ବ୍ରଜପାତରେ ୫ଟି ଗୋରୁଙ୍କ ମୃତ୍ୟୁ!
ବ୍ରଜପାତରେ ୫ଟି ଗୋରୁଙ୍କ ମୃତ୍ୟୁ!
କେନ୍ଦୁଝର,ତା୧୮/୦୪- କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଫୁଲଝର ପଞ୍ଚାୟତର ଉଚ୍ଚମାଡିହି ଗ୍ରାମ ନିକଟରେ ଶୁକ୍ରବାର ଦିନ ପାଖାପାଖି ୫ଟା ମୟରେ ହାଲୁକା ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା।ଉଚ୍ଚମାଡ଼ିହି ଗ୍ରାମର ଗାଁ ସାହିର ପାଖ ପଡିଆରେ ୫ଟି ଗୋରୁ ଚରୁଥିବା ବେଳେ ହଠାତ୍ ବ୍ରଜପାତ କାରଣରୁ ୫ଟି ଗୋରୁଙ୍କର ମୃତ୍ୟୁ ଘଟିଥିଲା, ସେଥିମଧ୍ୟରୁ ସନାତନ ପ୍ରଧାନଙ୍କ ୨ଟି ବଳଦ ଥିଲେ। ସେହିପରି ନୀଳାମ୍ବର ପ୍ରଧାନଙ୍କ ଗୋଟେ ବଳଦ, ଗୌରାଙ୍ଗ ନାଏକ ଗୋଟେ ବଳଦ ଏବଂ ଆକୁଳ ପ୍ରଧାନଙ୍କ ଗୋଟେ ବଳଦର ମଧ୍ୟ ମୃତ୍ୟୁ ଘଟିଛି। ସମସ୍ତଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।
ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।