ଠେଙ୍ଗାରେ ପିଟି ପିଟି ଖୁଡି କୁ ମାରିଦେଲା ପୁତୁରା!
ଠେଙ୍ଗାରେ ପିଟି ପିଟି ଖୁଡି କୁ ମାରିଦେଲା ପୁତୁରା!
ପାଟଣା-୧୯/୦୪, ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପଶି ପଞ୍ଚାୟତ ରୁଢ଼ିଆପଡା ଗ୍ରାମ ଖଡିବେଡା ସାହିରେ ଗତରାତି ଜମିବାଡ଼ି ବିବାଦ ମାମଲାରୁ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି।ରାଗିଯାଇ ପୁତୁରା ବିଦ୍ୟାଧର ମହାନ୍ତ(୫୬)ଏକ ଆକାଶିଆ କାଠ ଠେଙ୍ଗା ରେ ଖୁଡି କୌଶଲ୍ୟା ମହାନ୍ତ ମହାନ୍ତ(୫୮)ଙ୍କୁ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଠେଙ୍ଗା ମାଡରେ କୌଶଲ୍ୟା ଚିତ ହୋଇ ପଡିଯିବା ପରେ ତାଙ୍କ ଛାତିକୁ ୧୦ ରୁ ଉର୍ଦ୍ଧ୍ବ ଥର ଠେଙ୍ଗା ରେ ମାରିବା ଫଳରେ କୌଶଲ୍ୟା ଙ୍କ ବାମପଟ ଛାତି ପଞ୍ଜରା ଖଣ୍ଡ ଖଣ୍ଡ ହୋଇ ପ୍ରବଳ ରକ୍ତ ସ୍ରାବ କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଘଟଗାଁ ଥାନାଧିକାରୀ ଶୁଭ୍ରାଂଶୁ କୁମାର ଜେନା ଘଟଣା ସ୍ଥଳକୁ ଯାଇ କୌଶଲ୍ୟା ଙ୍କ ମରଶରୀର କୁ ପାଟଣା ଡାକ୍ତରଖାନା ପଠାଇ ଶବ ବ୍ୟବଚ୍ଛେଦ କରାଇବା ସହ ବିଦ୍ୟାଧର କୁ ଥାନାକୁ ନେଇ ଆସିଥିଲେ।ଆଜି ସାଇଣ୍ଟିଫିକ ଓ ଫରେନସିକ ଟିମ ଘଟଣା ସ୍ଥଳକୁ ଯାଇ ଥାନାଧିକାରୀ ଶ୍ରୀ ଜେନା ଓ ତଦନ୍ତକାରୀ ଏସ ଆଇ ପାଙ୍ଗିଆ ଲାକ୍ରା ଙ୍କ ଉପସ୍ଥିତି ରେ ଘଟଣା ର ତଦନ୍ତ କରିଛନ୍ତି।ଥାନା ମାମଲା ସଂଖ୍ୟା ୨୩୨/୨୦୨୬ ଅନୁସାରେ ବିଦ୍ୟାଧର କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।
ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।