logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁପତ୍ର ଓ କାଜୁ ତୋଳିବାକୁ ଯାଇଥିଲେ ବୃଦ୍ଧା, ଦଳିଦେଲା ହାତୀ

ଦେବଗଡ଼, ୧୯/୦୪/୨୦୨୬ :-ଦେବଗଡ଼ ଜିଲ୍ଲାର ରିଆମାଳ ଫରେଷ୍ଟ ରେଞ୍ଜରେ ହାତୀ ଉପଦ୍ରବ ଦିନକୁ ଦିନ ବଢ଼ୁଥିବା ବେଳେ ଆଜି ଆଉ ଗୋଟିଏ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। କେନ୍ଦୁପତ୍ର ଓ କାଜୁ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିବା ଜଣେ ବୃଦ୍ଧାଙ୍କୁ ଦନ୍ତାହାତୀ ଆକ୍ରମଣ କରି ମାରିଦେଇଛି।
କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଆଉଁଳି କୁଡ଼ାସାହି ମଳିଆ ଜଙ୍ଗଲରେ ଏହି ଘଟଣା ଘଟିଛି। ମୃତାଙ୍କ ନାମ ପାତି ପ୍ରଧାନ (୬୦), ସେ ଆଉଁଳି ଗ୍ରାମର ବାସିନ୍ଦା। ସକାଳ ପ୍ରାୟ ୮ଟା ୩୦ ସମୟରେ ସେ ଜଙ୍ଗଲକୁ କେନ୍ଦୁପତ୍ର ଓ କାଜୁ ତୋଳିବାକୁ ଯାଇଥିବାବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ଦନ୍ତାହାତୀ ତାଙ୍କୁ କଚାଡ଼ି ଦଳିଦେବାରୁ ସ୍ଥଳରେ ମୃତ୍ୟୁ ଘଟିଥିଲା।
ଏପରିକି, ଗତକାଲି ସଙ୍ଘାପଶି ଗ୍ରାମରେ ମଧ୍ୟ ହାତୀ ଏକ ଘର ଭାଙ୍ଗି ଆସବାବପତ୍ର ନଷ୍ଟ କରିଥିବା ଘଟଣା ଘଟିଥିଲା। ଏହାରୁ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।
ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ବନବିଭାଗ ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସହ ହାତୀକୁ ଜଙ୍ଗଲ ଭିତରକୁ ଘଉଡ଼ାଇବା ପାଇଁ ପ୍ରୟାସ ଚାଲାଇଛନ୍ତି।

0
163 views

Comment