logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବିକାଶ ଓଡିଶା ସମ୍ମାନ ୨୦୨୬: ଭୁବନେଶ୍ୱରରେ ଭବ୍ୟ ଆୟୋଜନ, "ନିଉଜ ଅଫ ତାରିଣୀ "ସମ୍ବାଦପତ୍ର ଉନ୍ମୋଚିତ

ବିକାଶ ଓଡିଶା ସମ୍ମାନ ୨୦୨୬: ଭୁବନେଶ୍ୱରରେ ଭବ୍ୟ ଆୟୋଜନ
"ନିଉଜ ଅଫ ତାରିଣୀ "ସମ୍ବାଦପତ୍ର ଉନ୍ମୋଚିତ

ଭୁବନେଶ୍ୱର- ୧୯/୦୪(ଖଣ୍ଡାଧାର ନିଉଜ )
“ବିକାଶ ଓଡିଶା ସମ୍ମାନ ୨୦୨୬” ଏବେ ରାଜ୍ୟରେ ଏକ ପ୍ରମୁଖ ସାମାଜିକ ଓ ପ୍ରେରଣାଦାୟକ ଅଭିଯାନ ଭାବେ ପରିଚିତ ହେଉଛି। ‘ହେଲ୍ପିଙ୍ଗ ହ୍ୟାଣ୍ଡସ୍’ ଓ ‘ନ୍ୟୁଜ୍ 16’ ପକ୍ଷରୁ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମ ଭୁବନେଶ୍ୱରରେ ଆଜି ଗମ୍ଭୀର ଓ ଆକର୍ଷଣୀୟ ପରିବେଶରେ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମର ଶୁଭାରମ୍ଭ ମା’ ତାରିଣୀଙ୍କ ଆଶୀର୍ବାଦ ସହ ଦୀପ ପ୍ରଜ୍ୱଳନ ମାଧ୍ୟମରେ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉପସ୍ଥିତ ଥିଲେ। ସେଥିପାଇଁ ମଞ୍ଚରେ ପୂର୍ବତନ ବିଧାୟକ ଓ ବରିଷ୍ଠ ନେତା ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ଏମ୍ସ ଭୁବନେଶ୍ୱରର ନିର୍ଦେଶକ ଓ ପ୍ରସିଦ୍ଧ ଅଙ୍କୋଲୋଜିଷ୍ଟ ଡା. ମଧ୍ବାନନ୍ଦ କର, ‘ଉଦୟ ଇଣ୍ଡିଆ ନ୍ୟୁଜ୍’ର ସମ୍ପାଦକ ଶ୍ରୀ ଦୀପକ କୁମାର ରଥ, ‘ନ୍ୟୁଜ୍ 16’ର ପ୍ରତିଷ୍ଠାତା ଓ ସମ୍ପାଦକ ଶ୍ରୀ ଗତିକୃଷ୍ଣ ଦାସ ଏବଂ ‘ନ୍ୟୁଜ୍ ଅଫ୍ ତାରିଣୀ’ର ସମ୍ପାଦିକା ଶ୍ରୀମତୀ ସୁଚିସ୍ମିତା ମହାନ୍ତ ଉପସ୍ଥିତ ଥିଲେ।
ଏହି ଅବସରରେ ଓଡ଼ିଆ ସମ୍ବାଦପତ୍ର "‘ନିଉଜ ଅଫ୍ ତାରିଣୀ’'ର ଶୁଭ ଲୋକାର୍ପଣ ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ କରକମଳରେ ହୋଇଥିଲା। ଏହି ପତ୍ରିକା ଓଡ଼ିଆ ଭାଷା, ସଂସ୍କୃତି ଓ ଜନସେବା ମୂଳକ ସମ୍ବାଦକୁ ପ୍ରଚାର କରିବାକୁ ନିର୍ଦ୍ଦେଶିତ। ଏହାର ସ୍ଲୋଗାନ୍ “ଆଜିର ଖବର, ଆଗାମୀର ଦୃଷ୍ଟି” ରହିଛି।

କାର୍ଯ୍ୟକ୍ରମର ଅଂଶ ଭାବେ “ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକଶିତ ଓଡିଶା ୨୦୩୬” ବିଷୟରେ ଏକ ହେଲଥ କନକ୍ଲେଭ୍ ଆୟୋଜିତ ହୋଇଥିଲା। ଏହାର ଅଧ୍ୟକ୍ଷତା ଡା. ମଧ୍ବାନନ୍ଦ କର କରିଥିଲେ ଓ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆଗକୁ ନେବା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା।

ସେହିପରି “ବିକଶିତ ଓଡିଶା ୨୦୩୬ ପାଇଁ ଶିକ୍ଷା ଓ ମିଡିଆର ଭୂମିକା” ବିଷୟରେ ଆୟୋଜିତ ଅନ୍ୟ ଏକ କନକ୍ଲେଭରେ ଶିକ୍ଷାବିଦ୍ ଓ ମିଡିଆ ବିଶେଷଜ୍ଞମାନେ ମତ ପ୍ରକାଶ କରିଥିଲେ।

ଏହା ପରେ କାର୍ଯ୍ୟକ୍ରମର ସବୁଠୁ ମୁଖ୍ୟ ଅଂଶ “ବିକାଶ ଓଡିଶା ସମ୍ମାନ ୨୦୨୬” ପ୍ରଦାନ ଅନୁଷ୍ଠିତ ହୋଇଥିଲା। ସ୍ୱାସ୍ଥ୍ୟ, ଶିକ୍ଷା, ସମାଜସେବା, ମିଡିଆ, ଉଦ୍ୟୋଗ, କଳା ଓ ସଂସ୍କୃତି ଭଳି ବିଭିନ୍ନ କ୍ଷେତ୍ରରେ ନୀରବରେ କାମ କରୁଥିବା ବ୍ୟକ୍ତିତ୍ୱମାନଙ୍କୁ ଏହି ମଞ୍ଚରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଓଡିଶାର ବିକାଶ ଯାତ୍ରାକୁ ଆଉ ଏକ ନୂଆ ଦିଗ ଦେଇଛି ବୋଲି ମତ ପ୍ରକାଶ ପାଇଛି। ସ୍ୱାସ୍ଥ୍ୟ ଓ ଶିକ୍ଷାର ଉନ୍ନତି ହିଁ ବିକଶିତ ଓଡିଶା ୨୦୩୬ର ମୂଳ ଆଧାର ବୋଲି ଅତିଥିମାନେ କହିଛନ୍ତି। ଶେଷରେ ‘ହେଲ୍ପିଙ୍ଗ ହ୍ୟାଣ୍ଡସ୍’ ଓ ‘ନ୍ୟୁଜ୍ 16’ ପକ୍ଷରୁ ସମସ୍ତ ଅତିଥି ଓ ସହଯୋଗୀଙ୍କୁ ଧନ୍ୟବାଦ ଜଣାଯାଇଥିଲା।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

15
973 views

Comment