logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜଗତଗୁରୁ ଆଦି ଶଙ୍କରାଚାର୍ଯ୍ୟ ଙ୍କ ଜୟନ୍ତୀ ଶୁଭ ଅବସରରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ!

ଜଗତଗୁରୁ ଆଦି ଶଙ୍କରାଚାର୍ଯ୍ୟ ଙ୍କ ଜୟନ୍ତୀ ଶୁଭ ଅବସରରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ!

ଅଖଣ୍ଡମଣ୍ଡଲାକାରଂ ବ୍ୟାପ୍ତଂ ୟେନ ଚରାଚରମ୍
ତତ୍ପଦଂ ଦର୍ଶିତଂ ୟେନ ତସ୍ମୈ ଶ୍ରୀଗୁରବେ ନମଃ।।

ସର୍ବଶ୍ରୁତି ଶିରୋରତ୍ନ ବିରାଜିତ ପଦାମ୍ବୁଜଃ
ବେଦାନ୍ତାମ୍ବୁଜସୂର୍ୟୋୟଃତସ୍ମୈ ଶ୍ରୀଗୁରବେ ନମଃ।।

ମନ୍ନାଥଃ ଶ୍ରୀଜଗନ୍ନାଥଃ ମଦଗୁରୁଃ ଶ୍ରୀଜଗଦଗୁରୁଃ
ମଦାତ୍ମା ସର୍ବଭୂତାତ୍ମା ତସ୍ମୈ ଶ୍ରୀଗୁରବେ ନମଃ।।

ଗୁରୁର୍ବ୍ରହ୍ମା ଗୁରୁର୍ବିଷ୍ଣଃ ଗୁରୁର୍ଦେବୋ ମହେଶ୍ବରଃ
ଗୁରୁରେବ ପରଂ ବ୍ରହ୍ମ ତସ୍ମୈ ଶ୍ରୀଗୁରବେ ନମଃ।।

ଜଗତଗୁରୁ ଆଦି ଶଙ୍କରାଚାର୍ଯ୍ୟ ଙ୍କ ଜୟନ୍ତୀ ଶୁଭ ଅବସରରେ ଖଣ୍ଡାଧାର ନିଉଜ ପରିବାର ତରଫରୁ ଅଗଣିତ ପାଠକ, ସମ୍ବାଦଦାତା, ବିଜ୍ଞାପନଦାତା, ସୂଚନା ଦାତା ଓ ଶୁଭେଚ୍ଛୁ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଅଛୁ। ଜଗତଗୁରୁ ଆଦି ଶଙ୍କରାଚାର୍ଯ୍ୟଙ୍କ ଅପ୍ରମିତ ବ୍ରହ୍ମଜ୍ଞାନ ପ୍ରବାହରେ ୭୮୮-୮୨୦ ଖ୍ରୀଷ୍ଟାବ୍ଦରେ ନିଜର ଅଦ୍ବୈତ ବେଦାନ୍ତ ସିଦ୍ଧାନ୍ତରେ ସନାତନ ଧର୍ମ ଓ ଧର୍ମଶାସ୍ତ୍ର ଗୁଡିକ ପୁନର୍ବାର ଭାରତବର୍ଷରେ ପ୍ରାଣପ୍ରତିଷ୍ଠାତା କରିଥିଲେ। ତାଙ୍କର କ୍ରୁପାରୁ ଆଜି ପର୍ଯ୍ୟନ୍ତ ଭାରତୀୟ ସନାତନ ଧର୍ମ ଓ ସଂସ୍କୃତିରେ ଅଦ୍ବୈତ ବେଦାନ୍ତ ସିଦ୍ଧାନ୍ତ ସର୍ବମାନ୍ୟ ଅଟେ। ଆଜି ତାଙ୍କର ଜୟନ୍ତୀ ପରିପ୍ରେକ୍ଷୀରେ ଖଣ୍ଡାଧାର ନିଉଜ ପରିବାର ତରଫରୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛୁ।

ଖଣ୍ଡାଧାର ନିଉଜ- ସୌଜନ୍ୟ: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର।

4
780 views

Comment