ସାଇଁକୁଳ ବରମୂଳ ସାହି ରେ ଅଷ୍ଟପ୍ରହରୀ ନାମ ଯଜ୍ଞ।
ସାଇଁକୁଳ ବରମୂଳ ସାହି ରେ ଅଷ୍ଟପ୍ରହରୀ ନାମ ଯଜ୍ଞ।
ଆନନ୍ଦପୁର,୧୮।୦୪: କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ସାଇଁକୁଳ ଗ୍ରାମରେ ପଂଚାୟତ ଜଗନ୍ନାଥପୁର ଗ୍ରାମର ବରମୂଳ ସାହି ରେ ଚତୁର୍ଥ ତମ ବାର୍ଷିକ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଟିତ ହୋଇଯାଇଛି। ଅଷ୍ଟପ୍ରହରୀ ନାମ ଯଜ୍ଞ ରେ ପ୍ରାୟ ୨୫ଟି ସଂକୀର୍ତ୍ତନ ମେଳ ଉପସ୍ଥିତ ରହି ନାମଯଜ୍ଞରେ ଭାଗ ନେଇଥିଲେ। ସଂକୀର୍ତ୍ତନ ମେଳକୁ ଅଷ୍ଟ ପ୍ରହରୀ କମିଟି ପକ୍ଷରୁ ସ୍ୱାଗତ କରିବା ସହ ସେମାନଙ୍କର ସମସ୍ତ ବ୍ୟବସ୍ଥା କରିଥିଲେ।
ବୁଧବାର ସନ୍ଧ୍ୟାରେ ବ୍ରତଧାରୀ ମାନେ ଗ୍ରାମ ସ୍ଥିତ ସାଇଁକୁଳ ପୁଷ୍କରିଣୀ ରୁ କଳସ ରେ ଜଳ ସଂଗ୍ରହ କରି ନାମଯଜ୍ଞ ସ୍ଥଳରେ ସ୍ଥାପନ କରିଥିଲେ। ପରେ ବାବା କୃଷ୍ଣ ଦାସ (କୁନି ବାବା) ଙ୍କ ଦ୍ଵାରା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ରାମ ନାମ ଯଜ୍ଞ ଆରମ୍ଭ କରାଯାଇଥିଲା। ବହୁ ସଂଖ୍ୟାରେ ଭକ୍ତ ମାନେ ଉପସ୍ଥିତ ରହି ନାମ ଯଜ୍ଞ ଓ ଦୀପ ଯଜ୍ଞରେ ଭାଗ ନେଇଥିଲେ। ଶୁକ୍ରବାର ଦିନ ଅପରାହ୍ନ ରେ ପ୍ରଭୁ ନିତାଇ ଗୌର ଙ୍କୁ ବିଷ୍ଣୁ ଚରଣ ସାମଲ, ବିଜୟ କୁମାର ସାମଲ, ରଞ୍ଜନ କୁମାର ପରିଡ଼ା ଗ୍ରାମ ପରିକ୍ରମା କରିଥିଲେ। ଏହି ପରିପେକ୍ଷୀରେ ସାଇଁକୁଳ ଗ୍ରାମରେ ଶଙ୍ଖ ହୁଳୁହୁଳି ଓ ହରିନାମ ରେ ଭକ୍ତିମୟ ଭାବମୟ ଆନନ୍ଦମୟ ଶାନ୍ତିମୟ ପରିବେଷ ସୃଷ୍ଟି ହୋଇଥିଲା। ସଂଧ୍ୟାରେ ଯଜ୍ଞ ଶେଷ କରିବା ପରେ ପୂର୍ଣ୍ଣାହୁତି ସହ ଦଧି ହାଣ୍ଡି ଭଙ୍ଗା ଯାଇଥିଲା। ସମସ୍ତ ଭକ୍ତ ମାନଙ୍କ ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଅଷ୍ଟପ୍ରହରୀ କମିଟି ର ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
ଖଣ୍ଡାଧାର ନିଉଜ- ବିଜୟ ଜେନାଙ୍କ ରିପୋର୍ଟ।