logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କୁନ୍ଦୁରନାଲା ପ୍ରମିୟର ଲିଗ ସିଜିନ -୨ କ୍ରିକେଟ ଟୁର୍ନାମେଣ୍ଟ :ଯୋଡ଼ା ଶୁଭମ ଇଲେଭେନ ଚମ୍ପିୟାନ।

କୁନ୍ଦୁରନାଲା ପ୍ରମିୟର ଲିଗ ସିଜିନ -୨ କ୍ରିକେଟ ଟୁର୍ନାମେଣ୍ଟ :ଯୋଡ଼ା ଶୁଭମ ଇଲେଭେନ ଚମ୍ପିୟାନ।

ଯୋଡ଼ା -୨୧/୦୪(ଖଣ୍ଡାଧାର ନିଉଜ) କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ଭଗତ ସିଂହ ୟଥ କ୍ଳବ, କୁନ୍ଦୁରନାଲା ୱାଡ ନଂ -୩ ଯୋଡ଼ା ଆନୁକୂଲ୍ୟରେ "କୁନ୍ଦୁରନାଲା ପ୍ରମିୟର ଲିଗ ସିଜିନ -୨ କ୍ରିକେଟ ଟୁର୍ନାମେଣ୍ଟ " ଉଦଯାପିତ ହୋଇଯାଇଛି l ଏଥିରେ ଯୋଡ଼ା ଅଞ୍ଚଳର ମୋଟ ୬ ଟି କ୍ରିକେଟ ଖେଳାଳୀ ଦଳ ଅଂଶ ଗ୍ରହଣ କରିଥିଲେ l

୧୨ତାରିଖ ରବିବାର ଦିନ ଖେଳ ର ଉଦ୍ଘାଟନୀ ମ୍ୟାଚ କୁ ଅତିଥି ଭାବେ ସମାଜସେବୀ ମାତା ପ୍ରସାଦ ଜୟଶ୍ୱlଲ, ଯୋଡ଼ା ଟ୍ରକ ମାଲିକ ସଙ୍ଘ, ସମ୍ପାଦକ, ସମାଜସେବୀ ସୁଶାନ୍ତ କୁମାର ବାରିକ ଉଦଘାଟନ କରିଥିଲେ l ଫାଇନାଲ ଖେଳ ସମ୍ରାଟ ଇଲେଭେନ ଓ ଶୁଭମ ଇଲେଭେନ, ଯୋଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଖେଳ ୧୦ ଓଭର କରି ଖେଳା ଯାଇଥିଲା l ପ୍ରଥମେ ଟସ ଜିତି ସମ୍ରାଟ ଇଲେଭେନ ୧୦ ଓଭର ରେ ୮ ୟୁକେଟ ରେ ୧୪୧ ରନ କରିଥିବା ବେଳେ ଶୁଭମ ଇଲେଭେନ ୯ ଓଭର ୧ ବଲରେ ୧୪୩ ରନ କରି ଚମ୍ପିୟାନ ହୋଇଥିଲେ l ୬ ୟୁକେଟ ନେଇଥିଲେ l
ଖେଳ କୁ ଯୁବ ଭାଷ୍ୟକାର ବୁଲବୁଲ ଆପଟ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଅlମ୍ପାୟାର ସୌମ୍ୟ ରଞ୍ଜନ ରାଣା, ଯଶୋବନ୍ତ ବେହେରା ଖେଳକୁ ପରିଚାଳନା କରିଥିଲେ l ପୁରସ୍କାର ବିତରଣ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ମାତା ପ୍ରସାଦ ଜୟଶ୍ୱlଲ, ସମ୍ମାନିତ ଅତିଥି ଭାବେ ନିରୋଜ ଜୟସ୍ଵlଲ, ବିରେନ କାରୁଆ ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସlହିତ କରି ଚମ୍ପିୟାନ ଶୁଭମ ଇଲେଭେନ ଦଳକୁ ୫୦ ହଜାର ଟଙ୍କା ର ନଗଦ ଅର୍ଥରାଶି ସହିତ ଟ୍ରଫି ପ୍ରଦାନ କରିଥିଲେ ଓ ରନରସ ଅଫ ସମ୍ରାଟ ଇଲେଭେନ ଦଳକୁ ୩୫ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ l କ୍ରିକେଟ ଖେଳ ଦେଖିବାକୁ ଯୋଡ଼ା ଅଞ୍ଚଳରୁ ସହସ୍ରାଧିକ କ୍ରିକେଟ ପ୍ରେମୀ ଜନ ସାଧାରଣ ଯୋଗ ଦେଇଥିବା ବେଳେ କ୍ରିକେଟ ଖେଳକୁ ଭଗତ ସିଂହ ୟଥ କ୍ଳବ, କୁନ୍ଦୁରନାଲା ର ସଭାପତି ଜିତେନ୍ଦ୍ର ପାତ୍ର, ସମ୍ପାଦକ ଅଜୟ ପାତ୍ର, ସଦସ୍ୟ ମନୋଜ ପାତ୍ର, ସୁରେଶ ପାତ୍ର, ବିରୁ ପାତ୍ର, ଭୁବନେଶ୍ୱର କାରୁଆ, ଧନେଶ୍ୱର କାରୁଆ, ଟୁକୁ ପାତ୍ର, ଭୁବନ ପାତ୍ର, ପଙ୍କଜ ପାତ୍ର ପ୍ରମୁଖଙ୍କ ଦ୍ଵାରା ପରିଚାଳିତ ହୋଇଥିଲା l

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

12
760 views

Comment