logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

"ବାଲିମେଳାର ସମାଜସେବୀ ପି. ସରୋଜିନୀ ଚନ୍ଦ୍ରାନଙ୍କୁ “କର୍ମ ରନ୍ଧ୍ର ସମ୍ମାନ”

*"ବାଲିମେଳାର ସମାଜସେବୀ ପି. ସରୋଜିନୀ ଚନ୍ଦ୍ରାନଙ୍କୁ “କର୍ମ ରତ୍ନ ସମ୍ମାନ”*
: ୧୯-୦୪-୨୬
ବାଲିମେଳା ନଗରର ଜଣାଶୁଣା ସମାଜସେବୀ ଓ ପରୋପକାରୀ ବ୍ୟକ୍ତି ପି. ସରୋଜିନୀ ଚନ୍ଦ୍ରାନଙ୍କୁ “ଉତ୍କଳ ହେଲ୍ପିଂ ହାଣ୍ଡ ଫାଉଣ୍ଡେସନ” ପକ୍ଷରୁ ଆୟୋଜିତ ଦ୍ୱିତୀୟ ବାର୍ଷିକ ଉତ୍ସବ ଅବସରରେ “କର୍ମ ରତ୍ନ ସମ୍ମାନ” ପ୍ରଦାନ କରାଯାଇଛି।
ସଂଗଠନର “ସେବା ହିଁ ସର୍ବୋତ୍ତମ” ମନ୍ତ୍ରକୁ ଅଗ୍ରଗାମୀ କରି ସମାଜର ଅବହେଳିତ ଓ ପ୍ରୟୋଜନମନ୍ଦ ଲୋକଙ୍କ ପାଇଁ ନିଷ୍ଠାପୂର୍ଣ୍ଣ ସେବା ଯୋଗାଇଥିବାରୁ ତାଙ୍କୁ ଏହି ସମ୍ମାନରେ ଭୂଷିତ କରାଯାଇଛି। ବିଶେଷକରି ନାରୀ ସଶକ୍ତିକରଣ, ଶିକ୍ଷା ସହାୟତା ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମରେ ତାଙ୍କର ସକ୍ରିୟ ଭୂମିକା ସମାଜରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି।
ସମ୍ମାନ ପ୍ରଦାନ ଅବସରରେ ସଂଗଠନର କର୍ମକର୍ତ୍ତାମାନେ କହିଥିଲେ ଯେ, ପି. ସରୋଜିନୀ ଚନ୍ଦ୍ରାନଙ୍କର ସେବା ମନୋଭାବ ଓ ନିରନ୍ତର ପରିଶ୍ରମ ଆଜିର ଯୁବ ପିଢ଼ି ପାଇଁ ପ୍ରେରଣାଦାୟକ।
ଏହି ସମ୍ମାନ ପ୍ରାପ୍ତି ପରେ ସେ ତାଙ୍କ ଉତ୍ତରବାଣୀରେ କହିଥିଲେ ଯେ, “ଏହି ସମ୍ମାନ ମୋର ନୁହେଁ, ସମସ୍ତ ସେବାବ୍ରତୀ ସହଯୋଗୀମାନଙ୍କର। ଆଗାମୀ ଦିନରେ ମଧ୍ୟ ସମାଜ ପାଇଁ ନିରନ୍ତର ସେବା କରିବାକୁ ମୁଁ ପ୍ରତିବଦ୍ଧ।”
ଏହି ଅବସରରେ ଅନେକ ସମାଜସେବୀ, ସ୍ଥାନୀୟ ବୁଦ୍ଧିଜୀବୀ ଓ ସମ୍ମାନିତ ଅତିଥିମାନେ ଉପସ୍ଥିତ ଥିଲେ ଏବଂ ସମ୍ମାନ ପ୍ରଦାନକୁ ଗୌରବମୟ କରିଥିଲେ।
ସମଗ୍ର ଅଞ୍ଚଳରୁ ତାଙ୍କ ପ୍ରତି ଅଭିନନ୍ଦନର ସୁଅ ଝରି ପଡ଼ୁଛି ଏବଂ ଆଗାମୀ ଦିନରେ ସେ ତାଙ୍କର ସେବା ଯାତ୍ରାକୁ ଆହୁରି ବିସ୍ତାର କରି ସମାଜରେ ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ସୃଷ୍ଟି କରିବେ ବୋଲି ଟୁକୁଲୁ ପ୍ରଧାନ ଓ ସହଯୋଗ ଟିମ୍ ଆଶା କରୁଛି।

7
378 views

Comment