ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ଦେବଗଡ଼, ତା. ୨୦.୦୪.୨୦୨୬:
ଆଜି ତିଲେଇବଣି ବ୍ଲକ ଅନ୍ତର୍ଗତ ଗଣ୍ଡମ୍ ଗ୍ରାମପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଛି।
ଏହି ଶିବିରରେ ଜିଲ୍ଲାପାଳ ଶ୍ରୀ କବିନ୍ଦ୍ର କୁମାର ସାହୁ ଯୋଗଦେଇ ସମୁଦାୟ ୫୦ଟି ଅଭିଯୋଗ ଗ୍ରହଣ କରିଥିଲେ। ଏହାମଧ୍ୟରୁ ୨୬ଟି ବ୍ୟକ୍ତିଗତ ଓ ୨୪ଟି ସାମୁହିକ ଅଭିଯୋଗ ଥିବା ଜଣାପଡ଼ିଛି।
ଅଭିଯୋଗଗୁଡ଼ିକରେ ପ୍ରଧାନତଃ ଜଙ୍ଗଲ ଜମି ପଟ୍ଟା, ଆର୍ଡି ରୋଡ, ସିସି ରୋଡ ନିର୍ମାଣ, ଶିକ୍ଷକ ବଦଳି, ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ଓ ମୋବାଇଲ୍ ନେଟୱାର୍କର ସୁଧାରଣ ଭଳି ମୁଦ୍ଦା ଉପସ୍ଥାପିତ ହୋଇଥିଲା।
ଜିଲ୍ଲାପାଳ ମହୋଦୟ ଅଭିଯୋଗଗୁଡ଼ିକୁ ଗୁରୁତ୍ୱ ସହିତ ଶୁଣି ତାହାର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଯୋଗାଇଥିଲେ।
ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅନିଲ କୁମାର ମିଶ୍ର, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ (ଜିଲ୍ଲାପରିଷଦ) ଶ୍ରୀ ରାଜେନ୍ଦ୍ର କୁମାର ମିଞ୍ଜ, ଉପଜିଲ୍ଲାପାଳ ଶ୍ରୀ ପରିକ୍ଷିତ ସାହୁ, ଡେପୁଟି କଲେକ୍ଟର ଶ୍ରୀମତୀ ଅଞ୍ଜୁନି କୁଜୁର, ତିଲେଇବଣି ବିଡିଓ ଶ୍ରୀମତୀ ପ୍ରିୟଦର୍ଶିନୀ ମିର୍ଦ୍ଧା ସହ ତହସିଲଦାର ଓ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।