logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅଗ୍ରଣୀ ସାହିତ୍ଯ ସଂସଦ "ବର୍ଷା" ର ବାର୍ଷିକ ସାରସ୍ବତ ସମାରୋହ ଅନୁଷ୍ଠିତ, ଦାମନଯୋଡି,କୋରାପୁଟ, ଓଡ଼ିଶା ।ତା୧୯/୪/୨୬

ବର୍ଷା ସାହିତ୍ଯ ସଂସଦର ବାର୍ଷିକ ସାରସ୍ବତ ସମାରୋହ
ଦାମନଯୋଡି:-୧୯/୪ ଶିଳ୍ପାଞ୍ଚଳ ଦାମନଯୋଡି ତଥା କୋରାପୁଟ ଜିଲ୍ଲାର ଅଗ୍ରଣି ସାହିତ୍ଯ ଅନୁଷ୍ଠାନ "ବର୍ଷା ସାହିତ୍ଯ ସଂସଦ ତା'ର ୩୬ତମ ବାର୍ଷିକ ସାରସ୍ବତ ସମାରୋହ ରବିବାର ଦିନ ସ୍ଥାନୀୟ ସରସ୍ଵତୀ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ନାଲକୋର କାର୍ଯ୍ଯ ନିର୍ବାହୀ ନିର୍ଦ୍ଦେଶକ ଇଂ ଅମରେନ୍ଦ୍ର କୁମାର ମିଶ୍ର ମୁଖ୍ଯ ଅତିଥି, ମୁଖ୍ଯ ବକ୍ତା ରୂପେ ବିଶିଷ୍ଟ ଗବେଷକ, ସାହିତ୍ୟିକ,ସ୍ତମ୍ବକାର ମାନନୀୟ ଅନିଲ ଧୀର ,ସମ୍ମାନୀତ ବକ୍ତା ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ଡକ୍ଟର ଆଲୋକ ବରାଳ, ସଭାପତି ଅରୁଣ କୁମାର ମହାନ୍ତି,ସଂପାଦକ ଶ୍ରୀଧର ପରିଡ଼ା ମଞ୍ଚାସୀନ ଥିଲେ ।ବର୍ଷାର ମୁଖପତ୍ର ଉନ୍ମୋଚନ ସହିତ ଶ୍ରୀଧରପରିଡ଼ାଙ୍କ ଗଳ୍ପ ପୁସ୍ତକ "ପାହାଡ ତଳର ଗାଆଁ ଓ ରାଜୀବକୁମାର ନାୟକଙ୍କ କଳିଙ୍ଗବୀର ବିଜୁ ପଟ୍ଟନାୟକର ଦ୍ବିତୀୟ ସଂସ୍କରଣ ଲୋକାର୍ପିତ କରାଯାଇଥିଲା ।ବକ୍ତାମାନେ ଓଡ଼ିଆ ଭାଷା ,ସାହିତ୍ଯ, ସଂସ୍କୃତି,ଐତିହ୍ୟ ,ପରମ୍ପରା,ଆଧ୍ୟାତ୍ମିକତା ଆଦି ଭାଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।ଚଳିତବର୍ଷର ବର୍ଷା ସମ୍ମାନ ମାଟିଲଗ୍ନା ସାହିତ୍ଯ ସଂସଦର ସଭାପତି କିଶୋର ପ୍ରଧାନ ଓ ରାଜୀବ କୁମାର ନାୟକଙ୍କୁ ପ୍ରଦାନ କରାଯାଇଥିଲା ।କୋରାପୁଟ ଜିଲ୍ଲାର ବିଭିନ୍ନ ସାହିତ୍ଯ ଅନୁଷ୍ଠାନ ସତ୍ତାର ସଭାପତି ଜଳଧର ସ୍ବାଇଁ,ଉତ୍କଳ ସାଂସ୍କୃତିକ ପରିଷଦ, ସୁନାବେଡ଼ାର ସମୀର ରାଉତ, ବିଦ୍ୟାମନ୍ଦିରର ସଂପାଦକ ଡଃ ଚିତ୍ତରଞ୍ଜନ ମିଶ୍ର, ସ୍ନିଗ୍ଧାରାଣୀ ମିଶ୍ର ,ଶୈଳ ଶିଖର ସାହିତ୍ଯ ସଂସଦର ସଭାପତି ଡଃ ରମେଶ ଚନ୍ଦ୍ର ଦାଶ, ଉପର ମାନିଆ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଶୋକ ପଟ୍ଟନାୟକ, ଆଲୁମିନା ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ସାଉ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଆଖପାଖ ଆଠଟି ଉଚ୍ଚବିଦ୍ୟାଳୟ ,ସରସ୍ଵତୀ ବିଦ୍ୟାମନ୍ଦିର, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର,ଉପର ମାନିଆ, ଡୁମୁରିପଦର, ଆଲୁମିନା ବାଳିକା ଉଚ୍ଚବିଦ୍ୟାଳୟ,ପି ଏମ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ମାଥାଲପୁଟ, ଦିଲ୍ଲୀ ପବ୍ଲିକ ସ୍କୁଲର ଗତ ମାଟ୍ରିକ ପରୀକ୍ଷାରେ ଓଡିଆ ଭାଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ପିଲାମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।ମାତୃଭାଷା ଓଡିଆର ମହତ୍ତ୍ବ ବିଷୟର ପ୍ରତିଯୋଗିତାରେ ଯୋଗ୍ଯ ବିବେଚିତ ଛତିଶ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।ଚିନ୍ତାରୀ ମାଣ୍ଡିଙ୍ଗି ଆଲୁମିନା ଉଚ୍ଚବିଦ୍ୟାଳୟର ଛାତ୍ରୀଙ୍କୁ ରମାମଣି ପୁରସ୍କାର ପ୍ରଦାନ କରାଯାଇଥିଲା ।ମଧ୍ଯାହ୍ନ ବିରତି ପରେ ଅପରାହ୍ନ ଦୁଇଟାରୁ କବିତା ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଆସରେ ମୁଖ୍ଯ ଅତିଥି ନାଲକୋର ମୁଖ୍ଯ ମହାପ୍ରବନ୍ଧକ ଇଂ ସଂଜୟ କୁମାର ପଟ୍ଟନାୟକ, ଦିଲ୍ଲୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ସୁଜାତା ପାଣି ସମ୍ମାନୀତ ଅତିଥି,ସଂସଦର ପୂର୍ବତନ ସଭାପତି ଡଃ ପ୍ରଦୀପ କୁମାର ପାଟ୍ଟଯୋଶୀ ସଭାପତି ଆସନ ଅଳଙ୍କୃତ କରିଥିଲେ ।କୋରାପୁଟ ଜିଲ୍ଲାର ବିଭିନ୍ନ ସାହିତ୍ଯ ସଂସଦର ଦୁଇଶହରୁ ଉର୍ଦ୍ଧ୍ବ କବିମାନେ ଉପସ୍ଥିତ ରହିଥିଲେ ।ଅଶୀଜଣ ନିଜର ସ୍ବରଚିତ କବିତାମାନ ପାଠ କରିଥିଲେ ।ସମସ୍ତ କବିମାନଙ୍କୁ ପଦକ ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।ଡଃ ସ୍ବାତୀ ଚାଟାର୍ଜୀ ,ଡଃ ଅଶୋକ କୁମାର ମହାନ୍ତି,ଶ୍ରୀଧର ପରିଡ଼ା ଉଭୟ ଅଧିବେଶନ ପରିଚାଳନା କରିଥିଲେ। ଶାନ୍ତାବାଳା ରଥ , ପ୍ରବାସିନୀ ପାଣି ଓ କାମିନୀ ସାହୁ କବିତା ଆସରକୁ ସଂଯୋଜନା କରିଥିଲେ ।ପ୍ରଥମ ଅଧିବେଶନରେ ଡଃ ଅଶୋକ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିବା ସ୍ଥଳେ ଦ୍ବିତୀୟ ଅଧିବେଶନରେ ଦେବେନ୍ଦ୍ର କୁମାର ରାଜୁ ଧନ୍ୟବାଦ ଅର୍ପଣ କରିଥିଲେ ।

55
2023 views

Comment