ରାଜ୍ୟ ସି ଏମ ଟ୍ରଫି ଖୋ ଖୋ, କବାଡି ଓ ଭଲି ବଲ ଟୁର୍ନାମେଣ୍ଟ ଉଦଯାପିତ।
ରାଜ୍ୟ ସି ଏମ ଟ୍ରଫି ଖୋ ଖୋ, କବାଡି ଓ ଭଲି ବଲ ଟୁର୍ନାମେଣ୍ଟ ଉଦଯାପିତ।
କେନ୍ଦୁଝର - ୧୭/୦୪(ଖଣ୍ଡାଧାର ନିଉଜ) ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ, ରାଜ୍ୟ ଖୋ ଖୋ ଆସୋସିଏସନ, ରାଜ୍ୟ କବାଡି ଆସୋସିଏସନ, ରାଜ୍ୟ ଭଲି ବଲ ଆସୋସିଏସନ ଏବଂ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ମିଳିତ ସହଯୋଗରେ କେନ୍ଦୁଝର ଷ୍ଟାଡିୟମ ପଡିଆରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ୧୪ ବର୍ଷରୁ କମ ସି ଏମ ଟ୍ରଫି ଖୋ ଖୋ, କବାଡ଼ି ଓ ଭଲିବଲ ପ୍ରତିଯୋଗିତା ର ପ୍ରଥମ ସଂସ୍କରଣ ଉଦଯାପିତ ହୋଇଯାଇଛି l
ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଦୁଇଦିନ ଦୁଇଦିନ ଧରି ଫ୍ଲଡ ଲାଇଟରେ ଦିବା ରାତ୍ର ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବାଳକ ଓ ବାଳିକା ବିଭାଗରେ ସର୍ବମୋଟ ୩୩୮ ଜଣ ପ୍ରତିଯୋଗୀ ଏବଂ ୧୦୬ ଜଣ ଅଫିସିଆଲ ଓ ସ୍ବେଛାସେବୀ ଅଂଶ ଗ୍ରହଣ କରିଥିଲେ l ପ୍ରବଳ ଉତ୍ସାହ ମଧ୍ୟରେ ଦୁଇ ଦିନ ଧରି ଅନୁଷ୍ଠିତ ଏହି ପ୍ରତିଯୋଗିତାର କେନ୍ଦୁଝର ଜିଲ୍ଲାର ଲୋକପ୍ରିୟ ଖେଳ ଖୋ ଖୋ ବାଳକ ବିଭାଗରେ ତେଲକୋଇ ପାନ୍ଥର୍ସ ଚମ୍ପିୟାନ ଓ ସେଣ୍ଟ ଜାଭିଆର ଫାଇଟର୍ସ ରନର୍ସ ଅପ, ବାଳିକା ବିଭାଗରେ କେଆଇସି, ନିଶାଗାଡ଼ିଆ ଚମ୍ପିୟାନ ଓ ଝୁମ୍ପୁରା କୁଇନ୍ସ ରନର୍ସ ଅପ, କବାଡ଼ି ବାଳକ ବିଭାଗରେ ଯୋଡ଼ା ୱାରିୟାର୍ସ ଚମ୍ପିୟାନ ଓ ତେଲକୋଇ ଗନ୍ସ ରନର୍ସ ଅପ, ବାଳିକା ବିଭାଗରେ ବୈତରଣୀ ସଦର ଚମ୍ପିୟାନ ଓ ତେଲକୋଇ ପାନ୍ଥର୍ସ ରନର୍ସ ଅପ ହୋଇଥିବା ବେଳେ ଭଲି ବଲ ବଲ ବାଳକ ବିଭାଗରେ ସଦର ଚମ୍ପିୟାନ ଓ ଘସିପୁରା ରନର୍ସ ଅପ, ବାଳିକା ବିଭାଗରେ ସଦର ଚମ୍ପିୟାନ ଓ ଝୁମ୍ପୁରା ରନର୍ସ ଅପ ହୋଇ ଅତିଥି ମାନଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ l
ଉଦଯାପନୀ ଦିବସରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଜିଲ୍ଲା କ୍ରୀଡା ସଂସ୍ଥା ଉପ ସଭାପତି ସୁରେଶ ଚନ୍ଦ୍ର ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ପଟ୍ଟନାୟକ,ଯୁଗ୍ମ ସମ୍ପାଦକ ରବୀନ୍ଦ୍ର କୁମାର ପାଢ଼ୀ, କୋଷାଧକ୍ଷ ସରୋଜ କୁମାର ରଣା, ଜିଲ୍ଲା