ନାବାଳିକା ଧର୍ଷଣକାରିକୁ ଦଶ ବର୍ଷ କାରାଦଣ୍ଡ
ବରଗଡ଼ ସିଭିଲ ଜର୍ଜ ସିନିଅର ଡିଭିଜନ ତଥା ମହିଳା ଅଦାଲତ ର ବିଚାରପତି ପ୍ରଜ୍ଞା ପୂଜାପ୍ରଦ ଏକ ଗୁରୁତ୍ପପୂର୍ଣ୍ଣ ମୋକଦ୍ଦମା ର ଶୁଣାଣିକରି ନାବାଳିକା ଧର୍ଷଣ ମୋକଦ୍ଦମା ସିଟି ୨୦୬/୨୦୧୧ ରେ ଦୋଷୀ କେବାଡ ଗ୍ରାମର ନରେନ ନାଏକ ନାମକ ବ୍ୟକ୍ତି କୁ ଦଶବର୍ଷ ର କାରାଦଣ୍ଡ ଓ ଦଶହଜର ଟଙ୍କା ଜରିମାନା ଶୁଣାଇଛନ୍ତି। ଦୋଷୀ ଜରିମାନା ପୈଠ ନକଲେ ଅତିରିକ୍ତ ୬ମାସ କାରାଦଣ୍ଡ ଭୋଗିବାକୁ ପଡିବ।ବରପାଲି ଥାନା ଅନ୍ତର୍ଗତ କେବାଡ଼ ଗ୍ରାମର ପୀଡ଼ିତାଙ୍କ ବାପା ବରପାଲି ଥାନାରେ ଗତ ତା ୨୨/୨/୨୦୧୧ ରେ ତାଙ୍କର ୧୪ ବର୍ଷ ବୟସ ର ଝିଅକୁ ଏକୁଟିଆ ଦେଖି ଗୋଟିଏ ଘରକୁ ନେଇଯାଇ ବଳାତ୍କାର କରିଥିବା ଓ ଏହି ବିଷୟରେ ଅନ୍ୟକୁ କହିଲେ ଜୀବନରେ ମାରିଦେବାପାଇଁ ଧମକ ଦେଇଥିବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ତାଙ୍କର ଏହି ଅଭିଯୋଗ କୁ ଭିତ୍ତିକରୀ ବରପାଲି ଥାନା କେସ ନମ୍ବର ୨୫/୨୦୧୧ କେଶ କରି ଭାରତୀୟ ଦଣ୍ଡ ଵିଧି ଆଇନ ୩୭୬ ଓ ୫୦୬ ଆଇପିସି ଧାରା ରେ ମୋକଦ୍ଦମା ରୁଜୁ କରି ଥିଲା। ମୋକଦ୍ଦମା ର ସମସ୍ତ ସାକ୍ଷ ଓ ପ୍ରମାଣ କୁ ଭିତ୍ତିକରି ମାନ୍ୟବର ଅଦାଲତ ଏହି କରାଦାଣ୍ଡ ଶୁଣାଇଛନ୍ତି ଏବଂ ବରଗଡ଼ ଆଇନ ସେବା ପ୍ରାଧିକରଣ କୁ ପୀଡିତାଙ୍କୁ ସହଯୋଗ ରାଶି ପ୍ରଦାନ କରିବାକୁ କୁ ଆଦେଶ ଦେଇଛନ୍ତି।ସରକାଙ୍କ ତରଫରୁ ସରକାରୀ ଓକିଲ ମାନଭଞ୍ଜନ ତ୍ରିପାଠୀ ପରିଚାଳନା କରିଥିବା ବେଳେ ଏପିପି ଭୈରବୀ ସାହୁ ସହଯୋଗ କରିଥିଲେ।