logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କାଲିମେଳାରେ ସାଇବର ସଚେତନତା କାର୍ଯ୍ୟକ୍ରମ, ଲୋକଙ୍କୁ ଠକେଇରୁ ସତର୍କ ରହିବା ପାଇଁ ଆହ୍ୱାନ

ମାଲକାନଗିରି, କାଲିମେଳା,(୧୯/୪): ସ୍ଥାନୀୟ ଦୁର୍ଗାମଣ୍ଡପ ପରିସରରେ ଥାନା ପକ୍ଷରୁ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଥାନାଧିକାରୀ ପ୍ରଭୁଦତ୍ତ ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ କ୍ରାଇମ ଓ କ୍ରିମିନାଲ ଟ୍ରାକିଂ ନେଟୱାର୍କ ସିଷ୍ଟମ (CCTNS)ର ସୌମେନ୍ଦ୍ର ବିଷୋୟୀ, ସାଇବର ଥାନାର ଗୌତମ କୀର୍ତ୍ତନିଆ, ଏଏସଆଇ ପଦ୍ମାସିନୀ ବେହେରା, ପୂର୍ବତନ ବ୍ଳକ ଅଧ୍ୟକ୍ଷ ମାଲା ମାଢି, ବଜାର କମିଟି ସମ୍ପାଦକ ପ୍ରଦୀପ ମଣ୍ଡଳ, ଉପସଭାପତି ସଞ୍ଜୟ ମସିତ ଓ ସମାଜସେବୀ କାମସେନ ପ୍ରଧାନ ଉପସ୍ଥିତ ଥିଲେ।
ଅତିଥିମାନେ ସାଇବର ଅପରାଧର ବିଭିନ୍ନ ରୂପ, ଯଥା ଅନଲାଇନ ଠକେଇ, OTP ଠକେଇ, ଫେକ୍‌ ଲିଙ୍କ ଓ ସୋସିଆଲ ମିଡିଆ ଦୁର୍ବ୍ୟବହାର ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଥିଲେ। ସେମାନେ ଡିଜିଟାଲ ଲେନଦେନ କରିବା ସମୟରେ ସତର୍କ ରହିବାକୁ ଓ ଅଜଣା ଲୋକଙ୍କୁ ବ୍ୟକ୍ତିଗତ ସୂଚନା ନ ଦେବାକୁ ପରାମର୍ଶ ଦେଇଥିଲେ।
ଏହା ସହିତ ଅନଲାଇନ ମାଧ୍ୟମରେ ଅଭିଯୋଗ କିପରି କରିବା ଓ ଆପଦକାଳୀନ ସମୟରେ ୧୯୩୦ ଟୋଲ୍ ଫ୍ରି ନମ୍ବରକୁ ଯୋଗାଯୋଗ କରି ସହାୟତା ପାଇବା ସମ୍ପର୍କରେ ମଧ୍ୟ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଆଇନଜୀବୀ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ଥିବାରୁ ସଚେତନତା ବୃଦ୍ଧି ପାଇଥିବା ଦେଖାଯାଇଛି।

0
4 views

Comment