logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବାଲିପଶି ଭାଗବତ ଆସର ର ବାର୍ଷିକ ଉତ୍ସବ ସମର୍ପଣ ଭାବନା ନେଇ ଭାଗବତ ଅଧ୍ୟୟନ କଲେ ଭଗବାନଙ୍କ ନିକଟତର ହୋଇପାରିବେ।

ବାଲିପଶି ଭାଗବତ ଆସର ର ବାର୍ଷିକ ଉତ୍ସବ
ସମର୍ପଣ ଭାବନା ନେଇ ଭାଗବତ ଅଧ୍ୟୟନ କଲେ ଭଗବାନଙ୍କ ନିକଟତର ହୋଇପାରିବେ।

ଚମ୍ପୁଆ -୧୭/୦୪(ଖଣ୍ଡାଧାର ନିଉଜ) ଚମ୍ପୁଆ ବ୍ଲକ ପଡୁଆ ପଞ୍ଚାୟତ ଅନ୍ତର୍ଗତ ବାଲିପଶି ଗ୍ରାମ ଶିବ ମନ୍ଦିର ପରିସରରେ ବାଲିପଶି ଭାଗବତ ଆସର ର ତୃତୀୟ ବାର୍ଷିକ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି l ଉତ୍ସବରେ ଭାଗବତ ଆସରର ସଭାପତି ପୁରୁଷୋତ୍ତମ ମହାନ୍ତ ସଭାପତିତ୍ୱ କରିଥିବା ବେଳେ ଏଥିରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସମାଜସେବୀ ମୋହନ ଚରଣ ନାୟକ, ମୁଖ୍ୟବକ୍ତା ଭାବେ ପାଟଣା ବିଧାୟକଙ୍କ ଚମ୍ପୁଆ ବ୍ଲକ ପ୍ରତିନିଧି କବି, ପ୍ରବଚକ ଭାବଗ୍ରାହୀ ମହାନ୍ତ, ସମ୍ମାନିତ ଅତିଥି ଭାବେ ଯୁବ ସମାଜସେବୀ, ସଂଗଠକ ଦିବାକର ମହାନ୍ତ,ପାଲାଗାୟକ ତଥା ଶିକ୍ଷକ ତୁଳସୀରାମ ମହାନ୍ତ ପ୍ରମୁଖ ଯୋଗଦେଇ
ପରମ ଶାସ୍ତ୍ର ଭାଗବତ ର ଗୁଢତତ୍ୱ ସମ୍ୱନ୍ଧେ ଆଲୋକପାତ କରି ସମର୍ପଣ ଭାବନା ନେଇ ଭାଗବତକୁ ଅଧ୍ୟୟନ, ମନନ, ଚିନ୍ତନ ଓ ନିୟମିତ ସତସଙ୍ଗ କଲେ ଭଗବାନଙ୍କ ନିକଟତ୍ତର ହୋଇପାରିବେ ବୋଲି ଦିଗଦର୍ଶନ ଦେଇଥିଲେ l ମୁଖ୍ୟବକ୍ତା ଓଡ଼ିଆ ଭାଗବତ ର ଜନ୍ମ ବୃତ୍ତାନ୍ତ ଓ ଏହାର ରଚୟିତା ଅତିବଡ଼ି ଜଗନ୍ନାଥ ଦାସ ଙ୍କ ସମ୍ପର୍କରେ ବକ୍ତବ୍ୟ ରଖି ଭାଗବତ ର ସୁଦୂର ପ୍ରସାରୀ ପ୍ରଭାବ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l ପ୍ରଥମେ ଅତିଥିମlନେ ପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ଧୂପ, ପ୍ରଦୀପ ପ୍ରଯ୍ୟଳନ କରିବା ପରେ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା l କାର୍ଯ୍ୟକ୍ରମକୁ ଶିକ୍ଷକ ଦଶରଥ ମହାନ୍ତ ସଂଯୋଜନା କରି ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ଭାଗବତ ଆସର ସଦସ୍ୟ ସୁଦର୍ଶନ ମହାନ୍ତ ବାର୍ଷିକ ବିବରଣୀ ପାଠ କରିଥିଲେ l ଭାଗବତ ର ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ନେଇଥିବା ନିଶାଗାଡ଼ିଆ ର ଅଭିମନ୍ୟୁ ମହାନ୍ତଙ୍କୁ ଏହି ଅବସରରେ ଅତିଥିମlନେ ସମ୍ମାନିତ କରି ସମର୍ଦ୍ଧିତ କରିଥିଲେ l ଭାଗବତ ପ୍ରବଚନ ଶୁଣିବାକୁ ପଡୁଆ, ବାଙ୍ଗିରିପଶି, ରାଉତରାୟପୁର, ନିଶାଗଡ଼ିଆ, ଭୀମପୁର ଆଦି ଗ୍ରାମ, ଅଞ୍ଚଳରୁ ସହସ୍ରାଧିକ ଭାଗବତ ପେମୀ ଭକ୍ତ ଶ୍ରଦ୍ଧାଳୁ ଯୋଗଦେଇଥିଲା ବେଳେ କାର୍ଯ୍ୟକ୍ରମକୁ ଭାଗବତ ଆସର ସମ୍ପାଦକ ମୋତିରାମ ବାରିକ, ଶିକ୍ଷକ ଲଳିତ ମହାନ୍ତ, କମିଟି ସଦସ୍ୟ, ସଦସ୍ୟା ଗ୍ରାମବାସୀ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ମାନଙ୍କ ଦ୍ଵାରା ପରିଚାଳିତ ହୋଇଥିଲା l

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

1
865 views

Comment