logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଟିଆଁସିପଶି ରେ ଅଖଣ୍ଡ ଚବିଶ ପ୍ରହର ମହାମନ୍ତ୍ର ନାମଯଜ୍ଞ ଅନୁଷ୍ଠିତ।

ଟିଆଁସିପଶି ରେ ଅଖଣ୍ଡ ଚବିଶ ପ୍ରହର ମହାମନ୍ତ୍ର ନାମଯଜ୍ଞ ଅନୁଷ୍ଠିତ।

ଚମ୍ପୁଆ -୧୭/୦୪(ଖଣ୍ଡାଧାର ନିଉଜ ) ଚମ୍ପୁଆ ବ୍ଲକ ରଙ୍ଗାମାଟିଆ ପଞ୍ଚାୟତ ଅନ୍ତର୍ଗତ ଟିଆଁସିପଶି ଗ୍ରାମରେ ଗ୍ରାମବାସୀଙ୍କ ସହଯୋଗରେ ଶ୍ରୀ ଶ୍ରୀ ନିତାଇ ଗୌର ମହାପ୍ରଭୁଙ୍କ ଅଖଣ୍ଡ ହରିନାମ ମହାମନ୍ତ୍ର ଚବିଶ ପ୍ରହର ନାମଯଜ୍ଞ ୧୪ତାରିଖ ମଙ୍ଗଳବାର ଠାରୁ ଚାରିଦିନ ଧରି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମ ଦିନ ଗ୍ରାମର ଭକ୍ତ ଶ୍ରଦ୍ଧାଳୁ ମାନେ ବୈତରଣୀ ନଦୀ ଘାଟ ରୁ ଶୁଦ୍ଧ ଜଳ କଳସ ଆଣି ଘଟ ସ୍ଥାପନ କରିବା ପରେ ଅଧିବାସ, ନାମଯଜ୍ଞ ଆରମ୍ଭ କରାଯାଇଥିଲା l ପୂଜକ ମନୋରଞ୍ଜନ କର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିବା ବେଳେ ସଂକଳ୍ପରେ ରତିକାନ୍ତ ସିଂହ, ସିଦ୍ଧାର୍ଥ କୁମାର ସିଂହ ବସିଥିଲେ l ପ୍ରଥମେ ଟିଆଁସିପଶି ଗ୍ରାମର ସଂକୀର୍ତନ ମଣ୍ଡଳୀ ଦ୍ଵାରା ନାମ ନେଇଥିଲେ l ଏହା ସହିତ ଅଞ୍ଚଳର ଗୁଣ୍ଡୁରୀପଶି, ସାହାରପଡା, କେରି ବଡପଶି, ଚତୁରୀସାହି (ଶୁକୃଳି), କାଞ୍ଚନଡୁମୁରିଆ (ଉଖୁଣ୍ଡା ), କେମୁଣ୍ଡିଆ 'ର ସଂକୀର୍ତନ ଦଳ ହରିନାମ ମହାମନ୍ତ୍ର ନେଇଥିଲେ l ହରିନାମ ଅଖଣ୍ଡ ମହାମନ୍ତ୍ର ଶୁଣିବାକୁ ଦେଖିବାକୁ ଗ୍ରାମ ତଥା ଅଞ୍ଚଳରୁ ସହସ୍ରାଧିକ ଭକ୍ତ ଶ୍ରଦ୍ଧାଳୁ ଜନତା, ପୁରୁଷ, ମହିଳାମାନଙ୍କ ସମାଗମ ହୋଇଥିଲା l କାର୍ଯ୍ୟକ୍ରମକୁ ଯଜ୍ଞ କମିଟି ସଦସ୍ୟା କନକ ସିଂହ, ଗୌରୀ ମହାକୁଡ଼, ସାବିତ୍ରୀ ସିଂହ, ପୁଷ୍ପାଞ୍ଜଳି ସିଂହ, ଭୁବନେଶ୍ୱରୀ ସିଂହ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ଶିରୀଶ ଚନ୍ଦ୍ର ସିଂହ, ମହେନ୍ଦ୍ର ସିଂହ, ଅଖିଳ ସିଂହ, ତ୍ରିଭୁବନ ସିଂହ କମିଟି 'ର ସଦସ୍ୟ ପ୍ରମୁଖଙ୍କ ଦ୍ଵାରା ପରିଚାଳିତ ହୋଇଥିଲା l

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

11
716 views

Comment