ଜିଲ୍ଲା ସ୍ତରୀୟ କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ପାଳିତ ।
ଦେବଗଡ଼, ତା. ୨୦.୦୪.୨୦୨୬ ରିଖ :-
ପବିତ୍ର ଅକ୍ଷୟ ତୃତୀୟା ଅବସରରେ କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ଉତ୍ସବ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନରେ ଜିଲ୍ଲା ସ୍ତରରେ ଗମ୍ଭୀରତା ଓ ଭକ୍ତିଭାବରେ ପାଳିତ ହୋଇଯାଇଛି।
ଜିଲ୍ଲା ସଂସ୍କୃତି ଅଧିକାରୀ ମୁକେଶ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ମୁଖ୍ୟ ଅତିଥି ଭାବେ ଓ ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଓ ଜିଲ୍ଲା ସଂସ୍କୃତି ପରିଷଦ ସଂଯୋଜକ ଦିଲୀପ କୁମାର ଗୁରୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଅତିଥିମାନେ କବି ଶ୍ରୀ ଜୟଦେବଙ୍କ ଫଟୋଚିତ୍ରରେ ପୁଷ୍ପମାଳ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରି ତାଙ୍କୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ଏହି ଅବସରରେ ଅତିଥିମାନେ କବି ଜୟଦେବଙ୍କ ଜୀବନ ଓ ସାହିତ୍ୟ ସୃଷ୍ଟି, ବିଶେଷକରି “ଗୀତଗୋବିନ୍ଦ” ଉପରେ ଆଲୋକପାତ କରିଥିଲେ।
ପରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା “ଗୀତଗୋବିନ୍ଦ” ଆଧାରିତ ସାଂସ୍କୃତିକ ପରିବେଷଣ ହୋଇଥିଲା, ଯାହା ଉପସ୍ଥିତ ଦର୍ଶକମାନଙ୍କୁ ଆନନ୍ଦିତ କରିଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ, ବରିଷ୍ଠ ନାଗରିକ ସୁଧିର କପରଦାର, ମାର୍କଣ୍ଡେଶ୍ୱର ଶତପଥୀ, ନିରଞ୍ଜନ ଦ୍ୱିବେଦୀ, ମିତ୍ରଭାନୁ ମହାପାତ୍ର, ରାମଚନ୍ଦ୍ର ମହାପାତ୍ର, ପ୍ରଫୁଲ୍ଲ କୁମାର ମହାପାତ୍ର, ସୁଶୀଲ କପରଦାର, ଅଧ୍ୟାପକ ଚିତ୍ତରଞ୍ଜନ ଦାସ, ସଂସ୍କୃତି ପରିଷଦ ସଦସ୍ୟ ଅବନୀକାନ୍ତ ମିଶ୍ର ଓ ବହୁ ବୁଦ୍ଧିଜୀବୀ, ସାମ୍ବାଦିକ ଓ ସ୍ଥାନୀୟ କଳାକାର ଉପସ୍ଥିତ ଥିଲେ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର କାର୍ଯ୍ୟକ୍ରମକୁ ସୁନିପୁଣ ଭାବେ ସଂଚାଳନ କରିଥିଲେ।