କ୍ରୀଡା ଅଧିକାରୀ ସରୋଜ କୁମାର ମଲ୍ଲିକ, ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରାମକୃଷ୍ଣ ବେହେରା, ସଦର ବିଇଓ ଓଂକାର ଅନ୍ୱେଷ, ହରିଚନ୍ଦନପୁର ବିଇଓ ଚିନ୍ମୟ କୁମାର ରାଉତ ପ୍ରମୁଖ ମଞ୍ଚାସିନ ଥିଲେ l ରାଜ୍ୟରେ କ୍ରୀଡା ସଂସ୍କୃତିର ପ୍ରସାର ଓ ଗ୍ରାମାଞ୍ଚଳର ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ଲକ୍ଷ୍ୟରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ସରୋଜ କୁମାର ମଲ୍ଲିକ ପ୍ରକାଶ କରିବା ସହ ଏହି ପ୍ରତିଯୋଗିତାର ପ୍ରଦର୍ଶନକୁ ଭିତ୍ତି କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ପାଇଁ କେନ୍ଦୁଝର ଜିଲ୍ଲା ଦଳ ଗଠନ କରାଯିବ ବୋଲି ପ୍ରକାଶ କରିଥିଲେ l ସମ୍ମାନିତ ଅତିଥି ବୃନ୍ଦ ପ୍ରତିଯୋଗୀ ମାନଙ୍କୁ କ୍ରୀଡାର ମହତ୍ୱ ଓ ଶୃଙ୍ଖଳିତ ଜୀବନର ମୂଲ୍ୟବୋଧ ସମ୍ପର୍କରେ ଆଲୋକପାତ କରିଥିଲେ l
ଏହି ପ୍ରତିଯୋଗିତାକୁ ଜିଲ୍ଲା ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସୁଚାରୁରୂପେ ପରିଚାଳନା କରିଥିଲେ l ଏଥିରେ କ୍ରୀଡା ଶିକ୍ଷକ ପ୍ରଶାନ୍ତ କୁମାର ପରିଡ଼ା, ପ୍ରକାଶ କୁମାର ବେଜ, ଶାନ୍ତନୁ ରାଉତ, ଲାଲୁ ପ୍ରସାଦ ସେଠୀ, ସାବିତ୍ରୀ ମହାନ୍ତି ଓ ପ୍ରଦୀପ କୁମାର ବାରିକ ପ୍ରମୁଖ ସହଯୋଗ କରିଥିଲେ l
କେନ୍ଦୁଝର ଧରଣୀଧର ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଶଙ୍କରପୁର ଠାରେ ଲିଗ କମ ନକ ଆଉଟ ପଦ୍ଧତିରେ ଆୟୋଜିତ ଆଜି ସି ଏମ ଟ୍ରଫି ଫୁଟବଲ ପ୍ରତିଯୋଗିତାର (୧୪ ବର୍ଷରୁ କମ ବାଳକ ବିଭାଗ) ଅଷ୍ଟମ ଦିବସର ପ୍ରଥମ ଖେଳରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଯୋଡ଼ା ଆର ଏମ ହାଇସ୍କୁଲ ନିଉଣ୍ଡି ବିପକ୍ଷରେ ୨-୦ ଗୋଲରେ ବିଜୟ ଲାଭ କରି ପୁରା ପଏଣ୍ଟ ହାସଲ କରିଛି l ସେହିପରି ଅପରାହ୍ନରେ ଏକ ସଂଘର୍ଷପୂର୍ଣ୍ଣ ତଥା ପ୍ରତିଦ୍ବନ୍ଦିତା ମୂଳକ ଖେଳରେ ଟାଟା ଷ୍ଟିଲ ଫାଉଣ୍ଡେସନ ମୁର୍ଗା ରାଇକଳା ହାଇସ୍କୁଲ ବିପକ୍ଷରେ ୧-୦ ଗୋଲରେ ଏକ କଷ୍ଟଲବ୍ଧ ବିଜୟ ହାସଲ କରି ପୁରା ପଏଣ୍ଟ ହାସଲ କରିଛି l ଆଜିର ମ୍ୟାଚରେ ଫାଓ ପକ୍ଷରୁ ବୀରେନ୍ଦ୍ର ମହାନ୍ତ ମ୍ୟାଚ କମିଶନର ନିଯୁକ୍ତ ହୋଇ ଦାୟିତ୍ୱ ନିର୍ବାହ କରିଥିଲେ l
ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।