ଲିଙ୍ଗ ଏବଂ ସାମାଜିକ ବିପଦ ହ୍ରାସକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଜିଲ୍ଲା ସ୍ତରୀୟ କର୍ମଶାଳା
ଦେବଗଡ଼, ତା. ୧୮.୦୪.୨୦୨୬:
ଆଜି ଦେବଗଡ଼ ଜିଲ୍ଲାର ବିକାଶ ଭବନ ସମ୍ମିଳନୀ କକ୍ଷରେ ଲିଙ୍ଗ ଏବଂ ସାମାଜିକ ବିପଦ ହ୍ରାସକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା ଜରୁରୀକାଳୀନ ଅଧିକାରୀ ଶ୍ରୀ ମୁକେଶ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ଏବଂ ଜିଲ୍ଲାପାଳ ଶ୍ରୀ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।
ଏହି କର୍ମଶାଳାରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ କୌଶିକ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରେବେକା ବିଲୁଙ୍ଗ ଓ ଭୁବନେଶ୍ୱରରୁ ଆସିଥିବା ଜେଣ୍ଡର ସ୍ପେଶାଲିଷ୍ଟ ଶ୍ରୀ ଅରଣ୍ୟକ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେମାନେ ଲିଙ୍ଗ ସମାନତା ଓ ବିପର୍ଯ୍ୟୟ ବିପଦ ହ୍ରାସ କ୍ଷେତ୍ରରେ ଅନ୍ତର୍ଭୁକ୍ତିମୂଳକ ପଦକ୍ଷେପର ଗୁରୁତ୍ୱ ବିଷୟରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ସଚେତନ କରିଥିଲେ।
କର୍ମଶାଳାରେ ଡେପୁଟି କଲେକ୍ଟର ଶ୍ରୀମତୀ ସୌମ୍ୟା ସୁଚିସ୍ମିତା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ସଞ୍ଜୟ କୁମାର ପାତ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଶିଶିର କୁମାର ପୁହାଣ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଶ୍ରୀନିବାସ ଜାନୀ, ଡିପିଏମ୍ ଓଏଲେମ ଶ୍ରୀ ଶିଶିର କୁମାର ଷଡ଼ଙ୍ଗୀ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଗେନ୍ଦ୍ରା କୁଜୁର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରୋମିଓ ମହାପାତ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସୁରତୀ ପ୍ରଧାନ, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ପଦ୍ମାବତୀ ମାରାଣ୍ଡି, ଓଡ୍ରାଫ୍ ଇନ୍ଚାର୍ଜ ଶ୍ରୀ ମୋହନ କୁମାର ରାଉତ୍, ସିଓ ଅର୍ମାସ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ ସହିତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି କର୍ମଶାଳା ମାଧ୍ୟମରେ ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନାରେ ଲିଙ୍ଗ ସମାନତା ଓ ସାମାଜିକ ସୁରକ୍ଷାକୁ ଶକ୍ତିଶାଳୀ କରିବା ପ୍ରତି ସମସ୍ତଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଥିଲା।