କଣ୍ଢେଇ ନୃତ୍ୟ କଳାକାର ମଧୁସୂଦନ ନାୟକ ଙ୍କ ପରଲୋକ।
କଣ୍ଢେଇ ନୃତ୍ୟ କଳାକାର ମଧୁସୂଦନ ନାୟକ ଙ୍କ ପରଲୋକ।
ଚମ୍ପୁଆ -୧୭/୦୪(ଖଣ୍ଡାଧାର ନିଉଜ) ଚମ୍ପୁଆ ବ୍ଲକ ରଙ୍ଗାମାଟିଆ ପଞ୍ଚାୟତ ଅନ୍ତର୍ଗତ ରଙ୍ଗାମାଟିଆ ଗ୍ରାମର କଣ୍ଢେଇ ନୃତ୍ୟ କଳାକାର ମଧୁସୂଦନ ନାୟକ(୬୪) ଙ୍କ ଗତ ରବିବାର ରାତ୍ରିରେ
ଆକସ୍ମିକ ପରଲୋକ ହୋଇଯାଇଛି l ସେ ଟିଆଁସିପଶି ଗ୍ରାମର ବିଶିଷ୍ଟ କଣ୍ଢେଇ ନୃତ୍ୟ ଶିଳ୍ପୀ ସ୍ୱର୍ଗତ ମୁନିବର ସିଂହ ଙ୍କ ସାଥୀ କଳାକାର ଥିଲେ ଏବଂ କଣ୍ଢେଇ ନୃତ୍ୟ ପାଇଁ ଯେଉଁ କଣ୍ଢେଇ ଆବଶ୍ୟକ ତାକୁ ତିଆରି କରୁଥିଲେ l ତାଙ୍କ ମୃତ୍ୟୁରେ ଗ୍ରାମ ତଥା ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି l କିଛି ବର୍ଷ ଆଗରୁ ତାଙ୍କ ସ୍ତ୍ରୀ ଙ୍କ ଦେହାନ୍ତ ହୋଇଯାଇ ଥିଲା l ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁତ୍ର ଋଷିବର ନାୟକ, ଝିଅ ବସୁଧା ନାୟକ, ମିତାରାଣୀ ନାୟକ ଉପସ୍ଥିତ ଥିଲେ l ଗ୍ରାମ ନିକଟ ବୈତରଣୀ ନଦୀ ଶ୍ମସାନ ଘାଟରେ ତାଙ୍କ ଦାହ ସଂସ୍କାର ହୋଇଥିବା ବେଳେ ତାଙ୍କ ପୁତ୍ର ଋଷିବର ନାୟକ ମୁଖାଗ୍ନି ଦେଇଥିଲେ l
ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।