logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଦାମନଯୋଡି ସରଶ୍ଵତି ବିଦ୍ଯି ମନ୍ଦିରରେ ବର୍ଷା ସାହିତ୍ୟ ସଂସଦ ତରଫରୁ ୩୬ ତମ ସାହିତ୍ୟ ସମାରୋହ।

ଶିଳ୍ପ ନଗରି ଦାମନଯୋଡିରେ ଅଗ୍ରଣୀ ସାହିତ୍ୟ ସଂସଦ ବର୍ଷାର ଷଷ୍ଠ ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ପ୍ରଥମେ ମହାପ୍ରଭୁ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କୁ ସମସ୍ତ ସଦସ୍ୟ ଓ ଅତିଥି ମାନଙ୍କ ଦ୍ବାରା ଧୁପ ଦିପସହ ପୂଜାର୍ଚ୍ଚନା କରି କାର୍ଯ୍ୟ କର୍ମ ଆରମ୍ଭ କରାଯାଇଥିଲା। ମୁଖ୍ୟ ଅତିଥି ନାଲକୋର ମୁଖ୍ୟ ପ୍ରବନ୍ଧକ ଶ୍ରୀ ଅମରେନ୍ଦ୍ର ମିଶ୍ର ମୁଖ୍ୟ ବକ୍ତା ଗବେଷକ ଓ ବିଶିଷ୍ଟ ସ୍ତମ୍ଭକାର ଶ୍ରୀ ଯୁକ୍ତ ଅନିଲଧୀର୍ ସମ୍ମାନିତ ଅତିଥି ସୁନାବେଢା କେନ୍ଦ୍ରୟ ବିଶ୍ବବିଦ୍ୟାଳୟର କୁଳପତି ଶ୍ରୀଯୁକ୍ତ ଡକ୍ଟର ଆଲୋକ ବରାଳ ଓ ସଭାପତି ଅରୁଣ କୁମାର ମାହାନ୍ତି ତଥା ବର୍ଷର ସମ୍ପାଦକ ଶ୍ରୀଧର ପରିଡା ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଏବଂ ମଞ୍ଚ ପରିଚାଳନା କରିଥିଲୋ ବର୍ଷ ର ସମ୍ପାଦକ ଶ୍ରୀ ଧର ପରିଡା ଏବଂ ଡକ୍ଟର ଅଶୋକ କୁମାର ମାହାନ୍ତି ଓ ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତି ଶ୍ଵାତି ଚାଟାର୍ଜୀ ।ଆଖପାଖର ଆଠ ଗୋଟି ସ୍କୁଲ୍ ର ପ୍ରଥମ ସ୍ଥାନ ଅଧିକାର କରିଥିବା ସମସ୍ତ ସ୍କୁଲର ପିଲାମାନଙ୍କୁ ମାନପତ୍ର ସହ ପୁରସ୍କାର ମଧ୍ୟ ଅତିଥି ମାନଙ୍କ ଦ୍ବାରା ବିତରଣ କରା ଯାଇଥିଲା।ଏହି କାର୍ଯ୍ୟକ୍ରମରେ ସମସ୍ତ ଆଠଗୋଟି ସ୍କୁଲ ର ପ୍ରଧାନ ଶିକ୍ଷକ ମାନେ ମଧ୍ୟ ଉପସ୍ଥିତ ରହିଥିଲେ।ଯଥା- ନାଲ୍କୋର ଦିଲ୍ଲୀ ପବ୍ଲିକ ସ୍କୁଲ, ସରସ୍ଵତୀ ବିଦ୍ୟାମନ୍ଦିର, ଅରବିନ୍ଦ ପୁର୍ନାଙ୍ଗ ଶିକ୍ଷାକେନ୍ଦ୍ର, ମାଥାଲପୁଟ ଆଲୁମିନା ବାଳିକା ବିଦ୍ୟାଳୟ ମାଥାଲପୁଟ୍ ପିଏମ୍ ଶ୍ରୀ ଉଚ ବିଦ୍ୟାଳୟ, ଉପର ମାନିଆ ଡୁମ୍ବୁରି ପଦରଭଳି ସମସ୍ତ ସ୍କୁଲର ଛାତ୍ର ଛାତ୍ରୀ ଯୋଗଦେଇଥିଲେ। କାର୍ଯକର୍ମର ପ୍ରଥମ ସୋପାନରେ ଡକ୍ଟର ଅଶୋକ କୁମାର ମାହାନ୍ତି ଧନ୍ୟବାଦ କରିଥିବାବେଳେ କାର୍ଯକର୍ମର ଦ୍ବିତୀୟ ସୋପାନରେ ବର୍ଷାର ଯୁବକବି ଓ ଲେଖକ ଦେବେନ୍ଦ୍ର କୁମାର ରାଜୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏବଂ ସମସ୍ତ ଅତିଥି ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ଭୋଜନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

47
1388 views

Comment