ଗଳ୍ପ ସଂକଳନ "ଗାଉଁଲି ଟୋକା" ଓ କବିତା ପତ୍ରିକା "ଫୁଲ" ଲୋକାର୍ପିତ
(ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମୂହର ଜିଲ୍ଲା ଟପ୍ପର ଦିବ୍ଯାଭାରତୀ ସମ୍ବର୍ଦ୍ଧିତ)
ଗଳ୍ପ ସଂକଳନ "ଗାଉଁଲି ଟୋକା" ଓ କବିତା ପତ୍ରିକା "ଫୁଲ" ଲୋକାର୍ପିତ
(ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମୂହର ଜିଲ୍ଲା ଟପ୍ପର ଦିବ୍ଯାଭାରତୀ ସମ୍ବର୍ଦ୍ଧିତ)
ଘଟଗାଁ ୧୯/୪ : ଓଡ଼ିଆ ଭାଷା ସାହିତ୍ୟ, ଐତିହ୍ୟ, ସଂସ୍କୃତି,ପରମ୍ପରା ତଥା ମାଟି ମାଆର କଥା କୁ ପ୍ରଚାର ଓ ପ୍ରସାର ସହ ସମାଜରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିଆସୁଥିବା ରାଜ୍ୟର ଅଗ୍ରଣୀ ସାହିତ୍ଯାନୁଷ୍ଠାନ ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠା, କେନ୍ଦୁଝର ପ୍ରକାଶନ ମାଧ୍ୟମରେ ବରଗଡ ଜିଲ୍ଲାର ଯୁବ ଗାଳ୍ପିକା ପ୍ରତିମା ପାତ୍ରଙ୍କ ଭିନ୍ନ ସ୍ୱାଦର ଗଳ୍ପ ସଂକଳନ " ଗାଉଁଲି ଟୋକା " ଏବଂ ଦ୍ବିମାସିକ ନିଋତା କବିତା ପତ୍ରିକା -ଫୁଲ ସଂଯୋଗୀ ସଜଫୁଲ କାର୍ଯ୍ୟାଳୟରେ ଲୋକାର୍ପଣ ହୋଇଯାଇଛି।
ସଂସଦର ସଭାପତି ଉପେନ୍ଦ୍ର ଦାଶଙ୍କ ପୌରୋହିତ୍ୟରେ ସଂପାଦକ ବାବୁଲାଲ ପଲେଇ, ମୁଖ୍ୟ ସଂପାଦକ ସନ୍ତୋଷ କୁମାର ପତି,ସହ ସଂପାଦକ ଡକ୍ଟର ଲିସନ ମହାନ୍ତି,ଯୁଗ୍ମ ସଂପାଦିକା ଜ୍ୟୋତ୍ସ୍ନା ରାଣୀ ଦାଶ, ପ୍ରଚାର ଓ ପ୍ରସାର ପରିଚାଳନା ସଂପାଦକ ସରୋଜ କୁମାର ସେନାପତି,କାର୍ଯ୍ୟକାରିଣୀ ସଦସ୍ୟା ମିନା ବେହେରା, ସ୍ମିତା ରାଣୀ ରାଉତ, ଡକ୍ଟର ବିଦ୍ଯାଭାରତୀ ପଲେଇ, ଶିକ୍ଷୟିତ୍ରୀ ସୁଶ୍ରୀ ସୁନନ୍ଦା ଲେଙ୍କା, ସାହିତ୍ୟ ପ୍ରେମୀ ବିଦ୍ୟାଧର ବାରିକ ପ୍ରମୁଖ ଯୋଗଦେଇ ଶ୍ରୀମତୀ ପାତ୍ରଙ୍କ ଗଳ୍ପ ସଂକଳନ ଗାଉଁଲି ଟୋକା ଓ ସ୍ବର୍ଗତ ନୃସିଂହ ପ୍ରସାଦ ମହାନ୍ତିଙ୍କ ଦ୍ବାରା ପ୍ରତିଷ୍ଠିତ ନିଋତା କବିତା ପତ୍ରିକା -ଫୁଲ ର ପ୍ରେମ ପ୍ରଣୟ ବିଶେଷାଙ୍କ କୁ ଉନ୍ମୋଚନ କରିବା ସହିତ ଯୁବ ଗାଳ୍ପିକା ପ୍ରତିମା ପାତ୍ରଙ୍କ ଉଦ୍ଯମକୁ ସାଧୁବାଦ ଜଣାଇବା ସହ ଭୂୟସୀ ପ୍ରଶଂସା କରିଥିଲେ।ତତ୍ ସହିତ ସାମ୍ପ୍ରତିକ ସମସ୍ୟା କୁ ନେଇ କବିତା ଲିଖନ ଉପରେ ବିସ୍ତୁତ ଆଲୋଚନା କରାଯାଇ କବିତା ଯେତେ ସରଳ ଓ ବୋଧଗମ୍ୟ ହେବ, କବିତାର ସେତେ ଆଦୃତ ବଢିବ ବୋଲି ମତପ୍ରକାଶ ପାଇଥିଲା। ଉକ୍ତ ଗଳ୍ପ ସଂକଳନ ଗାଉଁଲି ଟୋକା ପୁସ୍ତକ କୁ ୫୨ ଟଙ୍କା ଓ ନିଋତା କବିତା ପତ୍ରିକା -ଫୁଲ ର ପ୍ରେମ ପ୍ରଣୟ ବିଶେଷାଙ୍କ କୁ ମାତ୍ର ୫ ଟଙ୍କା ରେ ଅନୁଷ୍ଠାନର ଓ୍ବେବ୍ ସାଇଟ୍ - samyogeesahityasansad.com କୁ ଯାଇ ସ୍ୱଳ୍ପ ମୂଲ୍ଯରେ କ୍ରୟ କରି ପାଠକେ ପଢି ପାରିବେ ବୋଲି ସଂପାଦକ ଶ୍ରୀ ପଲେଇ ଙ୍କ ଠାରୁ ପ୍ରକାଶ। ଏହି ଅବସରରେ ଓଡିଶା ଆଦର୍ଶ ବିଦ୍ୟାଳୟ ସମୂହର ଜିଲ୍ଲା ଟପ୍ପର ହୋଇଥିବା ଦିବ୍ଯାଭାରତୀ ପଲେଇ ଙ୍କୁ ଅନୁଷ୍ଠାନ ତରଫରୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ପରିଶେଷରେ ମୁଖ୍ୟ ସଂପାଦକ ଶ୍ରୀ ପତି ଧନ୍ୟବାଦ ଅର୍ପଣ କରିଥିଲେ।
ଖଣ୍ଡାଧାର ନିଉଜ ବ୍ୟୁରୋ।