logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମନରେଗା ଶ୍ରମିକ ମଜୁରୀ ଓ ସାମଗ୍ରୀ ଟଙ୍କା ପ୍ରଦାନ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ମାଲକାନଗିରି,
ମାଲକାନଗିରି ଜିଲ୍ଲାରେ ମନରେଗା କାର୍ଯ୍ୟରେ ଶ୍ରମିକ ମଜୁରୀ ଓ ସାମଗ୍ରୀ କ୍ରୟ ଟଙ୍କା ଦୀର୍ଘଦିନ ଧରି ବକେୟା ରହିଥିବା ନେଇ ଗାଁସାଥ୍ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶ, ମାଲକାନଗିରି ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଦାବିପତ୍ରରେ ସଂଘ ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ, ବର୍ତ୍ତମାନ ମନରେଗା ଅଧୀନରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପର ଅନ୍ତିମ ସମୟ ନିକଟରେ ଥିଲେ ସୁଦ୍ଧା ଦୀର୍ଘଦିନ ଧରି ଶ୍ରମିକଙ୍କ ଅଣକୁଶଳୀ ମଜୁରୀ ପ୍ରାୟ ଚାରି ମାସ ଏବଂ ଅର୍ଦ୍ଧକୁଶଳୀ ମଜୁରୀ ସହ ସାମଗ୍ରୀ କ୍ରୟ ବାବଦର ଟଙ୍କା ପ୍ରାୟ ଆଠ ମାସ ଧରି ବକେୟା ରହିଛି।
ସଂଘର ଅଭିଯୋଗ ଅନୁସାରେ, ସରକାରୀ ସୂଚନା ଅନୁଯାୟୀ ଟଙ୍କା ଆସିଥିଲେ ମଧ୍ୟ ସାଇଟ ଓପେନ୍‌ ନ ହେବାରୁ ପ୍ରାପ୍ୟ ରାଶି ପ୍ରଦାନ କରାଯାଇପାରୁନାହିଁ। ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲାରେ ଏହି ପ୍ରଦାନ ପ୍ରକ୍ରିୟା ସଫଳ ହେଉଥିବା ବେଳେ ମାଲକାନଗିରି ଜିଲ୍ଲାରେ ବ୍ୟତିକ୍ରମ ଦେଖାଯାଉଥିବାରୁ ଚାଲୁଥିବା ପ୍ରକଳ୍ପ ସମୂହ ସମାପ୍ତ କରିବାରେ ବିଭିନ୍ନ ସମସ୍ୟା ହେଉଛି।
ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି, ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି ଯେ ଶ୍ରମିକ ମଜୁରୀ ଓ ସାମଗ୍ରୀ କ୍ରୟ ବାବଦର ସମସ୍ତ ବକେୟା ଟଙ୍କା ଶୀଘ୍ର ପ୍ରଦାନ କରିବା ପାଇଁ ଯଥାଯଥ ପଦକ୍ଷେପ ନିଆଯାଉ।

33
2685 views

Comment