logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ରାଜ୍ୟ ସିଏମ ଟ୍ରଫିର ଦଶମ ଦିବସ ଟିଏସଏଫ, ମୁର୍ଗା ମ୍ୟାଚ ଅମୀମାଂଶିତ ଟିଏସଏଫ, ଯୋଡ଼ା ୩-୧ ଗୋଲରେ ଜିତିବା ସହ ଫାଇନାଲରେ

ରାଜ୍ୟ ସିଏମ ଟ୍ରଫିର ଦଶମ ଦିବସ
ଟିଏସଏଫ, ମୁର୍ଗା ମ୍ୟାଚ ଅମୀମାଂଶିତ
ଟିଏସଏଫ, ଯୋଡ଼ା ୩-୧ ଗୋଲରେ ଜିତିବା ସହ ଫାଇନାଲରେ

କେନ୍ଦୁଝର,୧୯/୦୪: ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ମିଳିତ ସହଯୋଗରେ ଶଙ୍କରପୁରସ୍ଥିତ ଧରଣୀଧର ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ସିଏମ ଫୁଟବଲ ପ୍ରତିଯୋଗିତାରେ ଦ୍ୱିତୀୟ ସଂସ୍କରଣର ଆଜି ଦଶମ ଦିବସ l ୧୪ ବର୍ଷରୁ କମ ବାଳକ ବିଭାଗ ଲିଗ କମ ନକ ଆଉଟ ପଦ୍ଧତିରେ ଅନୁଷ୍ଠିତ ଆଜିର ପ୍ରଥମ ଖେଳ ଟିଏସଏଫ, ମୁର୍ଗା ଏବଂ ରାଇକଳା ମଧ୍ୟରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସଂଘର୍ଷପୂର୍ଣ୍ଣ ଭାବେ ସଂମ୍ପର୍କ ହୋଇଥିଲା l ଉଭୟ ଦଳ ଗୋଲ ଦେବାର କେତୋଟି ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଥିଲେହେଁ ଉଭୟ ଦଳର ରକ୍ଷଣ ଭାଗର ଖେଳାଳି ମାନେ ସମସ୍ତ ଉଦ୍ୟମକୁ ପଣ୍ଡ କରିଥିଲେ l ଶେଷରେ ମ୍ୟାଚ ଗୋଲଶୂନ୍ୟ ଭାବେ ସମାପ୍ତ ହୋଇଥିଲା ଏବଂ ଉଭୟ ଦଳ ପଏଣ୍ଟ ଭାଗ କରିଥିଲେ l
ଅପରାହ୍ନରେ ଅନୁଷ୍ଠିତ ଦ୍ୱିତୀୟ ଖେଳରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଯୋଡ଼ା ଜେଏସଡବ୍ଲୁ ଫାଉଣ୍ଡେସନ ବିପକ୍ଷରେ ୩-୧ ଗୋଲରେ ବିଜୟ ଲାଭ କରି ଗ୍ରୁପର ସମସ୍ତ ୩ଟି ଯାକ ମ୍ୟାଚ ଜିତିବା ସହ ପ୍ରଥମ ଦଳ ଭାବେ ଫାଇନାଲ ଖେଳିବାର ଯୋଗ୍ୟତା ହାସଲ କରିଛି l ଖେଳ ଆରମ୍ଭ ହେବାର ଦ୍ୱିତୀୟ ମିନିଟରେ ଟିଏସଏଫ, ଯୋଡ଼ାର ସିଧୁ ମୁଣ୍ଡା ଏକ ଦର୍ଶନୀୟ ଗୋଲ ଜରିଆରେ ଦଳକୁ ଅଗ୍ରଣୀ କରାଇଥିଲେ l ମାତ୍ର ଠିକ ୮ ମିନିଟ ପରେ ଜେଏସଡବ୍ଲୁ ଫାଉଣ୍ଡେସନର ଅଭିମନ୍ୟୁ ଓରାମ ଗୋଲଟିକୁ ପରିଶୋଧ କରିଦେଇଥିଲେ l ପ୍ରଥମlର୍ଦ୍ଧର ଖେଳ ୧-୧ ଗୋଲରେ ଅମୀମାଂଶିତ ରହିବା ପରେ ଦ୍ୱିତୀୟର୍ଦ୍ଧ ଖେଳରେ ଟିଏସଏଫ ଫାଉଣ୍ଡେସନ, ଯୋଡ଼ା ସୁସଂଗଠିତ ହୋଇ ଯୋଜନାବଦ୍ଧ ଭାବେ ଆକ୍ରମଣ କରି ପ୍ରତିପକ୍ଷ ରକ୍ଷଣ ଭାଗକୁ ବ୍ୟତିବ୍ୟସ୍ତ କରି ଦେଇଥିଲେ l ୨୯ତମ ମିନିଟରେ ଲୋକନାଥ ପଣ୍ଡିତ ଏବଂ ୩୨ତମ ମିନିଟରେ ସିଧୁ ମୁଣ୍ଡା ଦଳ ପକ୍ଷରୁ ଗୋଟିଏ ଲେଖାଏଁ ଗୋଲ ସ୍କୋର କରି ଦଳକୁ ୩-୧ ଗୋଲରେ ବିଜୟୀ କରାଇଥିଲେ l ପୂର୍ବାହ୍ନରେ ଖେଳ ଆରମ୍ଭ ହେବା ପୂର୍ବରୁ ଆଜିର ଅତିଥି ଜିନ୍ଦଲ ଷ୍ଟିଲ ଫାଉଣ୍ଡେସନର ମୁଖ୍ୟ ପ୍ରଶିକ୍ଷକ ଚୁନୁ ସିଂହଙ୍କ ସହ ଉଭୟ ଦଳର ଖେଳାଳୀ ମାନଙ୍କୁ ପରିଚିତ କରାଇ ଦିଆଯାଇଥିଲା l ଆଜିର ପ୍ରଥମ ଖେଳରେ ବେଣୁଧର ମୁଣ୍ଡା ରେଫରୀ ଦାୟିତ୍ୱ ତୁଲାଇଥିବା ବେଳେ ତାଙ୍କୁ ଲାଇନରେ ସହାୟତା କରିଥିଲେ ରାଇମୋହନ ମୁର୍ମୁ ଓ ସନ୍ତୋଷ ମହାକୁଢ଼ l ଚତୁର୍ଥ ରେଫରୀ ଥିଲେ ବିଜୟ କୁମାର ମହାନ୍ତ l ସେହିପରି ଦ୍ୱିତୀୟ ଖେଳରେ ବେଣୁଧର ମୁଣ୍ଡା ରେଫରୀ ଦାୟିତ୍ୱ ତୁଲାଇଥିବା ବେଳେ ତାଙ୍କୁ ଲାଇନରେ ସହାୟତା କରିଥିଲେ ବୃନ୍ଦାବନ ମୁଣ୍ଡା ଓ ଦଶମନ୍ତ ମୁଣ୍ଡା l ଚତୁର୍ଥ ରେଫରୀ ଥିଲେ ରାଇମୋହନ ମୁର୍ମୁ l ଫାଓ ପକ୍ଷରୁ ବୀରେନ୍ଦ୍ର ମହାନ୍ତ ମ୍ୟାଚ କମିଶନର ନିଯୁକ୍ତ ହୋଇ ଦାୟିତ୍ୱ ନିର୍ବାହ କରିଥିଲେ l

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

14
971 views

Comment