logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କରଞ୍ଜିଆ ରେ ଅଖଣ୍ଡ ଚବିଶ ପ୍ରହର ମହାମନ୍ତ୍ର ନାମଯଜ୍ଞ ଅନୁଷ୍ଠିତ।

କରଞ୍ଜିଆ ରେ ଅଖଣ୍ଡ ଚବିଶ ପ୍ରହର ମହାମନ୍ତ୍ର ନାମଯଜ୍ଞ ଅନୁଷ୍ଠିତ।

ଚମ୍ପୁଆ -୧୮/୦୪ (ଖଣ୍ଡାଧାର ନିଉଜ )ଚମ୍ପୁଆ ବ୍ଲକ କରଞ୍ଜିଆ ପଞ୍ଚାୟତ ଅନ୍ତର୍ଗତ କରଞ୍ଜିଆ ଗ୍ରାମରେ ଗ୍ରାମବାସୀଙ୍କ ସହଯୋଗରେ ଅଖଣ୍ଡ ହରିନାମ ମହାମନ୍ତ୍ର ଚବିଶ ପ୍ରହର ନାମଯଜ୍ଞ ୧୪ତାରିଖ ମଙ୍ଗଳବାର ଠାରୁ ଚାରିଦିନ ଧରି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମ ଦିନ ଗ୍ରାମର ଭକ୍ତ ଶ୍ରଦ୍ଧାଳୁ ମାନେ ନିକଟସ୍ଥ ପୋଖରୀ ଘାଟ ରୁ ଶୁଦ୍ଧ ଜଳ କଳସ ଆଣି ଘଟ ସ୍ଥାପନ କରିବା ପରେ ଅଧିବାସ, ନାମଯଜ୍ଞ ଆରମ୍ଭ କରାଯାଇଥିଲା l ପୂଜକ ଦିବ୍ୟଲୋଚନ ଶତପଥି ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିବା ବେଳେ ସଂକଳ୍ପରେ ସଦାନନ୍ଦ ବଘେଲ, ସନ୍ତୋଷ କୁମାର ପାଲ ବସିଥିଲେ l ପ୍ରଥମେ ତୋଲକନଣ୍ଡା ଗ୍ରାମର ସଂକୀର୍ତନ ମଣ୍ଡଳୀ ଦ୍ଵାରା ନାମ ନେଇଥିଲେ l ଏହା ସହିତ ମହୁଲିଆ (ବାରିପଦା), ନହରା ବାରିପଦା, ହରିଣl (ଟାଟା ), ପଦ୍ମପୁର (କେନ୍ଦୁଝର), ସରlସିଙ୍ଗା (ଉଖୁଣ୍ଡା) 'ର ସଂକୀର୍ତନ ଦଳ ହରିନାମ ମହାମନ୍ତ୍ର ନେଇଥିଲେ l ୧୮ ତାରିଖ ଶନିବାର ପୂର୍ଣ୍ଣାହୂତି ଓ ନଗର ପରିକ୍ରମା କରି ନାମ ସଂକୀର୍ତନ କୁ ଉଦଯାପିତ କରାଯାଇଥିଲା l ହରିନାମ ଅଖଣ୍ଡ ମହାମନ୍ତ୍ର ଶୁଣିବାକୁ ଦେଖିବାକୁ ଗ୍ରାମ ତଥା ଅଞ୍ଚଳରୁ ସହସ୍ରାଧିକ ଭକ୍ତ ଶ୍ରଦ୍ଧାଳୁ ଜନତା, ପୁରୁଷ, ମହିଳାମାନଙ୍କ ସମାଗମ ହୋଇଥିଲା l କାର୍ଯ୍ୟକ୍ରମକୁ ଜୟ ଦୁର୍ଗା ପୂଜା ଯଜ୍ଞ କମିଟି ସଦସ୍ୟ ସୁଶାନ୍ତ କୁମାର ଚୌଧୁରୀ, ରଙ୍ଗାଧର ସାହୁ, ପ୍ରସନ୍ନ କୁମାର ପୃଷ୍ଟି, ପ୍ରଫୁଲ୍ଲ ସାହୁ, ମନୋଜ ଚୌଧୁରୀ, ସୁରେନ୍ଦ୍ର ପାତ୍ର, ପ୍ରଦୀପ ମହାନ୍ତ, ମଧୁସୂଦନ ଲୋହାର, ସନ୍ତୋଷ ପାଲ, ସନ୍ତୋଷ ନାଏକ, ଶୁଭ୍ରlଶୁ ଦିବେଦୀ, ସଞ୍ଜୀବ ସାହୁ ଦ୍ଵାରା ପରିଚାଳିତ ହୋଇଥିଲା l

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

19
1233 views

Comment