲେ । ଏହି ଅବସରରେ ଅଧ୍ୟାପିକା ଡ. ଗୀତା ପଟ୍ଟନାୟକ, ରୋନାଲି ନାୟକ ଓ ସଙ୍ଗୀତ ପଣ୍ଡା ମଧ୍ୟ ଉପସ୍ଥିତ ରହି ବିଦାୟୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ତୀକ୍ଷ୍ଣ ବୁଦ୍ଧି, ପରିଶ୍ରମ ଓ ନିଷ୍ଠା ସହ ଜୀବନ ଗଠନ କରିବାକୁ ପରାମର୍ଶ ଦେଇଥିଲେ ।ବିଦାୟ ସମାରୋହରେ କନିଷ୍ଠ ଛାତ୍ରଛାତ୍ରୀମାନେ ସେମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ, ଗୀତ, ନୃତ୍ୟ ଓ ଉପହାର ଦେଇ ବରିଷ୍ଠ ଛାତ୍ରଛାତ୍ରୀଙ୍କ ପ୍ରତି ଆଦର ଓ ସ୍ନେହ ପ୍ରକାଶ କରିଥିଲେ । ବିଦାୟୀ ଛାତ୍ରଛାତ୍ରୀମାନେ ନିଜର ଅନୁଭୂତି ବାଣ୍ଟିବା ସହ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ମାର୍ଗଦର୍ଶନ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ ।

68
2104 views

Comment