logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଧରଣୀଧର ବିଶ୍ୱବିଦ୍ୟାଳୟ ରେ ନୂତନ କୁଳପତି ଙ୍କ ଯୋଗଦାନ।

ଧରଣୀଧର ବିଶ୍ୱବିଦ୍ୟାଳୟ ରେ ନୂତନ କୁଳପତି ଙ୍କ ଯୋଗଦାନ।

କେନ୍ଦୁଝର ତା ୨୦-୦୪ ଓଡ଼ିଶା ଲୋକଭବନ, ଭୁବନେଶ୍ୱର ର ପ୍ରେସ ବିଜ୍ଞପ୍ତି ତା ୦୬-୦୪-୨୦୨୬ ଅନୁଯାୟୀ ଧରଣୀଧର ବିଶ୍ଵବିଦ୍ୟାଳୟ ରେ ନୂତନ କୁଳପତି ଭାବରେ ଆଜି ପୂର୍ବାହ୍ନ ରେ ଯୋଗ ଦେଇଛନ୍ତି ପ୍ରଫେସର ସଞ୍ଜୟ କୁମାର ପାତ୍ରୋ।ସେ ଆଜି ପୂର୍ବାହ୍ନ ରୁ ଦାୟିତ୍ଵ ଗ୍ରହଣ କରିଛନ୍ତି । ଆଇ ଆଇ ଟି ମୁମ୍ବାଇ ରୁ ପିଏଚଡି ଡ଼ିଗ୍ରୀ ହାସଲ କରିଥିବା ପ୍ରଫେସର ପାତ୍ରୋ ଏହା ପୂର୍ବ ରୁ ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ ଟେକ୍ନୋଲଜି, ବୁର୍ଲା, ସମ୍ବଲପୁର ରେ ସିଭିଲ ଇଞ୍ଜିନିୟରିଂ ପ୍ରଫେସର ଭାବରେ ଅଧ୍ୟାପନା କରିବା ସହିତ ବିଭାଗ ମୁଖ୍ୟ ଦାୟିତ୍ଵ ରେ ଥିଲେ। ଆଜି ମଧ୍ୟାହ୍ନ ରେ ବିଶ୍ୱବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ତଥା କର୍ମଚାରୀ ମାନେ କୁଳପତି ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହି ସମ୍ବର୍ଦ୍ଧନା ସଭା ରେ କୁଳପତି ତାଙ୍କ ଉଦବୋଧନ ରେ କହିଥିଲେ, ସମସ୍ତ ଙ୍କର ଆନ୍ତରିକ ସହଯୋଗ ରେ ଏହି ନୂଆ ବିଶ୍ୱବିଦ୍ୟାଳୟ ଆଗକୁ ବଢ଼ି ପାରିବ। ଉନ୍ନତ ଗବେଷଣା ତଥା ଶୈକ୍ଷିକ ବାତାବରଣ କୁ ଗୁରୁତ୍ୱ ଦେଇ ସେ ବିଶ୍ୱବିଦ୍ୟାଳୟ କୁ ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଭାବରେ ଛିଡ଼ା କରେଇବାକୁ ଆହ୍ୱାନ ଦେଇଥିଲେ। ସମ୍ପୂର୍ଣ୍ଣ ଓଡ଼ିଆ ରେ ତାଙ୍କର ଅଭିଭାଷଣ ଓଡ଼ିଆ ଅସ୍ମିତା କୁ ପ୍ରଦର୍ଶିତ କରିଥିଲା ।ଏଥି ସହିତ ନୂତନ ଶିକ୍ଷା ନୀତିର ପ୍ରୟୋଗରେ କେନ୍ଦୁଝର ର ମାନବ ସମ୍ବଳ ର ବିକାଶ ସାଧନ ପାଇଁ ସମସ୍ତ ଙ୍କୁ ଆତ୍ମୀୟତା ସହିତ କାମ କରିବାକୁ ମାର୍ଗଦର୍ଶନ କରିଥିଲେ।ତାଙ୍କର ଯୋଗ ଦାନ ରେ ବିଶ୍ଵବିଦ୍ୟାଳୟ ର କାଯ୍ୟ ଆହୁରି ତ୍ଵରାନ୍ଵିତ ହୋଇ ପାରିବ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି।

ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

27
1200 views

Comment