logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଓଡ଼ିଶା ପୋଲିସ ହାବିଲଦାର ଓ କନଷ୍ଟେବଳ ସଂଘ ମାଲକାନଗିରି ଶାଖା ର ନିର୍ବାଚନ ନିମନ୍ତେ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ।

ଓଡ଼ିଶା ପୋଲିସ ହାବିଲଦାର ଓ କନଷ୍ଟେବଳ ସଂଘ ମାଲକାନଗିରି ଶାଖା ର ନିର୍ବାଚନ ନିମନ୍ତେ
ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ। ମାଲକାନଗିରି, ୨୦/୪(ଭଲଖବର )
ଓଡ଼ିଶା ପୋଲିସ ହାବିଲଦାର ଓ କନଷ୍ଟେବଳ ସଂଘ ମାଲକାନଗିରି ଶାଖା ର ନିର୍ବାଚନ ଆସନ୍ତା ୧ତାରିଖ ରେ ହେବାକୁ ଯାଉଛି, ସେଥି ନିମନ୍ତେ
ବିଭିନ୍ନ ପଦ ପଦବୀ ପାଇଁ ପ୍ରାର୍ଥୀ ପତ୍ର ଆଜି ଜିଲ୍ଲା ପୁଲିସ କାର୍ଯ୍ୟଳୟ ଠାରେ ଡିଏସପି ଓନାମ ଲାକ୍ରା ଓ ଇନିସ୍ପେକ୍ଟର ହିମାଂଶୁ ଶେଖର ବାରିକ ଙ୍କ ନିଟରେ ୧୧ଜଣ ପାର୍ଥି ପତ୍ର ଦାଖଲ କରିଛନ୍ତି।
ସଭାପତି ପ୍ରାର୍ଥୀ ଭାବରେ ଶଶୀକାନ୍ତ ମହାନ୍ତି (ହାବିଲଦାର),ଉପ-ସଭାପତି ଭାବରେ ବଳରାମ ଖିଲ (କନେଷ୍ଟବଳ)
ସମ୍ପାଦକ ଭାବରେ ଗୌର ଚନ୍ଦ୍ର ଚାରକି (କନେଷ୍ଟବଳ), କୋଷାଧକ୍ଷ ଭାବରେ ପଦ୍ମ ନାୟକ (କନେଷ୍ଟବଳ),ଯୁଗ୍ମ ସହଯୋଗୀ ଭାବରେ ମାୟାଧର ସାହୁ (ଡ୍ରାଇଭର ହାବିଲଦାର),ଯୁଗ୍ମ ସହଯୋଗୀ ଭାବରେ ରାଜେଶ କୁମାର ଦିଓ୍ବାନ (କନେଷ୍ଟବଳ) ଏବଂ କାର୍ଯ୍ୟକାରି ସଦସ୍ୟ ଭାବେ ମନୋରଞ୍ଜନ ନାୟକ (କନେଷ୍ଟବଳ), ମୃଦୁଲ ବିସ୍ଵାସ (କନେଷ୍ଟବଳ)
, ବନସିଂ କୁଆସି (କନେଷ୍ଟବଳ),
ରାଜୁ କାର୍ତାମି (କନେଷ୍ଟବଳ)
, କାନା ବେଟି (କନେଷ୍ଟବଳ) ଆଜି ନିଜ ନିଜ ପାର୍ଥି ପତ୍ର ଦାଖଲ କରିଛନ୍ତି।ଏହି ନିର୍ବାଚନ ମଇ ମାସ ୧ ତାରିଖ ଦିନ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣା ପଡିଛି।

20
1311 views

Comment