logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଆଲୁମିନା ନବନିର୍ମାଣ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ,ଦାମନଯୋଡ଼ି, କୋରାପୁଟ

ଦାମନଯୋଡ଼ି,୧୮/୦୪:୨୦୨୬-୨୦୨୮ ଦୁଇବର୍ଷ ପାଇଁ ନାଲକୋ ଆଲୁମିନା ବିଶୋଧନ ପ୍ରକଳ୍ପର ସ୍ବୀକୃତି ପ୍ରାପ୍ତ ଶ୍ରମିକ ସଂଗଠନ 'ଆଲୁମିନା ନବନିର୍ମାଣ କର୍ମଚାରୀ ସଂଘ'ର ନୂତନ କର୍ମକର୍ତ୍ତା ଶପଥ ପାଠ କରିଛନ୍ତି।ଶୁକ୍ରବାର ସନ୍ଧ୍ୟାରେ ସେକ୍ଟର ୧ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ତଥା ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ର ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ।ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସୁଗାତୋ ଆନନ୍ଦ ବାସୁ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ।ଶ୍ରୀଧର ପରିଡାଙ୍କ ମଞ୍ଚ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ନିର୍ବାଚନ କମିଟି ଅଧ୍ୟକ୍ଷ ବିଶ୍ୱଜିତ ଦାଶ ସ୍ବାଗତ ଭାଷଣ ଓ ଉପାଧ୍ୟକ୍ଷ ରାଜେଶ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।ନାଲକୋ ମୁଖ୍ୟ ମହାପ୍ରବନ୍ଧକ ଏନ ଏସ ସୁଧାକର, ମନୋରଞ୍ଜନ ପଣ୍ଡା,ଦୁର୍ଯ୍ୟୋଧନ ବେହେରା, ନଗେନ ଚନ୍ଦ୍ର ବେହେରା ଓ ମହାପ୍ରବନ୍ଧକ ଚନ୍ଦ୍ର ମୋହନ ମହାନ୍ତଙ୍କ ସହିତ ମାଇନ୍ସର ସ୍ଵୀକୃତିପ୍ରାପ୍ତ ଶ୍ରମିକ ସଂଗଠନ, ନାଲକୋ ଅଫିସର୍ଶ ସଂଘ ଓ ଅନୁସୂଚୀତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସଂଘଙ୍କ ସହିତ ଅନ୍ୟ କେତେକ ସହଯୋଗୀ ଶ୍ରମିକ ସଂଗଠନ କର୍ମକର୍ତ୍ତା ମଧ୍ୟ ନିମନ୍ତ୍ରିତ ଅତିଥି ରୂପେ ଯୋଗ ଦେଇଥିଲେ। ନୂତନ କମିଟିରେ ଶ୍ରୀକାନ୍ତ କୁମାର ସାହୁ ସଭାପତି ଏବଂ ବିଶ୍ୱଜିତ ମିଶ୍ର ସାଧାରଣ ସମ୍ପାଦକ ରୂପେ ଶପଥ ନେଇଥିଲେ।ସେହିପରି ନବନିର୍ବାଚିତ କମିଟିରେ ପାଣ୍ଡବ ସାହୁ କାର୍ଯ୍ୟକାରୀ ସଭାପତି,କେ.ନାଗେଶ୍ଵର ପାତ୍ର ଉପସଭାପତି,ଏନ ରବିକୁମାର ସାଂଗଠନିକ ସମ୍ପାଦକ,ଚିତ୍ତରଞ୍ଜନ ଦାଶ ଯୁଗ୍ମ ସମ୍ପାଦକ ଏଵଂ ଉମେଶ ଚନ୍ଦ୍ର ବେହେରା କାର୍ଯ୍ୟାଳୟ ସମ୍ପାଦକ ରୂପେ ଦାୟିତ୍ୱ ନେଇଛନ୍ତି।ପ୍ରସନ୍ନ କୁମାର ନାୟକ କୋଷାଧ୍ୟକ୍ଷ,ଗୌତମ ବିଷୋୟୀ ସମ୍ପାଦକ(୧) ଓ ପ୍ରଶାନ୍ତ କୁମାର ସ୍ବାଇଁ ସମ୍ପାଦକ(୨) ରୂପେ ମଧ୍ଯ ଶପଥ ଗ୍ରହଣ କରିଛନ୍ତି।କମିଟିର ପୂର୍ବତନ ସଭାପତି ମନୋଜ କୁମାର ନାୟକ ଓ ପୂର୍ବତନ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ସେଠୀଙ୍କ ସହିତ ଅନ୍ୟ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ।ଉଲ୍ଲେଖଯୋଗ୍ୟ ଚଳିତ ଏପ୍ରିଲ ମାସ ୫ତାରିଖରେ ଏହି ଆଲୁମିନା ନବନିର୍ମାଣ କର୍ମଚାରୀ ସଂଘର ନିର୍ବାଚନ ହୋଇଥିଲା।

21
1131 views

Comment