logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜିଲ୍ଲା ସ୍ତରୀୟ ଶ୍ରମିକ ଦିବସ ପାଳନ ପ୍ରସ୍ତୁତି ବୈଠକ।

ଜିଲ୍ଲା ସ୍ତରୀୟ ଶ୍ରମିକ ଦିବସ ପାଳନ ପ୍ରସ୍ତୁତି ବୈଠକ।

କେନ୍ଦୁଝର-୧୮-୪-୨୦୨୬

କେନ୍ଦୁଝର ଜିଲ୍ଲା ଗାଁ ସାଥୀ ମେଟ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ଵାନକ୍ରମେ ସ୍ଥାନୀୟ ବିଜୁପଟ୍ଟନାୟକ ଶିଶୁ ପାର୍କ ଠାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇ ଅଛି। ସଂଘର ଆବାହକ ଶ୍ରୀ ମନୋଜ କୁମାର ପଟେଲ ଙ୍କ ସଂଯୋଜନା ରେ ଗାଁ ସାଥୀମେଟ ସଂଘ ହରିଚନ୍ଦନପୁର ର ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରସନ୍ନ କୁମାର ନାଏକ ସଭାପତିତ୍ବ କରିଥିଲେ। ଆସନ୍ତା ମେ ମାସ ୧ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ ର ବିଭିନ୍ନ ଦିଗ କୁ ତର୍ଜ୍ଜମା କରି ପୂର୍ଣାଙ୍ଗ ରୂପରେଖ ପ୍ରସ୍ତୁତ କରାଯାଇ ଥିଲା। କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ରୂପେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ମାନ୍ୟବର ବିଧାୟକ ତେଲକୋଇ ଡାକ୍ତର ଫକୀରମୋହନ ନାଏକ ମୁଖ୍ଯବକ୍ତା ସଦର ବିଧାନସଭା ସଂଯୋଜକ ତଥା ବିଶିଷ୍ଟ ଶ୍ରମିକ ନେତା ଶ୍ରୀଯୁକ୍ତ ବିବେକାନନ୍ଦ ମହାନ୍ତ ସମ୍ମାନିତ ଅତିଥି ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଶୁକଦେବ ମହାନ୍ତ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମିତା ନାଏକ, ଆନ୍ତର୍ଜାତିକ ପୁରସ୍କାର ପ୍ରାପ୍ତ ସରପଞ୍ଚ ଉପରଡିହା, ଘଟଗାଁ ଅର୍ଣ୍ଣପୂର୍ଣ୍ଣା ଦେହୁରୀ ଓ ଆଇନଜୀବୀ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗଦାନ କରିବା ନେଇ ସହମତି ପ୍ରକାଶ କରିଥିବା ସୂଚନା ପ୍ରଦାନ କରିଛନ୍ତି ।ବୈଠକ ରେ ହରିଚନ୍ଦନପୁର, ବାଂଶପାଳ, ସଦର, ଝୁମ୍ପୁରା, ଘଟଗାଁ ଓ ସାହାରପଡା ବ୍ଲକ ର ପ୍ରତିନିଧି ଉପସ୍ଥିତ ରହି କାର୍ଯ୍ୟକ୍ରମ ର ରୂପରେଖ ଉପସ୍ଥାପନ କରି ଗୃହିତ କରାଯାଇ ଥିଲା। ବୈଠକ କୁ ଶ୍ରୀ ଲକ୍ଷ୍ମଣ ମହାକୁଡ, ଜଗବନ୍ଧୁ ସର୍ଦ୍ଦାର, ରଞ୍ଜିତା ନାଏକ, ମମତା ନାଏକ, ଦମୟନ୍ତୀ ମହାନ୍ତ ,ଦୁର୍ଯ୍ୟୋଧନ ନାଏକ, ଶିବ ଚରଣ ନାୟକ, ଦୁର୍ଯ୍ୟୋଧନ ମହାପାତ୍ର ନିଳିମା ପାତ୍ର କୋମଳ ନାଏକ, ସାଧୁଚରଣ ଜୁଆଙ୍ଗ ରାଜେନ୍ଦ୍ର ପୁହାଣ ପ୍ରମୁଖ ଅନ୍ଯାନ୍ଯ ନେତୃବୃନ୍ଦ ବୈଠକ ରେ ଉପସ୍ଥିତ ରହିଥିଲେ।

ଖଣ୍ଡାଧାର ନିଉଜ- ମନୋଜ ପଟେଲଙ୍କ ରିପୋର୍ଟ।

10
804 views

Comment