logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଶ୍ବେତ ସୁବର୍ଣ୍ଣ କ୍ଷେତ୍ରରେ ଶୁଭାରମ୍ଭ ହେଲା ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ।ଦାମନଯୋଡି,କୋରାପୁଟ, ଓଡ଼ିଶା ।ତା୨୦/୪/୨୬(ସୋମବାର)

ଶ୍ଵେତ ସୁବର୍ଣ୍ଣ କ୍ଷେତ୍ରରେ ମହାପ୍ରଭୂଙ୍କ ଚନ୍ଦନ ଯାତ୍ରାର ଶୁଭାରମ୍ଭ

ଦାମନଯୋଡ଼ି,୨୦//୦୪:ଶ୍ଵେତ ସୁବର୍ଣ୍ଣ କ୍ଷେତ୍ର,ଦାମନଯୋଡ଼ିର ନାଲକୋ ଟାଉନସିପ ସେକ୍ଟର -୧ ଶ୍ରୀ ଜଗନ୍ନାଥ ମନ୍ଦିରରେ ସୋମବାର ଦିନ ଶ୍ରୀ ଜୀଉଙ୍କ ଚନ୍ଦନ ଯାତ୍ରାର ଚାପଖେଳ ଅନୁଷ୍ଠିତ ହୋଇଯାଇଛି।ବିଳମ୍ବିତ ରାତ୍ରରେ ଘଣ୍ଟଘଣ୍ଟା, ଆଲଟ,ଚାମର,ସଂକୀର୍ତ୍ତନ,ହରିବୋଲ ହୁଳହୁଳି ମଧ୍ୟରେ ଶ୍ରୀ ରାଧାକୃଷ୍ଣଙ୍କୁ ମୁଖ୍ୟ ମନ୍ଦିରରୁ ମନ୍ଦିର ପରିସରରେ ଥିବା ନରେନ୍ଦ୍ର ପୁଷ୍କରିଣୀକୁ ଅଣା ଯାଇଥିଲା।ସେଠାରେ ପୂଜାର୍ଚ୍ଚନା ସହିତ ଏକ ସୁସଜ୍ଜିତ ବୋଇତରେ ଶ୍ରୀ ଜୀଉଙ୍କୁ ନରେନ୍ଦ୍ର(ଚନ୍ଦନ)ପୁଷ୍କରିଣୀରେ ଚାପ ଖେଳ କରାଯାଇଥିଲା ।ନାଲକୋର କାର୍ଯ୍ଯ ନିର୍ବାହୀ ନିର୍ଦ୍ଦେଶକ ମାନନୀୟ ଅମରେନ୍ଦ୍ର କୁମାର ମିଶ୍ର କାର୍ଯ୍ୟକ୍ରମରେ ମୁଖ୍ୟ ପୁରୋଧା ରୂପେ ଯୋଗ ଦେଇଥିଲେ।ପୂଜକ ଅଜୟ କୁମାର ପଣ୍ଡା,ବିଜୟ କୁମାର ପଣ୍ଡା,ଅମିୟ କୁମାର ସାମନ୍ତରାୟ ଓ ବିପିନ ବିହାରୀ ପଣ୍ଡା ବିଭିନ୍ନ ପୂଜାନୀତି କରିଥିଲେ।ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସମିତିର ସଭାପତି ତଥା ମୁଖ୍ଯ ମହାପ୍ରବନ୍ଧକ ସଂଜୟ କୁମାର ପଟ୍ଟନାୟକ, ସଂପାଦକ କୈଳାସ ସେନାପତି, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ମହାରଣା ସମେତ କାର୍ଯ୍ଯକର୍ତ୍ତା ,ଅନାମ ଚରଣ ନାୟକ,ପ୍ରକାଶ କୁମାର ସାହୁ,ରଞ୍ଜନ କୁମାର ବେହେରା,,ବିକ୍ରମ ଜେନା,ସଂଜୟ ବିଶ୍ବାଳ,ବିମଳ ନାୟକ,ସନ୍ତୋଷ କୁମାର ପଣ୍ଡା,ପ୍ରକାଶ ଚନ୍ଦ୍ର ସାହୁ,ପି.କେ ମୁନି,ଆର.ଏନ.ମୁଦୁଲି,ଖଦାଳ ନାୟକ,ନିରୋଦ କୁମାର ପ୍ରଧାନ,ଡଃ ଅଶୋକ କୁମାର ମହାନ୍ତି,,ବିମଳ କୁମାର ନାୟକ,ନକୁଳ ଚରଣ ପତି,ସରୋଜ ଦଲେଇ,ଆଦିତ୍ଯ କୁମାର ଦାଶ,ଶିଶିର କୁମାର ପରିଡା,ମୂରଲୀଧର ଦାସ,ସଦାଶିବ ବେହେରା,ବିକ୍ରମ ଜେନା,ଅବିନାଶ ଜେନା,ଉପେନ୍ଦ୍ରପାଣିଗ୍ରାହୀ,ବିଜୟ କୁମାର ଆଚାର୍ଯ୍ଯ,ରତୀନ୍ଦ୍ର ପ୍ରଧାନ,ଅରୂପ ନାହାକ,ଶିବାଶିଷ ମହାରଣା,ସତ୍ୟଶିବ ପାତ୍ର,ଈଶ୍ୱର ମାଳି , ହରେନ୍ଦ୍ରନାଥ ଗିରି,କୃତିବାସ ମହାରଣା,ପ୍ରକାଶ ଚନ୍ଦ୍ର ପଣ୍ଡା, ତ୍ରିଲୋଚନ ପଣ୍ଡା,ଯୋଗେନ୍ଦ୍ର ସେଠୀ,ପ୍ରଫୁଲ୍ଲ ସାହୁ,,ଅରୁଞ୍ଜନ ନାୟକ, ପ୍ରଶାନ୍ତ କୁମାର ସ୍ବାଇଁ,ସର୍ବେଶ୍ଵର ମହାପାତ୍ର,ପ୍ରମୁଖ ଶତାଧୀକ ଭକ୍ତ ଉପସ୍ଥିତ ରହି ସେବାକାର୍ଯ୍ଯ ପରିଚାଳନା କରିଥିଲେ।ସଧବା ମହିଳାମାନେ ମଦନମୋହନଙ୍କୁ ସାମୁହିକ ବନ୍ଦାପନା କରିଥିଲେ ।ଭକ୍ତମାନଙ୍କୁ ମହାପ୍ରଭୁଙ୍କ ନୈବେଦ୍ୟ ଓ ପଣା ବିତରଣ କରାଯାଇଥିଲା ।

32
1439 views

Comment